ଇତିହାସ ରଚିଲେ ୭୪ ବର୍ଷର ବୃଦ୍ଧ ୨୦ ଘଣ୍ଟା ଫ୍ରିଜର୍ ରେ ରହି ଜୀବିତ ଫେରିଲେ ଯାହାକୁ ଦୋଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ । ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ । ତେବେ ଏହି ଉକ୍ତି ତଥା ଲୋକବାଣୀ କୁ ସତରେ ପ୍ରକାଶିତ କରିଛନ୍ତି ଜଣେ ୭୪ ବର୍ଷୀୟ ବୃଦ୍ଧ । ତେବେ ଆସାନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ଟି ବିଷୟରେ ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ ।


ସୂଚନା ଅନୁସାରେ , ତେଲେଙ୍ଗାନା ରେ ଘଟିଛି ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଘଟଣା ଯାହା ଏକ କଳ୍ପନା ପରି ହୋଇଥିଲେ ମଧ୍ୟ ସତ୍ୟ ଅଟେ । ତେବେ ଘଟଣା ଟି ହେଉଛି କି , ତେଲେଙ୍ଗାନା ର ଜଣେ ୭୪ ବର୍ଷର ବୃଦ୍ଧ ବ୍ୟକ୍ତି ୨୦ ଘଣ୍ଟା ଧରି ଫ୍ରିଜର୍ ମଧ୍ୟରେ ରହିବା ପରେ ଜୀବିତ ଅଛନ୍ତି । ଏହା ସତରେ ଏକ ବିସ୍ମୟକର ଘଟଣା ଅଟେ ।  ଉଲ୍ଲେଖ ଯୋଗ୍ୟ ଯେ , ତେଲେଙ୍ଗାନା ର ବାଳକୃଷ୍ଣ ଶୁଭ୍ରମନ୍ୟ ନାମକ ଜଣେ ୭୪ ବର୍ଷୀୟ ବୃଦ୍ଧ ଙ୍କର ଦେହ ଅସୁସ୍ଥ ଥିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଏକ ହସ୍ପିଟାଲରେ ଚିକିତ୍ସା କରିଥିଲେ ମାତ୍ର ତାଙ୍କ ଶରୀରରେ କୌଣସି ଉନ୍ନତି ଆସିନଥିବାରୁ ତାଙ୍କୁ ସେମାନେ ନିଜ ଘରକୁ ନେଇଆସିଥିଲେ ।

ତେବେ ତାଙ୍କର ସାନ ଭାଇ ବାଳକୃଷ୍ଣ ଶୁଭ୍ରମନ୍ୟ ଙ୍କୁ ଗତ ବୁଧବାର ଦିନ ମୃତ୍ୟୁ ଘଷଣା କରିଥିଲେ ଏବଂ ସେହି ପାଖରେ ଥିବା ଏକ ଫ୍ରିଜର୍ କମ୍ପାନୀ ରୁ ୨୪ ଘଣ୍ଟା ପାଇଁ ଏକ ଫ୍ରିଜର୍ ଭଡ଼ାରେ ଆଣି ତାଙ୍କୁ ସେଥିରେ ଭର୍ତ୍ତି କରାଇଥିଲେ । ମାତ୍ର ଯେତେବେଳେ ତା ପର ଦିନ ସେହି ଫ୍ରିଜର୍ କମ୍ପାନୀ ରୁ କିଛି କର୍ମଚାରୀ ଆସିଥିଲେ ତାଙ୍କର ଫ୍ରିଜର୍ ଫେରାଇ ନେବାକୁ ସେତେବେଳେ ସେମାନେ ଯାହା କହିଥିଲେ ତାହା ଥିଲା ଅତ୍ୟନ୍ତ ବିସ୍ମୟ ସୂଚକ , ସେମାନେ କହିଥିଲେ ଯେ ଫ୍ରିଜର୍ ଭିତରେ ଥିବା ବ୍ୟକ୍ତି ଜଣଙ୍କ ଜୀବିତ ଅଛନ୍ତି ।


ତେବେ ଫ୍ରିଜର୍ ମଧ୍ୟରେ ୨୦ ଘଣ୍ଟା ରହିବା ପରେ ଜଣେ ବୃଦ୍ଧ ବ୍ୟକ୍ତି ଜୀବିତ ଥିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା ।ଏହା ଜାଣିବା ପରେ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ବାଳକୃଷ୍ଣ ଶୁଭ୍ରମନ୍ୟ ଙ୍କ ସାନ ଭାଇ ଙ୍କ ଉପରେ କେସ ଫାଇଲ କରିଛି । ମାତ୍ର ସେଠାକାର ଲୋକମାନେ କହିଛନ୍ତି ଯେ , ବାଳକୃଷ୍ଣ ଶୁଭ୍ରମନ୍ୟ ଙ୍କର ୭୦ ବର୍ଷର ସାନ ଭାଇ ଜଣେ ଭିନ୍ନକ୍ଷମ ଅଟନ୍ତି ସେ ନଜାଣିପାରି ଭୁଲ୍ ରେ ନିଜ ଭାଇକୁ ମୃତ୍ୟୁ ବୋଲି ଘୋଷଣା କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।