ଦେଖନ୍ତୁ କୃଷ୍ଣ ଭଗବାନ ଙ୍କ ର ଲୀଳା, ଏହି ସ୍ଥାନ କୁ ଆଜି ବି ଆସନ୍ତି କୃଷ୍ଣ ଭଗବାନ ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ

0

ଆମ ଦେଶ ଭାରତ ଅନେକ ଏଭଳି ସ୍ଥାନ ଦେଖିବାକୁ ମିଳି ଥାଏ । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ, ଏହା ଏକ ରହସ୍ୟମୟ ସ୍ଥାନ ବୋଲି କୁହା ଯାଏ। ତେବେ ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱର ବିଶ୍ୱାସୀ ହୋଇ ଥାନ୍ତି,ଅନେକ ଦେବା ଦେବି ଙ୍କୁ ପୂଜା କରୁଛନ୍ତି। ତେବେ ପୂରଣ ରେ ଲିପିବଧ ରହିଛି କି ଆମ ହିନ୍ଦୁ ମାନଂକର ୩୩ କୋଟି ଭଗବାନ ରହୁଛନ୍ତି। ତେବେ ଏହା ପ୍ରଭୁ ଶ୍ରୀ କୃଷ୍ଣ ଙ୍କର ଅବତାର ବୋଲି କୁହା ଯାଏ।ତେବେ ଆମ ଦେଶ ରେ ଅନେକ ମନ୍ଦିର , ଅନେକ ଗୁମ୍ଫା ଆଉ ଅନେକ ସ୍ଥାନ ରହିଛି ,ଯାହା ଅତି ରହସ୍ୟମୟ ହୋଇ ଥାଏ।

ତେବେ ଆମେ ଜାଣିଛେ କି ପ୍ରଭୁ ଶ୍ରୀ କୃଷ୍ଣ ଗୋପୀ ମାନଙ୍କ ସହ ଜଙ୍ଗଲ ରେ ରାସଲୀଳା କରୁ ଥିଲେ । ତେବେ ସେମିତି ଏକ ସ୍ଥାନ ଦେଖିବାକୁ ମିଳିଛି। ତେବେ ସେହି ସ୍ଥାନ ଟି ହେଉଛି ଉତ୍ତର ପ୍ରଦେଶର ର ମଥୁରା ରେ ଥିବା ନିଧିବନ୍ । ତେବେ ଏହି ସ୍ଥାନ ରେ ଶ୍ରୀ କୃଷ୍ଣ ଗୋପୀ ମାନଙ୍କ ସହ ରାସଲୀଳା କରିବା ପାଇଁ ଏହି ବନ କୁ ଆସନ୍ତି ଆଉ ରାଧା କୁ ମଧ୍ୟ ଦେଖା କରନ୍ତି। ତେବେ ଏହି ବଣ ଭିତରେ ରହିଛି ଏକ ରଙ୍ଗ ମହଲ । ତେବେ ଏହି ଶ୍ରୀ କୃଷ୍ଣ ରାଧା ଙ୍କୁ ଦେଖା କରିବାକୁ ଆସିଲେ ଏହି ରଙ୍ଗ ମହଲରେ ବିଶ୍ରାମ କରି ଥାନ୍ତି, ଆଉ ତା ସହ ଗୋପୀ ଙ୍କ ସହ ରାସଲୀଳା କରନ୍ତି।

