ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଓଡିଶାରେ ଏହି ଜିଲ୍ଲାରେ ହେବ ସବୁଠାରୁ ବଡ ହକି ଷ୍ଟାଡିୟମ ! ଆପଣଙ୍କ ମତାମତ କେମେଣ୍ଟ କରି ଜଣାନ୍ତୁ

0

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ କ୍ରିକେଟ ଖେଳ ଦେଖିବା ପାଇଁ ପସନ୍ଦ କରନ୍ତି, କିନ୍ତୁ କ୍ରିକେଟ ଆମର ଜାତୀୟ ଖେଳ ନୁହଁ। ଆମର ଜାତୀୟ ଖେଳ ର ନାମ ହେଉଛି ହକି। ତେବେ କଣ ପାଇଁ ଲୋକେ ହକି କୁ ଛାଡି କ୍ରିକେଟ ଖେଳ ଦେଖିବାକୁ ବେଶି ପସନ୍ଦ କରୁଛନ୍ତି, କାହିଁକି ହକି ଖେଳ ପ୍ରତି ଲୋକ ଙ୍କ ଆନ୍ତରିକତା କମିକମି ଯାଉଛି। ଏହା ର କାରଣ ହେଉଛି ହକି ଖେଳ ପ୍ରତି ସରକାର ଙ୍କ ଅବହେଳା। ହକି ଖେଳ ପାଇଁ ଲୋକ ମାନଙ୍କ ମନରେ ଉତ୍ସାହ ସୂଷ୍ଟି କରିବା, ହକି ଖେଳ ସାମଗ୍ରୀ ଯୋଗେଇବା ଏବଂ ହକି ଗ୍ରାଉଣ୍ଡ ବନେଇବା। ଆପଣ ଜାଣିଥିବେ ଆମ ଦେଶରେ କ୍ରିକେଟ ପାଇଁ ଅନେକ ଗ୍ରାଉଣ୍ଡ ଅଛି, କିନ୍ତୁ ହକି ପାଇଁ କେତୋଟି।


ତେବେ ଆମ ରାଜ୍ଯ ର ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଠାରେ ଭାରତ ର ସବୁଠାରୁ ବଡ ହକି ଷ୍ଟାଡିୟମ ଖୋଲିବାକୁ ଯାଉଛନ୍ତି। ତେବେ ସମସ୍ତେ ଜାଣିଛନ୍ତି ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ସୁଯୋଗ୍ୟ ସୁ ପୁତ୍ର ନବୀନ ପଟ୍ଟନାୟକ ଦୀର୍ଘବର୍ଷ ଧରି ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଛନ୍ତି । ତେବେ ତାଙ୍କର ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଲୋକେ ଏବେବି ତାଙ୍କୁ ଭଲପାଇବା ଦେଇ ଆସୁଛନ୍ତି । ଓଡ଼ିଶାର ଏକ ଅପ୍ରତିଦ୍ଵନ୍ଦୀ ନେତା ଭାବରେ ମାନ୍ୟବର ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାର ଜନ ସାଧାରଣଙ୍କ ସୁବିଧା ଅସୁବିଧା ଓ ଦୁଃଖ ସୁଖ କୁ ବୁଝି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଏତେ ବର୍ଷ ଧରି ଓଡ଼ିଶାର ଶାସନ ଭାର ତୁଲାଇବା ରେ ସେ ହେଉଛନ୍ତି ପ୍ରଥମ ରାଜନେତା । ତାଙ୍କର ନିଷ୍ଠାପର କାମ ପାଇଁ ସେ ଆଜି ବି ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ସମସ୍ତ ଙ୍କ ମନରେ ରହିଛନ୍ତି।


ବର୍ତ୍ତମାନ ସମୟରେ ଏହିଭଳି ଏକ ବଡ ନିଷ୍ପତ୍ତି ନେଇ ଆଜି ସେ ସମସ୍ତ ଙ୍କ ହୃଦୟ କୁ ଜୟ କରିଛନ୍ତି। ରାଉରକେଲା ଠାରେ ନିର୍ମିତ ହେବାକୁ ଯାଉଥିବା ହକି ଷ୍ଟାଡିୟମ ୧୫ ଏକର ଜମି କୁ ନେଇ ଅନୁଷ୍ଠିତ। ଏଥିରେ ବସିବାର କ୍ଷମତା ୨୦,୦୦୦ ରହିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ କରାଯିବ। ଆଗାମୀ ହକି ବିଶ୍ୱକପ୍ ପାଇଁ ରାଉରକେଲା ଏକ ଭେନ୍ୟୁ ରହିଛି ।ନିକଟରେ ଏକ ଉଚ୍ଚସ୍ତରୀୟ ଟିମ୍ ଏଠାରେ ଷ୍ଟାଡିୟମର ସ୍ଥିତି ସମୀକ୍ଷା କରିଥିଲା।ସୁନ୍ଦରଗଡ ଜିଲ୍ଲାର ଏହି ଷ୍ଟାଡିୟମର 17ଟି ବ୍ଲକରେ ସିନ୍ଥେଟିକ୍ ଟର୍ଫ କାମ ଆରମ୍ଭ ହୋଇସାରିଛି ବୋଲି ଖବର ମିଳିଛି।

ଆମ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ ଘୋଷଣା ରାଜ୍ୟର ହକି ପ୍ରେମୀଙ୍କ ମନରେ ଖୁସି ର ଲହରୀ ଖେଳାଇ ଦେଇଛି ।ଏହି ଟୁର୍ଣ୍ଣାମେଣ୍ଟ୍‌ ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜନ କରାଯିବ । ସୁନ୍ଦରଗଡ ଜିଲ୍ଲା ହକି ପ୍ରତିଭା ଧାରୀ ଙ୍କ ଗନ୍ତାଘର, ଏଠାରେ ବହୁ ହକି ଖେଳାଳି ଆନ୍ତର୍ଜାତୀୟ ସ୍ତରରେ ଦେଶର ନାମ କରିଛନ୍ତି। ଭାରତୀୟ ଦଳର ନେତୃତ୍ୱ ନେଇଥିବା ଦିଲୀପ ତିର୍କୀ ଏବଂ ସୁନୀତା ଲାକ୍ରା ଦେଶ ପାଇଁ ଗୌରବ ଆଣିଦେଇଛନ୍ତି । ଆଶା ଏବଂ ଭରଷା ରହିଛି କି ଏହା ହକି କ୍ଷେତ୍ରରେ ବିଶ୍ୱର ସର୍ବୋତ୍ତମ ସ୍ଥାନ ଭାବରେ ବିବେଚିତ ହେବ । ନିକଟରେ ମଧ୍ୟ ରାଜ୍ୟ ସରକାର, ଆନ୍ତର୍ଜାତିକ ହକି ଫେଡେରେସନ୍‌, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ହକି ଇଣ୍ଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଉରକେଲା ଗସ୍ତ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।