ପତ୍ନୀଙ୍କର ଅନୈତିକ ସମ୍ପର୍କ ଥିଲା, ସ୍ଵାମୀ ଜାଣିନେବାରୁ ସ୍ଵାମୀ ସହ କଲା ଏମିତି କାମ,ଜାଣିଲେ ଛାତି ଥରିଉଠିବ

0

ବର୍ତ୍ତମାନର ଏହି ଅତ୍ୟାଧୁନିକ ସମାଜରେ ସମ୍ପର୍କର କିଛି ମୁଲ୍ୟ ନାହିଁ କହିଲେ ଚଳେ । ଆଜିର ଲୋକମାନେ କେବଳ ନିଜର ସ୍ୱାର୍ଥ ହାସଲ କରିବା ପାଇଁ କୌଣସି ବି ସମ୍ପର୍କ କୁ ବଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ଲୋଭ , ମୋହ , କାମନା ଓ ବାସନା ର ବଶୀଭୂତ ହୋଇ ଏବେର ମନୁଷ୍ୟ ନିଜର ହିତାହିତ ଜ୍ଞାନ ହରେଇବସୁଛି ଏବଂ କରିବସୁଛି ଅମାନବୀୟ କାର୍ଯ୍ୟ ସବୁ । ତେବେ ଆମ ସମାଜରେ ବିବାହ ପରେ ଜଣେ ଝିଅ ପାଇଁ ତାର ସ୍ଵାମୀ ହିଁ ସବୁକିଛି ହୋଇଥାଏ କିନ୍ତୁ ବର୍ତ୍ତମାନ ର ଏହି କୌଳିସିତ ଯୁଗ ର ଲୋକମାନେ ଏହାକୁ ଭୁଲିଯାଇ ତଥା କାମନା ଓ ବାସନା ର ବଶୀଭୂତ ହୋଇ ନିଜ ସ୍ୱାମୀ ଙ୍କୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲିଦେବାକୁ ପଛଘୁଞ୍ଚା ଦେଉନାହାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଅଭାବନୀୟ , ଆଶ୍ଚର୍ଯ୍ୟ ଜନକ ତଥା ଲଜ୍ୟା ଜନକ ଘଟଣା ବିଷୟରେ ଜାଣେଇବୁ ଯାହା ଜଣିଲେ ଆପଣ ବି ବିଶ୍ୱାସ କରିପାରିବେନି ।


ସୂଚନା ଅନୁସାରେ , ବିହାର ଶେଡା ମଜ୍ରା ଗ୍ରାମରେ ଘଟିଛି ଏକ ଅତ୍ୟନ୍ତ ବିସ୍ମୟକର ତଥା ଅଭାବନୀୟ ଘଟଣା । ଘଟଣା ଟି ଜାଣିବା ପରେ ଆପଣ ମଧ୍ୟ ଏହାକୁ ବିଶ୍ୱାସ କରିପାରିବେ ନାହିଁ। ତେବେ ଏହି ଗ୍ରାମ ରେ ପୂଜା ନାମକ ଜଣେ ମହିଳା ନିଜର ସ୍ୱାମୀ ଙ୍କର ହତ୍ୟାକାରୀ ପାଲଟିଛନ୍ତି । ଉଲେକ୍ଷ୍ୟଯୋଗ୍ୟ ଯେ ,୨୦୧୧ ମସିହାରେ ଏହି ଗ୍ରାମର ରହୁଥିବା ମୋନଜ କୁମାର ତାଙ୍କ ପାଖ ଗ୍ରାମର ଶ୍ରୀଧର ଙ୍କ କନ୍ୟା ପୂଜା ଙ୍କୁ ବିବାହ କରିଥିଲେ। ତେବେ ବୈବାହିକ ଜିବନ ଅସୁବିଧା କୁ ନେଇ ପୂଜା ନିଜର ସ୍ୱାମୀଙ୍କୁ ହତ୍ୟା କରିବାର ସାଜିସ କରିଥିଲେ।


ତେବେ ଗତ ଶନିବାର ଦିନ ରାତିରେ ମୋନଜ ଙ୍କୁ କେହି ଜଣେ ଗୁଳି କରି ହତ୍ୟା କରିଥିଲେ । କିନ୍ତୁ ମୋନଜ ଙ୍କ ମା ବାରମତି ଅଭିଯୋଗ କରିଥିଲେ କି ତାଙ୍କ ପୁଅ ର ମୃତ୍ୟୁ ର କାରଣ ହେଉଛି ତାଙ୍କର ବହୁ ପୂଜା । ତେବେ ପୋଲିସର ତଦନ୍ତ ରେ ଜଣାପଡ଼ିଛି ଯେ ମୋନଜ ଙ୍କ ପତ୍ନୀ ପୂଜା ସେହି ଗ୍ରାମର ସୁରେଶ ନାମକ ଜଣେ ବ୍ୟକ୍ତି ଙ୍କ ସହ ଅବୈଧ ସମ୍ପର୍କରେ ଥିଲେ ଏହା ମୋନଜ ଜାଣିନେବାରୁ ପୂଜା ତାଙ୍କର ପ୍ରେମିକ ଙ୍କ ସହ ମିଶି ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୋନଜ ଙ୍କ ମା ।


ବାରମତି ଙ୍କ କହିବା ଅନୁସାରେ , ବିବାହ ର କିଛି ବର୍ଷ ପର୍ଯ୍ୟନ୍ତ ତାଙ୍କର ପୁଅ ଏବଂ ବହୁ ବହୁତ ଖୁସି ଥିଲେ ମାତ୍ର ଯେବେ ଠାରୁ ତାଙ୍କ ବହୁ ପୂଜା ସେହି ସାହୁକାର ଙ୍କ ସହ ପ୍ରେମ ସମ୍ପର୍କ ତଥା ଅନୈତିକ ଶାରୀରିକ ସମ୍ପର୍କରେ ରଖିଥିବାର ତାଙ୍କ ପୁଅ ଜାଣିପାରିଥିଲେ ସେତେ ଦିନ ରୁ ଦୁହିଁଙ୍କ ମଧ୍ୟରେ ସବୁବେଳ ଝଗଡା ହେଉଥିଲା । ତେବେ ଶନିବାର ଦିନ ମଧ୍ୟ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ଯେତେବେଳେ ମୋନଜ ଶନିବାର ଦିନ ରାତିରେ କାମ ସାରି ଘରକୁ ଫେରିଥିଲେ ସେତେବେଳେ ତାଙ୍କୁ ସୁରେଶ ନାମକ ବ୍ୟକ୍ତି ଜଣକ ଚଳନ୍ତା ଗାଡ଼ିରେ ଗୁଳି କରିଥିଲେ । ତେବେ ମୋନଜ ଙ୍କ ସାଙ୍ଗରେ ଆସୁଥିବା ତାଙ୍କ ଗାଁ ଲୋକମାନେ ଏହାଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।