ଚର୍ଚ୍ଚାରେ ପ୍ରଣବଙ୍କ ପୁସ୍ତକ : କଂଗ୍ରେସର ବିପର୍ଯ୍ୟୟ ପାଇଁ ସୋନିଆ, ମନମୋହନ ଦାୟୀ । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ଯେ ଆମର ପୂର୍ବତନ ରାଷ୍ଟ୍ରପତି ଙ୍କ ନାମ ହେଲା ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ।ସେ ଜଣେ ଶ୍ରେଷ୍ଠ ଏବଂ ବରିଷ୍ଠ ରାଜନୀତିଜ୍ଞ ଭାବରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। ତାଙ୍କର ରାଜନୈତିକ ଶାସନ ଏବଂ ବ୍ଯକ୍ତିତ୍ବ ବେଶ୍ ଆକର୍ଷଣୀୟ ଅଟେ। ତାଙ୍କର ଭାଷାରେ ଏକ ମଧୁରତା ଭରି ରହିଥିଲା ଏବଂ ସେ ଉଦାର ଚେତନାର ବ୍ୟକ୍ତି ଭାବରେ ଆଦୃତି ଲାଭ କରିଛନ୍ତି। ତେବେ ପ୍ରଣବ ମୁଖାର୍ଜୀ କଂଗ୍ରେସ ର ଜଣେ ବରିଷ୍ଠ ନେତା ରୂପେ ପରିଚିତ। ସେ ବଡବଡ ପଦବୀରେ ମଧ୍ଯ ଅବତୀର୍ଣ୍ଣ ହୋଇଛନ୍ତି।

ତେବେ ଚଳିତ ବର୍ଷ ଅଗଷ୍ଟ ମାସରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ଯାଗ କରିଥିଲେ। ସେତେବେଳକୁ ସେ ୮୪ ବର୍ଷ ରେ ପାଦ ଦେଇଥାନ୍ତି। ତେବେ ନିକଟରେ ଦି ପ୍ରେସିଡେନ୍ସିଆଲ ଇୟର୍ସ ନାମକ ପ୍ରଣବ ମୁଖାର୍ଜୀ ଙ୍କ ଏକ ପୁସ୍ତକ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି। ଏହି ପୁସ୍ତକ ରେ କଂଗ୍ରେସ ର ପତନ କୁ ନେଇ ଅନେକ ଅଜଣା କଥା ବିଷୟ ରେ ବର୍ଣ୍ଣନା କରାଯାଇଛି। ତେବେ ଏହି ପୁସ୍ତକ ଟିକୁ ସେ ତାଙ୍କ ଦେହାନ୍ତ ପୁର୍ବରୁ ଲେଖି ଯାଇଥିଲେ।


ଯାହାକି ଆସନ୍ତା ବର୍ଷ ୨୦୨୧ ରେ ବଜାରକୁ ଆସିବ। ୨୦୨୧ ରେ ବଜାରକୁ ଆସୁଥିବା ଏହି ପୁସ୍ତକ ରେ ସେ ୨୦୧୪ ରେ କଂଗ୍ରେସ ର ପରାଜୟ ର କାରଣ ବିଷୟରେ ସେ ବିଷ୍ଳେଷଣ କରିଯାଇଛନ୍ତି। ତେବେ ଏହି ପୁସ୍ତକ ରେ ସେ କଂଗ୍ରେସ ର ପରାଜୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସ ଅଧ୍ଯକ୍ଷା ସୋନିଆ ଗାନ୍ଧୀ ଙ୍କୁ ଦାୟୀ କରାଯାଇଛି। ତେବେ ବଜାରରେ ଏହି ପୁସ୍ତକ ପ୍ରକାଶ ପାଇବା ପରେ ଏହି ପୁସ୍ତକ କୁ ନେଇ ବହୁ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଯଦି ପ୍ରଣବ ମୁଖାର୍ଜୀ ୨୦୦୪ ରେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ୨୦୧୪ ରେ କଂଗ୍ରେସ କୁ ଏଭଳି ଏକ ଶୋଚନୀୟ ପରାଜୟ ର ସାମ୍ନା କରିବାକୁ ପଡିନଥାନ୍ତା ବୋଲି ସେ ପୁସ୍ତକ ରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ମଧ୍ଯ ବହୁ ଆଗ୍ରହୀ ଥିଲେ ଏବଂ ଦଳର କିଛି ସଦସ୍ଯ ମଧ୍ଯ ଏ କଥା କୁ ମାନୁଥିଲେ।


ରାଷ୍ଟ୍ରପତି ପଦରେ ପୁରଷ୍କୃତ ହେବାପରେ ସେ ରାଜନୀତି ରୁ ସମ୍ପୁର୍ଣ୍ଣ ଦୂରେଇ ଯାଇଥିଲେ। ତାଙ୍କ ମତରେ ସୋନିଆ ଦଳ ସମ୍ଭାଳିବା କୁ ଅସମର୍ଥ ଥିଲେ। ମନମୋହନ ସିଂ ଅନେକ ସମୟ ସଂସଦ ରେ ଅନୁପସ୍ଥିତ ରହୁଥିଲେ,ଯାହା ଦ୍ବାରା ଅନେକ ସାଂସଦଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରେ ପୁର୍ଣଛେଦ ପଡିଥିଲା। ଏହି ପୁସ୍ତକ ରେ ସେ ଆହୁରି ମଧ୍ଯ ବର୍ଣ୍ଣନା କରିଛନ୍ତି ଯେ ଯଦିଓ ଶାସନ କରିବା ର ନୈତିକ କ୍ଷମତା ପ୍ରଧାନମନ୍ତ୍ରୀ ଙ୍କ ପାଖରେ ଥାଏ,କିନ୍ତୁ ମନମୋହନ ସିଂ କୁ କେବଳ ମେଣ୍ଟ ସମ୍ଭାଳିବା ପାଇଁ କୁହାଯାଇଥିଲା ଯାହାର ପ୍ରଭାବ ସିଧା ସଳଖ ସରକାର ଉପରେ ପଡୁଥିଲା। ତେବେ ଦି ପ୍ରେସିଡେନସିଆଲ ଇୟର୍ସ ପୁସ୍ତକ କୁ ରୂପା ପ୍ରକାଶନ ପ୍ରକାଶିତ କରିବ। ଏହି ପୁସ୍ତକରେ ପଶ୍ଚିମବଙ୍ଗର ଏକ ଗ୍ରାମରୁ ପ୍ରଣବଙ୍କ ରାଷ୍ଟ୍ରପତି ଭବନ ଯାଏଁ ଯାତ୍ରା ବାବଦରେ ସମସ୍ତ କଥା ଉଲ୍ଲେଖ ରହିଛି,୨୦୨୧ରେ ପାଠକମାନେ ଏହାକୁ କିଣି ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।