ଦେଖନ୍ତୁ ଅଦଭୁତ ଏଠାରେ ପଞ୍ଚମୁଖୀ ଶିବ ମନ୍ଦିର ଏଠାରେ ସମସ୍ତ ମନଷ୍କାମନା ପୂରଣ ହୁଏ ମହିମା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଲୋକ ମାନେ ଅନେକ ବିଶ୍ୱାସ ଏବଂ ଭକ୍ତି କରିଥାଆନ୍ତି ଠାକୁର ମାନଙ୍କୁ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ। ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି। ଆଜି ବି ଆମେ ଆପଣ ମାନଙ୍କୁ ସେହି ପରି ଏକ ମନ୍ଦିର ସମ୍ପର୍କରେ ଏବଂ ଏହି ମନ୍ଦିର ର ଆଶ୍ଚର୍ଯ୍ୟକର କର କଥା ସମ୍ପର୍କରେ କହିବୁ।

ତେବେ ଏହି ମନ୍ଦିର ର ଏହି କଥା ସମ୍ପର୍କରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ଆମ ଦେଶରେ ଏବେ ବି ଏପରି ସବୁ ଚମତ୍କାରିତା ଦେଖିବାକୁ ମିଳୁଛି ନା, ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।  ଅଯୋଧ୍ୟା ର ନା ପଡିଲେ ଭଗବାନ ଶିବ ଙ୍କ ର ଛବି ଆଖି ଆଗକୁ ଚାଲିଆସେ, ହେଲେ ଅଯୋଧ୍ୟା ସହ ଭଗବାନ ଶିବ ଙ୍କ ର ମଧ୍ୟ ଗଭୀର ସମ୍ପର୍କ ରହିଛି। ଦେଶର କିଛି କିଛି ସ୍ଥାନରେ ପଞ୍ଚମୁଖୀ ମହାଦେବ ମନ୍ଦିର ସବୁ ରହିଛି, ଏମାନଙ୍କ ମଧ୍ୟରୁ ଅଯୋଧ୍ୟା ରେ ମଧ୍ୟ ଏକ ପଞ୍ଚମୁଖୀ ମହାଦେବ ଙ୍କ ମନ୍ଦିର ରହିଛି। ଅଯୋଧ୍ୟା ର ଗୁପ୍ତାର ଘାଟ ଠାରେ ରହିଛି ଭଗବାନ ଙ୍କ ର ଏହି ପ୍ରାଚୀନ ମନ୍ଦିର, ଏହି ମନ୍ଦିର ଅନାଦି ପଞ୍ଚମୁଖୀ ମହାଦେବ ମନ୍ଦିର ନାମରେ ପରିଚିତ।

ଏହି ମନ୍ଦିର ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ପୁରା ଦୁଇ ହଜାର ବର୍ଷ ପୁରୁଣା ଅଟେ। ଏହି ମନ୍ଦିର, ଲାଲ୍ ବିଲ୍ୱ ପଥରରେ ନିର୍ମିତ, ଏହି ମନ୍ଦିର ରେ ମୁଖ ଲିଙ୍ଗ ଥିବାର ଦେଖିବାକୁ ମିଳେ। ଲିଙ୍ଗ ଆକୃତି ରେ ଥିବା ଏହି ଲିଙ୍ଗ ମଧ୍ୟ ମୁଖ, ଲିଙ୍ଗ ନାମରେ ପରିଚିତ। ଏପରି ମଧ୍ୟ ମାନ୍ୟତା ରହିଛି କି ଏହି ଲିଙ୍ଗ ଦୁଇ ହଜାର ବର୍ଷ ପୁରୁଣା ଅଟେ। ଏହାପରେ ନିର୍ମାଣ ହୋଇଥିବା ମହାଦେବ ମନ୍ଦିର ଦୁଇ ଶହ ପଚାଶ ବର୍ଷ ପୁରୁଣା ଅଟେ।  ଏହି ପଞ୍ଚମୁଖୀ ମହାଦେବ ମନ୍ଦିର ରେ ଭଗବାନ ଶିବ ଙ୍କ ର ତିନି ସ୍ୱରୂପ ପୂଜା କରାଯାଇଥାଏ। ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ଏକ ହିଁ ସ୍ୱରୂପ ର ଅଟନ୍ତି , ପୁରାଣ ରେ ମଧ୍ୟ ଏହି କଥାର ବାରମ୍ବାର ଉଲ୍ଲେଖ ମଧ୍ୟ ରହିଛି। ଭଗବାନ ଶିବ ଏବଂ ଭଗବାନ ଶ୍ରୀରାମ ଙ୍କ ର ସମ୍ପର୍କ ବହୁତ ନିବିଡ ଅଟେ,

ଭଗବାନ ଶ୍ରୀରାମ କୁହଁନ୍ତି ଯିଏ ଶିବ ଙ୍କୁ ଭକ୍ତି କରନ୍ତି ନାହିଁ, ସିଏ ମୋର ମଧ୍ୟ କେବେବି ଭକ୍ତ ହୋଇ ପାରିବେ ନାହିଁ। ଭଗବାନ ଶିବ ଜଣେ ଏପରି ଦେବତା ଅଟନ୍ତି ଯିଏ କି ଭକ୍ତ ମାନଙ୍କ ର ସମସ୍ତ ଇଚ୍ଛା କୁ ପୂରଣ କରି ଥାଆନ୍ତି। ପଞ୍ଚମୁଖୀ ମହାଦେବ ତଥା ସୃଷ୍ଟି ନିର୍ମାଣର ପାଞ୍ଚ ଟି ତତ୍ତ୍ଵ ତଥା ଅଗ୍ନି, ବାୟୁ, ଆକାଶ, ପୃଥିବୀ ଏବଂ ଜଳ ର ପ୍ରତୀକ ଅଟନ୍ତି। ପଞ୍ଚମୁଖୀ ମହାଦେବ ମନ୍ଦିର ର ଲିଙ୍ଗ ପାଞ୍ଚଟି ମୁଖ କୁ ନେଇ ଗଠିତ, ଯାହା ଶିବ ଉପାସନ ର ପାଞ୍ଚ ନାମକୁ ବ୍ୟକ୍ତ କରିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।