ଝିଅ ତିଆରି କଲେ ଏହି ଜିନିଷ ଯାହା ଦ୍ୱାରା ରୋକି ପାରିବ ଦୁଷ୍କର୍ମ , ଏହି ଝିଅର ସାହାସିକତା ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ……

0

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି ।


ପ୍ରତିଦିନ ସକାଳେ ଆପଣ ଯେତେବେଳେ ଟିଭି ବା ଖବରକାଗଜ ଦେଖୁଥିବେ ନିଶ୍ଚିତ ଭାବରେ ଗୋଟିଏ ହେଡଲାଇନ ରେ ଥିବ ମହିଳା ତଥା ନାବାଳିକା ଙ୍କର ବଳାତ୍କାର ହୋଇଛି ବୋଲି।ତେବେ ଏହି ରେଫ ବା ବଳାତ୍କାର କୁ ନାରୀ ମାନଙ୍କୁ ରେଫ ରୁ ରକ୍ଷା କରିବା ପାଇଁ ଜଣେ ଛାତ୍ରୀ ଏକ ରେଫ ଫ୍ରୁଫ ଅଣ୍ଡରୱେୟାର ପ୍ରସ୍ତୁତ କରିଛନ୍ତି ।ଏବଂ ସେ କହିଛନ୍ତି ଯେ ଏହା ମହିଳା ମାନଙ୍କୁ ଦୁଷ୍କର୍ମ ରୁ ରକ୍ଷା କରିବା।

ସୂଚନାଯୋଗ୍ୟ ଯେ,ଉତ୍ତରପ୍ରଦେଶ ର ସୋନି କୁମାରୀ ନାମକ ଜଣେ ବିଏସି ଛାତ୍ରୀ ଏକ ରେଫ ଫ୍ରୁଫ ଅଣ୍ଡରୱେୟାର ପ୍ରସ୍ତୁତ କରିଛନ୍ତି ଯାହାକି ମହିଳା ମାନଙ୍କୁ ଦୁଷ୍କର୍ମ ରୁ ରକ୍ଷା କରିବା ସହ ଦୁଷ୍କର୍ମକାରୀ ଙ୍କୁ ଧରିବାରେ ସାହାଯ୍ୟ କରିବ। କହିବା ଅନୁସାରେ ଏହି ଅଣ୍ଡରୱେୟାର ଟିରେ ଜିପିଏସ, ଭିଡ଼ିଓ ରେକର୍ଡ କରିବା ଡିଭାଇସ ,ଏକ ଲକ ସିଷ୍ଟଟମ ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ବୁଲେଟ ପୁରଫ ରେ ପ୍ରସ୍ତୁତ କରାଯାଇଛି ।ତେବେ ସୋନି କୁମାରୀ ଙ୍କର ଦାବି ରହିଛି ଯେ ଏହା ମହିଳା ମାନଙ୍କୁ ବଳାତ୍କାର ରୁ ରକ୍ଷା କରିବ ।


ସେ କହିଛନ୍ତି ଯେ,ଏହି ଅଣ୍ଡରୱେୟାର ଟି ବୁଲେଟ ପ୍ରୁଫ ହୋଇଥିବାରୁ ଏହା ଛିଣ୍ଡିଯିବ ନାହିଁ କି କଟିଯିବ ନାହିଁ ।ଏଥିରେ ଏକ ଲକ ସିଷ୍ଟମ ରହିଛି ଯାହାକି ଅନ୍ୟ ଜଣେ ବ୍ୟକ୍ତି ଖୋଲିବାକୁ ସମର୍ଥନ ହେବେ ନାହିଁ ।ଏଥିରେ ଥିବା ଜିପିଏସ ସାହାଯ୍ୟ ରେ ଝିଅ କେଉଁ ସ୍ଥାନରେ ରହିଛି ତାହାର ଲୋକେସନ ପରିବାର ଲୋକେ ଜାଣିପାରିବେ ଓ ତା ପାଖରେ ପହଞ୍ଚି ପାରିବେ ।ଏବଂ ଏଥିରେ ଏକ ମାଇକ୍ରୋ ବା ଛୋଟ କ୍ୟାମେରା ରହିଛି ଯାହା ସାହାଯ୍ୟ ରେ ସେହି ଦୁଷ୍କର୍ମକାରୀ ମାନଙ୍କ ର ଫୋଟ ଉଠିବା ସହ ସେମାନଙ୍କ ର ଭିଡ଼ିଓ ରେକର୍ଡ ହୋଇପାରିବ।ତେଣୁ ଏହା ପୋଲିସ କୁ ଦୁଷ୍କର୍ମ କାରୀ ମାନଙ୍କୁ ଧରିବାରେ ସାହାଯ୍ୟ କରିବ ।ସେହି ଛାତ୍ରୀ ଜଣଙ୍କ ଏହାକୁ ବନେଇବାକୁ ପ୍ରାୟ ୨ ବର୍ଷ ସମୟ ନେଇଥିଲେ ବୋଲି କହିଛନ୍ତି। ସେ ଏହାର ମାର୍କେଟ ମୁଲ୍ୟ ୪୩୦୦ ଟଙ୍କା ରହିଛି । ତେବେ ସୋନି ଙ୍କର ଏପରି ସାହାସିକତା ତଥା ସମାଜ ର ନାରୀ ମାନଙ୍କ ପ୍ରତି ଥିବା ଚିନ୍ତାଧାରା କୁ ନେଇ ସାରା ରାଜ୍ୟ ରେ ପ୍ରସଂଶା ର ସୁଅ ଛୁଟିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।