ଭଗବାନ ଶିବଙ୍କ କୈଳାସ ପର୍ବତ ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଯେଉଁଠି ବୈଜ୍ଞାନିକ ବି ହାରମାନିଲେ…..

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧ୍ୟରେ ରହିଛି କେତକ ମନ୍ଦିର ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ ।


କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ରହସ୍ୟମୟ ମନ୍ଦିର ବିଷୟରେ ଜଣେଇବାକୁ ଯାଉଛୁ ସେହି ମନ୍ଦିର ର ରହସ୍ୟ ଆଗରେ ହାର ମାନିଛି ବିଜ୍ଞାନ । ଅର୍ଥାତ ଏହାର ରହସ୍ୟ ଜାଣିବା ପାଇଁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ଗବେଷକ ମାନେ ଫେଲ ମାରିଛନ୍ତି । ସେହି ମନ୍ଦିର ଟି ହେଉଛି କୌଲାସ ମନ୍ଦିର ତଥା କୌଲାସ ପର୍ବତ । ଲୋକମାନେ ବିଶ୍ୱାସ କରନ୍ତି କି ଏହି ପର୍ବତ ଟି ହେଉଛି ଭଗବାନ ଶିବ ଙ୍କର ତପସ୍ୟା ସ୍ଥଳ ଅଟେ ତେଣୁ ଭାରତରେ ଏହାକୁ ଏକ ପବିତ୍ର ସ୍ଥାନ ବୋଲି ବିବେଚନା କରାଯାଏ । ଏହି ପର୍ବତ ର ଉଚ୍ଚତା ହେଉଛି ୬୬୭୮ ମିଟର ।


କିଛି ବର୍ଷ ହେବ ଏହି କୌଲାସ ପର୍ବତ ଉପରେ ଗବେଷକ ମାନେ ତାଙ୍କର ଗବେଷଣା ଚଳେଇଛନ୍ତି ଯାହା ଫଳରେ ଏହାର ରହସ୍ୟ ସବୁ ଧୀରେ ଧୀରେ ଲୋକଙ୍କ ସାମ୍ନା କୁ ଆସୁଅଛି । ଗବେଷକ ମାନଙ୍କ କହିବା ଅନୁସାରେ କୌଲାସ ପର୍ବତ ଭିତର ଆଡୁ ପୋଳ ଅଟେ । ଏହା ପ୍ରାକୃତିକ ନୁହେଁ ବରଂ ଏହାକୁ ନିର୍ମାଣ କରାଯାଇଛି ଯେପରି ଇଜିପ୍ଟ ର ଏକ ପିରାମିଡ଼ ରହିଛି ଯାହାକି ଭିତର ଆଡୁ ପୋଳ ଅଟେ । ତେବେ ଇଜିପ୍ଟ ର ଏକ ପିରାମିଡ଼ ରେ ରହିଥିବା ପୋଳ ମଧ୍ୟରେ ରାଜା ମାନଙ୍କର ମମି କୁ ରଖାଯାଇଛି ।


ସେହିପରି କେତେକ ଗବେଷକ କହିଛନ୍ତି ଯେ , କୌଲାସ ପର୍ବତ ର ଉଚ୍ଚତା ଏତେ ଅଧିକ ଯେ ବର୍ତ୍ତମାନ ଏହା ଉପରକୁ ଯିବା ସମ୍ଭବ ନୁହେଁ ।ମାତ୍ର ପୂର୍ବରୁ ଏଠାକୁ ଲୋକମାନେ ଯାଉଥିବାର କିଛି ପ୍ରମାଣ ମିଳିଛି । ଏହାକୁ କେନ୍ଦ୍ର କରି ସେମାନେ ଅନୁମାନ କରିଛନ୍ତି କି ଏହି ପର୍ବତ ଉପରେ ଏବେବି ମଧ୍ୟ କେତେକ ଗୁମ୍ଫା ରହିଛି । ସେମାନେ ନିଜ ଗବେଷଣା କୁ କେନ୍ଦ୍ର କରି କହିଛନ୍ତି ଯେ ଏହି ପର୍ବତର ଚାରି ପାଖରେ ସମାନ ଭାଗ ରେ ରେଡ଼ିଓ ଆକ୍ଟିଭ୍ ଅନୁଭୂତ ହୁଏ ।

ଜଣେ ଋଷିଆନ ଗବେଷକ କହିଛନ୍ତି ଯେ ,କୈଳାସ ପର୍ବତ ନର୍ଥ ପୋଲ ଠାରୁ ୬୬୬୭ ବର୍ଷ ମିଟର ଦୁର ରେ ଅବସ୍ଥିତ ଏବଂ ସାଉଥ୍ ପୋଲ ଠାରୁ ୧୩୩୨ କିଲୋମଟର ରେ ଅବସ୍ଥିତ ଯାହା ନର୍ଥ ପୋଲ ରୁ ବିଲକୁଲ୍ ଦୁଇ ଗୁଣ କମ୍ ରେ ଅବସ୍ଥିତ ।ସେ କହିଛନ୍ତି ଯେ ପୂର୍ବରୁ ସେଠାରେ କିଛି ସଫେତ୍ ଥିଲା ଯାହା ସମୟ କ୍ରମେ ବିଲୁପ୍ତ ହୋଇ ଯାଇଛି ।ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପର୍ବତ ର ରହସ୍ୟ କେହିବି ସାମ୍ନା କୁ ଆଣିପାରିନାହାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।