ଭିନ୍ନକ୍ଷମ ହୋଇ ମଧ୍ୟ ସମସ୍ତ ଙ୍କ ଆଗରେ ଉଦାହରଣ ସାଜିଛନ୍ତି ଏହି ଝିଅ ! ଦୁଇଟି ହାତ ନାହିଁ ତଥାପି କରୁଛନ୍ତି ଏମିତି କାମ ଦେଖିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ !

0

ଏବେର ଯୁଗ ତ ବହୁ ଆଗରେ ପହଞ୍ଚିଲାଣି, ଏବେ ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଉଛନ୍ତି। ଆଜିକାଲି ର ଲୋକ ମାନେ ଆଉ ପୂର୍ବ କାଳର ଲୋକ ଙ୍କ ପରି ହୋଇନାହାନ୍ତି। ଆଗ କାଳରେ ଯେପରି ଲୋକ ମାନଙ୍କ ଘରେ କେବଳ ଜଣେ ରୋଜଗାର କରୁଥିଲେ ଏବଂ ସାରା ପରିବାର ତାଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ଆଜି କାଲି ଦୁନିଆରେ ପ୍ରତ୍ୟେକ ଲୋକ ଶିକ୍ଷିତ ହେବା ପାଇଁ ଚାହୁଁଛନ୍ତି, କାହା ଉପରେ ବୋଝ ନହୋଇ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛନ୍ତି। ଏବେର ଯୁଗ ମଧ୍ୟ ବହୁ ଆଗରେ ପହଞ୍ଚିଲାଣି, ଆଜି କାଲି ର ଯୁଗ ରେ ଯୁଗରେ ଲୋକ ମାନଙ୍କୁ ଖଣ୍ଡେ ଚାକିରି ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡୁଛି।

ସେହିପରି ଚିନ୍ତାଧାରା ଥିବା ବ୍ୟକ୍ତିମାନେ କେବେବି ନିଜ ଜୀବନରେ ହାରନ୍ତି ନାହିଁ ବରଂ ନିଜ ଜୀବନର ଲକ୍ଷ୍ୟ କୁ ସେମାନେ ହାସଲ କରି ଥାଆନ୍ତି। ଆମେ ଆଜି ଆପଣ ମାନଙ୍କୁ ସେହିପରି ଜଣେ ନାରୀ ଙ୍କ ସମ୍ପର୍କରେ କହିବୁ। ଯିଏ କି ଏହି ସମାଜ ଆଗରେ ଭିନ୍ନକ୍ଷମ ହୋଇ ଯାଇଛନ୍ତି କିନ୍ତୁ ସେ ନିଜର ମନରୁ ଭିନ୍ନକ୍ଷମ ହୋଇ ଯାଇନାହାନ୍ତି। ପରିସ୍ଥିତି ତାଙ୍କୁ ଭିନ୍ନକ୍ଷମ ସାଜିଦେଇଥିଲେ ମଧ୍ୟ, ସେ ସବୁବେଳେ ଧୈର୍ଯ୍ୟ ରଖିଛନ୍ତି ଏବଂ ନିଜ ଜୀବନର ଲକ୍ଷ୍ୟ କୁ ହାସଲ କରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ହାସଲ ମଧ୍ୟ କରିଛନ୍ତି ଏବଂ ତାହା ସହ ସାରା ଦୁନିଆର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଏକ ଉଦାହରଣ ମଧ୍ୟ ସାଜିଛନ୍ତି।