ତେବେ ଲୋକ ମାନେ ମଧ୍ୟ ଏହାକୁ ବିଶ୍ୱାସ କରି ଭଗବାନ ଙ୍କ ଉପସ୍ଥିତି କୁ ଜାହିର କରନ୍ତି।ତେବେ ସୂଚନା ମିଳିଛି କି ଏହି ନିଧି ବନରେ ଏକ କୃଷ୍ଣ ଙ୍କର ମନ୍ଦିର ରହିଛି। ତେବେ ପ୍ରତିଦିନ ସକାଳେ ଏହାକୁ ଖୋଲା ଯାଏ , ଆଉ ସନ୍ଧ୍ୟା ଆଳତି ପରେ ଏହାକୁ ୭ ଟି ତାଲା ରେ ବନ୍ଦ କରା ଯାଏ।ତେବେ ରାତି ୮ ଟା ପରେ ଏହି ନିଧିବନ୍ କୁ ମଣିଷ କଣ ପଶୁ ମାନେ ମଧ୍ୟ ଏହି ଠାକୁ ଆସିବାକୁ ସାହସ କରନ୍ତି ନାହିଁ। ତେବେ ଏହି ଠାରେ ଥିବା ରଙ୍ଗ ମହଲ ରେ ଚନ୍ଦନ ପଲଙ୍କ କୁ ବିଶ୍ରାମ ନିମନ୍ତେ ସଜେଇ ଥାନ୍ତି। ତେବେ ସେଠାରେ ଶୋଇବାର ସମସ୍ତ ଜିନିଷ , ଦାନ୍ତ କାଠି , ପାନ , ଲଡ଼ୁ , ଆଉ ଗୋଟେ ପାତ୍ର ରେ ପାଣି ରଖା ଯାଏ। ତେବେ ଯେତେବେଳେ ତା ପର ଦିନ ରଙ୍ଗ ମହଲ ଖୋଲା ଯାଏ , ସେତେବେଳେ ଦାନ୍ତ କାଠି ଓଦା ହୋଇ ଥିବା ଓ ପାନ ଖିଆ ଯାଏ ବୋଲି ଦେଖିବାକୁ ମିଳିଛି।


ତେବେ ଯିଏ ବି ଏହି ରାସଲୀଳା ଦେଖିବାକୁ ଚେଷ୍ଟା କରିଛି।ସେ ମାନସିକ ରୋଗୀ ବା ଅନ୍ଧ ହୋଇ ଯାଇଛି,ଯେମିତି କି ସେ ଦେଖି ଥିବା କୌଣସି ଘଟଣା କାହା ପାଖରେ କହି ପାରିବ ନାହିଁ। ତେବେ ଥରେ ଜଣେ ଲୋକ ଏମିତି ଦେଖିବା ପାଇଁ ବନ ରେ ଲୁଚି ରହି ଯାଇ ଥିଲା,କିନ୍ତୁ ସକକେ ତାକୁ ଅଚେତ ଅବସ୍ଥାରେ ଦେଖିବାକୁ ମିଳି ଥିଲା, ଆଉ ଏହି ସ୍ଥାନ ରେ ଥିବା ଘର ଗୁଡିକ ରେ ଝରକା ନ ଥାଏ,ଆଉ ଯଦି ଥାଏ ତାହାଲେ ତାକୁ ବନ୍ଦ କରିଦିଆଯାଏ। ତେବେ ଏହି ବନ ରେ ଥିବା ଗଛ ଗୁଡିକ ଉପରକୁ ନ ବଢ଼ି ତଳକୁ ବଢନ୍ତି, ଆଉ ପରସ୍ପର ସହ ଛନ୍ଦା ଛନ୍ଦି ହୋଇ ରହି ଥାନ୍ତି।ତେବେ ବିଶ୍ୱାସ କରା ଯାଏ କି ଏହି ଗଛ ଗୁଡିକ ରାତି ହେଲେ ଗୋପୀ ହୋଇ ଯାନ୍ତି ଆଉ କୃଷ୍ଣ ଙ୍କ ସହ ରାସଲୀଳା କରି ଥାନ୍ତି।ତେଣେ ପୁରାଣରେ ରହିଛି ଦ୍ଵାପର ଯୁଗ ରେ ଶ୍ରୀ କୃଷ୍ଣ ଏହି ନିଧିବନ ରେ ହିଁ ରାସଲୀଳା କରୁ ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।