ଦେଖନ୍ତୁ ସମ୍ବଲପୁର ଜିଲ୍ଲା ର ଇଷ୍ଟଦେବୀ ମାଆ ସମଲେଇ ଙ୍କ ଇତିହାସ ସମ୍ବନ୍ଧରେ କିପରି ମାଆ ଆବିର୍ଭାବ ହେଲେ କିପରି ସ୍ଥାପିତ ହେଲେ ଇତିହାସ ଜାଣି କରି ଆଶ୍ଚର୍ଯ୍ୟ ହେବେ

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଲୋକ ମାନେ ଅନେକ ବିଶ୍ୱାସ ଏବଂ ଭକ୍ତି କରିଥାଆନ୍ତି ଠାକୁର ମାନଙ୍କୁ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ। ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି।


ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ। ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି। ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ।ଆଜି ଆମେ ଆପଣ ମାନଙ୍କୁ ଆମ ରାଜ୍ୟ ର ସମ୍ବଲପୁର ଜିଲ୍ଲାର ଇଷ୍ଟଦେବୀ ମାଆ ସମଲେଇ ଙ୍କ ଇତିହାସ ସମ୍ପର୍କରେ କହିବୁ, ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ।


ସମ୍ବଲପୁର ଆଗରୁ ପାଟନା ରାଇଜ ଥିଲା, ପଟନିଆ ରଜା ଙ୍କ ର ଦୁଇଟି ପିଲା ଥିଲେ ଜଣଙ୍କ ର ନାମ ନରସିଂହ ଦେବ ଏବଂ ଆଉ ଜଣଙ୍କ ର ନାମ ବଳରାମ ଦେବ। ଯେତେବେଳେ ପଟନିଆ ରଜା ମରିଗଲେ ପଟନା ରାଇଜ ଦୁଇ ଭାଗ ହୋଇଗଲା, ଗୋଟେ ଭାଗ ପାଇଲେ ବଳରାମ ଦେବ ଆଉ ଏକ ଭାଗ ପାଇଲେ ନରସିଂହ ଦେବ।ତେବେ ମହାନଦୀ ପାଖରେ ଏକ ଗାଁ ଥିଲା ସେଠି ଗୋଟେ ସବରି ଛେଳି ଚରାଇ ତାର ପେଟ ପୋସୁ ଥିଲା।ତେବେ ସେ ବିବାହ କରିଦେଲା ,ଆଉ ସେ ଦିନ ଠୁ ସେ ଛେଳି ଚରାଇବା କାମ ବି ବନ୍ଦ କରିଦେଲା। ତେବେ ଦିନେ ରାଜା ଙ୍କ ସ୍ବପ୍ନ ରେ ପାର୍ବତୀ ଆସିଲେ ଆଉ ତାଙ୍କ ମୁଣ୍ଡ ରେ ପାରିଜାତ ଫୁଲ ଲୁ ସାତ ଭାଗ କରି କହିଲେ ମୁ ହେଉଛି ସମଲେଇ ଆଉ ଛ ଜଣ ମୋ ଭଉଣୀ। ଆଉ ସେହି ଜାଗା ସମଲେଇ ନାମ ରେ ତାଙ୍କୁ ରଖି ପୂଜା କରିବା ପାଇଁ କହିଲେ,ଆଉ ସେହି ଜାଗା ର ନାମ ମା ସମଲେଇ ଙ୍କ ନାମ ରେ ରଖିବାକୁ କହିଲେ। ତେବେ ମା କହିଲେ ନୂଆ ଧାନ ରେ ଭୋଗ ତିଆରି କରି ମୋତେ ଖାଇବାକୁ ଦବୁ, ଆଉ ସେହି ଭୋଗ କୁ ସବୁ ମିଶି ଖାଇବା,ଆଉ ସେହି ଦିନ ଠୁ ନୂଆ ଖାଇ ପର୍ବ ପାଳନ ହୁଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।