ଦଶହରା ଉପଲକ୍ଷେ ପୁଣି ସୁନା-ଗହଣା ମୁଲ୍ୟ ରେ ପରିବର୍ତ୍ତନ ଜଣାନ୍ତୁ କଣ ରହିଛି ବର୍ତ୍ତମାନ ମୁଲ୍ୟ

0

ପୂର୍ବକାଳରେ ଲୋକ ମାନଙ୍କୁ ସେମାନଙ୍କ ର ଧନ ସମ୍ପତ୍ତି ତଥା ତାଙ୍କ ପାଖରେ ଥିବା ସୁନା ଓ ରୁପା ଗହଣା ଥିଲେ ତାଙ୍କୁ ଆମ ସମାଜରେ ଏକ ଉଚ୍ଚସ୍ତରୀୟ ସ୍ଥାନ ମିଳୁଥିଲା । ତେବେ ଏବେ ମଧ୍ୟ ଆମ ସମାଜରେ ସେହି ପୁର୍ବ ନିତି ନିୟମ ରହିଛି ଏବେ ମଧ୍ୟ ଆମେ ସୁନା ଓ ରୁପା ଗହଣା ପ୍ରତି ଅତି ସହଜରେ ଆକର୍ଷିତ ହୋଇଥାଉ । ତେବେ ସାଧାରଣ ଭାବରେ ଆମେ ଦେଖିଛୁ ଯେ , ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ସୁନା ଗହଣା ପ୍ରତି ଅଧିକ ଆଗ୍ରହୀ ରହିଥାନ୍ତି । ସେମାନେ ନିଜକୁ ଏହି ଗହଣା ଦ୍ୱାରା ସଜେଇବାକୁ ପସନ୍ଦ କରନ୍ତି ।

କିନ୍ତୁ ୨୦୨୦ ର ଯେଉଁ ଭଳି ପରିସ୍ଥିତି ରହିଛି ତାହା ଦେଖି ଆପଣ ଗହଣା କିଣିବା କଥା ଭାବିବାକୁ ମଧ୍ୟ ଡରୁଥିବେ । ମାତ୍ର କିଛି ଦିନ ହେବ ସୁନା ଗହଣା ର ଦାମ ଏତେ ବଢିଯାଇଛି ଯେ ଏହାକୁ କିଣିବା କଣ ଏହାର ରେଟ ଦେଖି ସୁନା ଗହଣା ବିଷୟରେ ଭାବିବା ବି ଲୋକ ଛାଡି ଦେଇଥିଲେ । ତେବେ ଆଜି ଆମେ ଏହି ସୁନା ରୁପା ର ଦର ଦାମ କୁ ନେଇ ଏକ ପ୍ରକାର ଆଶସ୍ତିକର ସୂଚନା ଜାଣେଇବୁ ।


ସୂଚନା ଅନୁସାରେ ,ଦୀର୍ଘ ଦିନ ଧରି ସୁନା ଗହଣା ର ଦର ଦାମ ବୃଦ୍ଧି ହେଉଥିବା ବେଳେ ଏହା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।ତେବେ ବର୍ତ୍ତମାନ ସୁନା-ରୁପା ମୂଲ୍ୟ ରେ କିଛି ଅଧିକ ହ୍ରାସ ହେବାର ରେକର୍ଡ କରାଯାଇଛି । ଏହା କେବଳ ବଜାର ର ରେ ନୁହଁ ବରଂ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୁପା ର ଦାମ ରେ ହ୍ରାସ ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଗତ ବୁଧବାର ଦିନ ସୁନା ର ଦର ୧୦ ଗ୍ରାମ ପିଛା ୧,୨୧୦ ଟଙ୍କାର ହ୍ରାସ ହୋଇଥିବାର ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ର ସୁନାର ମୁଲ୍ୟ ୧୦ ଗ୍ରାମ ପିଛା ୫୦,୫୪୦ ଟଙ୍କାକୁ ପହଞ୍ଚିଛି ।ତେବେ ଏହା ୨୪ କ୍ୟାରେଟ ସୁନାର ଦାମ ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦରରେ ମଧ୍ୟ ୧୦ ଗ୍ରାମ ପିଛା ୧,୨୧୦ ଟଙ୍କାର ହ୍ରାସ ହ୍ରାସ ହୋଇ ବର୍ତ୍ତମାନ ୧୦ ଗ୍ରାମ ସୁନା ଦର ୪୭,୫୪୦ ଟଙ୍କାରେ ପହଞ୍ଚିଛି । ଯାହାକି ପୂର୍ବରୁ ୫୦,୭୫୦ ଟଙ୍କା ରହିଥିଲା ।


ସେହିପରି ରୁପା ର ଦର ମଧ୍ୟ କିଲଗ୍ରାମ ପିଛା ୧୫୦୦ ତାଙ୍କ ହ୍ରାସ ପାଇ ଏବେ ଏହାର ଦାମ କିଲପିଛା ୬୭,୨୦୦ ଟଙ୍କା ରହିଛି । ଏହା କେବଳ ଭାରତରେ ନୁହେଁ ବରଂ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ରହିଛି। ତେବେ ସୂଚନାଯୋଗ୍ୟ ଯେ , ଏହାର ପ୍ରଭାବରେ ଭୁବନେଶ୍ୱର ରେ ମଧ୍ୟ ସୁନା ଓ ରୁପା ଅଳଙ୍କାର ର ଦର ଦାମ ହ୍ରାସ ହୋଇଥିବାରୁ ଏବେ ଭୁବନେଶ୍ୱର ରେ ୨୨ କ୍ୟାରେଟ ସୁନା ର ଦାମ ୧୦ ଗ୍ରାମ ପିଛା ୪୯,୧୬୦ ଟଙ୍କା ରହିଥିବା ବେଳେ ରୁପା ର ଦାମ କିଲଗ୍ରାମ ପିଛା ୬୭,୨୦୦ ଟଙ୍କା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।