ଆପଣ ନିଜର ପତଳା ଆଇବ୍ର ପାଇଁ ଚିନ୍ତିତ ଥିଲେ କରନ୍ତୁ ଏହି ସହଜ ଉପାୟ ମାତ୍ର ୪ ଦିନରେ ଜାଣିପାରିବେ ପରିବର୍ତ୍ତନ….

0

ଏହି ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ନିୟନ୍ତ୍ରଣ ରେ ରଖିବାକୁ ଚାହାନ୍ତି । ତେବେ ଆମେ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରାୟସ କରିଥାଉ ।

ତେବେ ମୁହଁ ର ସୌନ୍ଦର୍ଯ୍ୟ ବଢ଼େଇବା ରେ ଆମର ଆଖି ସାହାଯ୍ୟ କରିଥାଏ ।ଏମିତି ମଧ୍ୟ କୁହାଯାଏ କି ଯାହାର ଆଖି ଯେତେ ସୁନ୍ଦର ସେ ସେତିକି ଅଧିକ ସୁନ୍ଦରୀ ଅଟେ ।ତେବେ ଆପଣ ମାନେ ଦେଖିଥିବେ କି ଅନେକ ଲୋକ ନିଜର ପତଳା ଆଇବ୍ର କୁ ନେଇ ବହୁତ ଚିନ୍ତାରେ ରହିଥାନ୍ତି। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣ ଙ୍କୁ ଏକ ଘରଇ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ପ୍ରାକୃତିକ ରୂପରେ ସୁନ୍ଦର ଆଇବ୍ର ପାଇପାରିବେ ।

କ୍ରିମ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ :-

୧.ଦୁଇ ଚାମଚ ଆଲବେରା କ୍ରିମ
୨.ଏକ ଚାମଚ ଜଡ଼ା ତେଲ
୩.ଗୋଟିଏ ଭିଟାମିନ E କ୍ୟାପସୁଲ

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମେ ଏକ ପାତ୍ର ରେ ଦୁଇ ଚାମଚ ଆଲବେରା କ୍ରିମ ନିଅନ୍ତୁ ଓ ସେଥିରେ ଗୋଟିଏ ଚାମଚ କଷ୍ଟର ଅଏଲ ବା ଜଡ଼ା ତେଲ ମିଶାନ୍ତୁ ।ପରେ ଏଥିରେ ଏକ ଭିଟାମିନ E(କୌଣସି ମେଡ଼ିସିନ ଦୋକାନ ରୁ ଆପଣ ପାଇପାରିବେ) ମିଶାଇ ଦିଅନ୍ତୁ। ଏବେ ଏହାକୁ ଭଲ ଭାବରେ ମିକ୍ସ କରିନିଅନ୍ତୁ ।ତେବେ ଏହାକୁ ଭଲ ଭାବରେ ମିକ୍ସ କରିବା ପରେ ଆପଣ ଦେଖିବେ କି ଏହା ଏକ କ୍ରିମ ପରି ବନିଯାଇଛି ।ଆପଣ ଙ୍କର କ୍ରିମ ପ୍ରସ୍ତୁତ କରିସାରିବା ପରେ ଏହାକୁ ଏକ ଛୋଟ ପତ୍ରରେ ରଖିନିଆନ୍ତୁ ।ତେବେ ଏହି ଘରେ ପ୍ରସ୍ତୁତ କ୍ରିମ ର ବଡ଼ ଫାଇଦା ହେଉଛି ଯେ ଏହାକୁ ଆପଣ ବହୁତ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ ।ଏହା ଖରାପ ହେବ ନାହିଁ ।

ବ୍ୟବହାର କରିବେ କିପରି:-]

ପ୍ରସ୍ତୁତ କ୍ରିମ ଟୀକୁ ଆପଣ କେବଳ ରତୀରେ ବ୍ୟବହାର କରିପାରିବେ ।ତେବେ ଏହି କ୍ରିମ କୁ ଆପଣ ନିଜର ଆଙ୍ଗୁଳି ବା ମାର୍କେଟ ରେ ମିଳୁଥିବା ୟାର ବଟ ସାହାଯ୍ୟ ରେ ଲଗେଇପାରିବେ ।ତେବେ ୟାର ବଟ ସାହାଯ୍ୟ ରେ ରାତିରେ ଶୋଇବା ସମୟରେ ଆଇବ୍ର ରେ ଏହି କ୍ରିମ ଟିକୁ ଲଗାନ୍ତୁ ।ଏବଂ ଏହାକୁ ଲଗେଇ ସାରିବା ପରେ ଧୋଇବା ଆବଶ୍ୟକ ନାହିଁ ଏହାକୁ ରାତି ସାରା ଲଗେଇ ରଖନ୍ତୁ ଓ ସକାଳେ ଉଠିବା ପରେ ଧୋଇନିଅନ୍ତୁ ।ଏହି ପରି ନିୟମିତ ଭାବରେ କରିବା ପରେ ମାତ୍ର ୪ ଦିନରେ ଆପଣ ନିଜର ଆଇବ୍ର ରେ ପରିବର୍ତ୍ତନ ନିଶ୍ଚିତ ଦେଖିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।