ବସ ମରାମତି କରି ନିଜ ଘର ଚଳାଉଛନ୍ତି ଏହି ଝିଅ , ବାପା ଚାଲିଯିବା ପରେ ଉଠାଇଛନ୍ତି ନିଜ ଘରର ସବୁ ଦାୟିତ୍ବ, ବାଃ ବାଃ , ଏହି ଝିଅ ପାଇଁ ଗୋଟିଏ ,ସେୟାର ନିଶ୍ଚିତ କରନ୍ତୁ……

0

ସଂଘର୍ଷ ର ଜୀବନ ଅନେକ ଲୋକ ବିତାଇ ଥାନ୍ତି। କାହାର ଭାଗ୍ୟ ପୁର୍ବରୁ ନିର୍ଦ୍ଧାରିତ ହୋଇ ସାରିଥାଏ। ଯେଉଁମାନେ ଗୋଲାପ ସେଜ ରେ ଶୋଇ ଦୁଃଖ କଣ୍ ଜାଣି ନଥାନ୍ତି। ମାତ୍ର କାହାର ଭାଗ୍ୟରେ ଦୁଃଖ ଏମିତି ଥାଏ କି ରାସ୍ତା କଡ଼ରେ ଶୋଇ ପେଟ ଉପାସ ରହି ଦିନ ଅତିବାହିତ କରିବାକୁ ପଡ଼େ। ମାତ୍ର ଏପରି ଅଳ୍ପ ବ୍ୟକ୍ତିତ୍ଵ ଅଛନ୍ତି ଯେଉଁମାନେ ନିଜର ଏହି ସଂଘର୍ଷ ଜୀବନ କୁ ଏମିତି ଉପାୟ ରେ ଉପଯୋଗ କରନ୍ତି ଯାହା ଅନ୍ୟ ମାନଂକ ପାଇଁ ପ୍ରେରଣା ଏବଂ ଉଦାହରଣ ହୋଇଯାଏ। ତେବେ ସେମିତି ଏକ ସଂଘର୍ଷ ପୂର୍ଣ୍ଣ କାହାଣୀ ଆଜି ଦେଖିବା ଯାହାକି ଗୋଟିଏ ଯୁବତୀଙ୍କ ର। ଯିଏ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ପ୍ରେରଣା ସାଜିଛନ୍ତି ମହିଳା ସମାଜ ପାଇଁ ତାହା ସହିତ ସମଗ୍ର ସମାଜ ପାଇଁ।


ଏହି ଘଟଣା ଟି ହେଉଛି ହିସର୍ ର ରଜଲି ନାମକ ଏକ ଗାଁ ର। ଏହି ଗାଁ ରେ ଏହି ଯୁବତୀ ଜଣକ ଯାହା କରିଛନ୍ତି ତାହା କୌଣସି ପୁଅ ମଧ୍ୟ କରି ଦେଖାଇ ପାରିବ ନାହିଁ। ତାଙ୍କ ନାମ ହେଉଛି ସୋନି। ସେ ମାତ୍ର ୨୨ ବର୍ଷ ବୟସ ର ଯୁବତୀ। ତାଙ୍କ ପରିବାର ରେ ମୋଟ ମିଶି ଆଠ ଜଣ ଭାଇ ଭଉଣୀ। ମାତ୍ର ସେ ହେଉଛନ୍ତି ତୃତୀୟ ନମ୍ବର। ପରିବାର ର ଭାର ଏବେ ତାଙ୍କ ଉପରେ ଉଜାଡି ହୋଇ ପଡ଼ିଛି। ନିଜେ କଲେଜ ପଢ଼ିବା ବୟସରେ ଏବେ ଘର ଚଳାଇବାକୁ ଅନେକ ସଂଘର୍ଷ କରୁଛନ୍ତି। ସୋନି ଏବେ ନିଜେ ପରିଶ୍ରମ କରି ବସ୍ ମରାମତି କରୁଛନ୍ତି।

ସୋନି କହିବା କଥା ତାଙ୍କ ପିତା ଦେହ ଅସୁସ୍ଥତା କାରଣରୁ ୨୦୧୯ ମସିହାରେ ପ୍ରାଣ ତ୍ୟାଗ କରିଥିଲେ। ଆଉ ସେ ବଡ ହୋଇଥିବାରୁ ଘର ର ସବୁ ଭାର ତାଙ୍କ ଉପରେ ଉଜାଡି ହୋଇ ପଡ଼ିଛି। ନିଜେ ପରିବାର ର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ହୋଇ ପଡିଛନ୍ତି। ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି କିଛି ଟଙ୍କା ଆଣି ନିଜର ଭାଇ ଭଉଣୀ ଙ୍କ ପେଟ କୁ ଦୁଇ ମୁଠା ଦାନା ଦେଉଛନ୍ତି। ତେଣୁ ତାଙ୍କର ଏହି ସାହସ ପାଇଁ ଅନେକ ନାରୀ ମାନେ ନିହାତି ସାହସ ଏବଂ ଇଚ୍ଛା ଶକ୍ତି ପାଇବେ ଜୀବନରେ ନିଜ ଗୋଡ଼ରେ ଛିଡ଼ା ହେବାକୁ।


ସୋନି ମଧ୍ୟ ଜଣେ ପ୍ରତିଭା ଯୁକ୍ତ ଆଥଲେଟ୍। ସେ ନିଜେ ଜଣେ ମାର୍ଶାଲ ଆର୍ଟ ରେ ପାରଜ୍ଞମ ଅଟନ୍ତି। ଏମିତି କି ଏଥିରେ ସେ ତିନିଥର ସୂର୍ଣ୍ଣ ପଦକ ମଧ୍ୟ ହାସଲ କରି ସାରିଛନ୍ତି। ତାଙ୍କ ପିତାଙ୍କ ଇଚ୍ଛା ଥିଲା ତାଙ୍କୁ ଜାତୀୟ ସ୍ତରରେ ଦେଶ ପାଇଁ ଖେଳେଇବାକୁ। ମାତ୍ର ତ ପୁର୍ବରୁ ତାଙ୍କ ପିତାଙ୍କ ଦେହାନ୍ତ ପାଇଁ ତାଙ୍କର ସ୍ଵପ୍ନ ମଧ୍ୟ ଆଜି ଅଧା ରହିଗଲା। କାରଣ ଆଜି ସେ ବସ୍ ଗୁଡ଼ିକ ର ମରାମତି କରି ଟଙ୍କା ଉପାର୍ଜନ କରିଛନ୍ତି ନିଜ ପରିବାର ପାଇଁ। ତେଣୁ ସେ ଅନ୍ୟ ମହିଳା ମାନଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ। ତେଣୁ ସମାଜ ରେ ମହିଳା ମାନେ ମଧ୍ୟ ସମକକ୍ଷ ବୋଲି ସେ ଆଜି ପ୍ରମାଣିତ କରି ଦେଇଛନ୍ତି।

post inspire from  –nari.punjabkesari.in

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।