ଆସାମର ଛୋଟ ସୋନାରି ରହୁଥିବା 21 ବର୍ଷୀୟ ପ୍ରିନ୍ସି ଗୋଗୋଇ ପିଲାଦିନୁ ହିଁ ନିଜର ଦୁଇ ହାତ କୁ ହରାଇଛନ୍ତି, ଏଥିପାଇଁ ସେ ଯେତେବେଳେ ପ୍ରଥମେ ବିଦ୍ୟାଳୟ ରେ ନିଜର ନାମ ଲେଖିବାକୁ ଗଲେ ସେତେବେଳେ ତାଙ୍କୁ ମାନସିକ ରୋଗୀ ବୋଲି କହି ତାଙ୍କୁ ବିଦ୍ୟାଳୟ ରେ ଆଡମିସନ୍ କରିନଥିଲେ। ହେଲେ ସେ ନିଜ ଜୀବନରେ କେବେବି ହାର ମାନି ନଥିଲେ, ସେ ତାଙ୍କ ଗାଁ ରେ ହିଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି। ଏହାପରେ ସେ ଭିନ୍ନକ୍ଷମ ବୋଲି ଭାବି ମନକୁ ଛୋଟ କରି ଘରେ ବସି ନଥିଲେ ବରଂ କିପରି ନିଜ ଗୋଡରେ ନିଜେ ଠିଆ ହେବେ ସେହି କଥା ଭାବିଥିଲେ ଏବଂ ତାର ବାଟ ମଧ୍ୟ ସେ କାଢି ଦେଇଥିଲେ। ଏବେ ସେ ଗୋହାଟି ରେ ରହୁଛନ୍ତି ଏବଂ ଏକ ଘରୋଇ ଡାକ୍ତରଖାନା ରେ କାମ କରି ରୋଜଗାର ମଧ୍ୟ କରୁଛନ୍ତି।


ଆପଣ ମାନେ ଭାବୁଥିବେ ବି ହାତ ନଥିବା ଲୋକ ଡାକ୍ତରଖାନା ରେ କି କାମ କରି ଟଙ୍କା ରୋଜଗାର କରୁଛନ୍ତି? ସେ ଡାକ୍ତରଖାନା ରେ ନିଜର ଦୁଇ ଗୋଡ କୁ ହାତ କରି ଦେଇଛନ୍ତି ଏବଂ ଏହା ଦ୍ୱାରା ସେ ଫୋନ୍ କଲ୍ ମଧ୍ୟ ଉଠାନ୍ତି ଏବଂ ରୋଗୀ ଙ୍କ ନାମ ମଧ୍ୟ ଲେଖନ୍ତି। ସେ ଏହା ସହ ଏକ ଭଲ ଚିତ୍ରକାର ମଧ୍ୟ, ସେ ନିଜ ଗୋଡରେ ହିଁ ପେଣ୍ଟ ବ୍ରସ୍ ଏବଂ ତୁଳୀ ଧରି ବହୁତ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି। ସେ ଏକ ଗଣେଶ ଙ୍କ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି, ଯାହାକି 30 ହଜାର ଟଙ୍କା ରେ ସେ ବିକ୍ରି ମଧ୍ୟ କରିଛନ୍ତି। ତେବେ ଭିନ୍ନକ୍ଷମ ପିଲା ମାନଙ୍କ ପାଇଁ ଏକ ବିଦ୍ୟାଳୟ ଖୋଲିବା ପାଇଁ ତାଙ୍କର ବହୁତ ଇଚ୍ଛା ଏବଂ ସେହି ପେଣ୍ଟିଂ ସବୁ ବିକ୍ରି କରି ଯାହା ଟଙ୍କା ପାଇବେ ସେ ସବୁକୁ ସେଥିରେ ବିନିଯୋଗ କରିବା ପାଇଁ ବହୁତ ଇଚ୍ଛା। ତାଙ୍କ ପରିବାର ଲୋକ କେବେବି ପ୍ରିନ୍ସିଂ ଙ୍କୁ ମନ ଦୁଃଖ କରି ନାହାନ୍ତି ବରଂ ପ୍ରଶଂସା କରିଛନ୍ତି କାରଣ ସେ ରୋଜଗାର ନିଜ ପରିବାର ମଧ୍ୟ ଚଳାଇ ଥାଆନ୍ତି।

post inspire from —https://nari.punjabkesari.in/nari/news/motivational-story-of-princy-gogoi-asam-1225290nari.punjabkesari.in/

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।