ମଙ୍ଗଳସୂତ୍ରକୁ ନେଇ ଏହି ସବୁ ବିଶେଷ କଥା ଜାଣି ନଥିବେ ଆପଣ ! ଜାଣନ୍ତୁ ମଙ୍ଗଳସୁତ୍ର ଉପରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ । ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।


ତେବେ ଆମେ ଜାଣିଚୁ ଯେ ବିବାହିତ ମହିଳା ମାନଙ୍କ ପାଇଁ ମଙ୍ଗଳସୁତ୍ର ର ବହୁତ ମାନ୍ୟତା ରହିଥାଏ ।ଜଣେ ବିବାହିତା ମହିଳା ପାଇଁ ତାର ଶଙ୍ଖା ଓ ସିନ୍ଦୂର ଯେତିକି ମୂଲ୍ୟବାନ ହୋଇଥାଏ ମଙ୍ଗଳସୁତ୍ର ମଧ୍ୟ ସେତିକି ମହତ୍ତ୍ୱ ରଖିଥାଏ। ତେବେ ଆମ ହିନ୍ଦୁ ଧର୍ମର ସଂସ୍କୃତି ଅନୁସାରେ ଜଣେ ବିବାହିତ ନାରୀମାନେ ଗଳା ରେ ମଙ୍ଗଳସୁତ୍ର ପିନ୍ଧିବା ଏକ ପରମ୍ପରା ଅଟେ ଏହା ତାଙ୍କର ସ୍ୱାମୀ ଙ୍କର ଆୟୁଷ କୁ ବୃଦ୍ଧି କରିବା ସହ ତାଙ୍କର ଶୁଭକାମନା ମାନସିଥାଏ ।କିନ୍ତୁ ଆମ ଓଡିଶାର ଏମିତି କେତେକ ରାଜ୍ୟ ରହିଛି ଯେଉଁଠାରେ ବିବାହିତ ନାରୀ ମାନଙ୍କୁ ମଙ୍ଗଳସୁତ୍ର ପିନ୍ଧିବାର ଅନୁମତି ନଥିଲା କିନ୍ତୁ ବର୍ତ୍ତମାନ ଏହାର ଅନୁମତି ମିଳିଥିବାର ଜଣାଯାଇଛି।

ତେବେ ଅଧିକାଂଶ ସମୟରେ ଆପଣ ଦେଖିଥିବେ କି ଅନେକ ମହିଳା ମାନେ ତାଙ୍କର ଅଜାଣତ ରେ ଭୁଲ ଭାବରେ ଧାରଣ କରିଥାନ୍ତି ଯାହାକି ତାଙ୍କର ସ୍ୱାମୀ ଙ୍କ ପ୍ରତି ବିପଦ ଆଣିଥାଏ ।କାରଣ ମଙ୍ଗଳସୁତ୍ର ପିନ୍ଧିବାରେ ମଧ୍ୟ କେତେକ ନୀତି ନିୟମ ରହିଥାଏ। ତେବେ ଆସନ୍ତୁ ଜାଣିବା ମଙ୍ଗଳସୁତ୍ର ଉପରେ କେତେକ ରମାଞ୍ଚକ ତଥ୍ୟ ବିଷୟରେ।

୧.ପ୍ରଥମତଃ ନିଜର ମଙ୍ଗଳସୁତ୍ର କେବେ ହେଲେ ବି କାହାକୁ ଦିଅନ୍ତୁ ନାହିଁ ବା କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ ।ଏପରି କରବା ଦ୍ବାରା ସ୍ୱାମୀ ଙ୍କ ପ୍ରତି ବିପଦ ଆସିଥାଏ ।

୨.ମଙ୍ଗଳସୁତ୍ର ଗଳାରେ ପିନ୍ଧିବା ଦ୍ବାରା ଆପଣଙ୍କ ର ଯୋଡ଼ି ଉପରେ କାହାର ଖରାପ ନଜର ପଡିନଥାଏ ।ଏଥିରେ ଗୁନ୍ଥିତ ହୋଇଥିବା କଳା ର ମାଳି ଗୁଡ଼ିକ ଆପଣ ଙ୍କ ଯୋଡ଼ି ଉପରେ କାହାର ନଜର ପକେଇବାକୁ ଦେଇନଥାଏ ।

୩.ବିବାହ ସମୟରେ ସ୍ୱାମୀ ଯେଉଁ ମଙ୍ଗଳସୁତ୍ର ପିନ୍ଧାଇଥାନ୍ତି ତାହାକୁ କୌଣସି ବି ପରିସ୍ଥିତି ରେ ବାହାର କରିବା ଉଚିତ ନୁହେଁ ।ଏହା ଆପଣଙ୍କ ବୈବାହିକ ଜୀବନ ରେ ଅଶାନ୍ତି ଆଣିଥାଏ ।ତେଣୁ ଅତ୍ୟନ୍ତ ଆବଶ୍ୟକ ନଥିଲେ ଏହାକୁ ଗଳାରୁ ବାହାର କରନ୍ତୁ ନାହିଁ ।

୪.ମଙ୍ଗଳସୁତ୍ର ପିନ୍ଧିବା ଫଳରେ ଉଭୟ ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ଓ ଭଲପାଇବା ବଢିଥାଏ ।ଏହା ଉଭୟଙ୍କୁ ଏକ ଯୋଗ ସୂତ୍ର ରେ ବାନ୍ଧି ରଖିଥାଏ ।

୫.ବିବାହିତ ମହିଳାଙ୍କ ଗଳାରେ ଥିବା ମଙ୍ଗଳସୁତ୍ର ତାର ସ୍ୱାମୀ କୁ ଦୀର୍ଘାୟୁ କରିବା ସହ ତାଙ୍କ ଜୀବନ ଉପରେ ଥିବା ସମସ୍ତ ବିପଦ କୁ ଦୁରକରି ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।