ରୂପି ସମସ୍ୟା ପାଇଁ ଚିନ୍ତିତ କି ଆପଣାନ୍ତୁ ଏହି ଘରୋଇ ଉପଚାର 100% ଗ୍ୟାରେଣ୍ଟି ମୁକ୍ତି ପାଇବେ

0

ଆଜିର ଆଧୁନିକ ସମାଜରେ ମଣିଷ ଦିନ କୁ ଦିନ ନିଜର ବଞ୍ଚିବା ଶୈଳି ରେ ପରିବର୍ତ୍ତନ କରୁଛି। ନିଜକୁ କେମିତି ଭଲ ଭାବରେ ସଜେଇ ହେବ, କେମିତି ଭଲ ରେ ଖାଇବ, ପିଇବ ସେ ପ୍ରତି ବହୁତ ଧ୍ଯାନ ଦେଉଛି। ନିଜର ଞାନ ବଳରେ ନିଜ ର ଶରୀର କୁ ସଜେଇ ହେବା ପାଇଁ ବହୁ ପ୍ରକାର ର ଜିନିଷ ର ଉଦ୍ଭାବନ କଲାଣି। ନିଜର ଦୈନନ୍ଦିନ ଜୀବନ କୁ କେମିତି ବେଶ୍ ଆରାମରେ କଟେଇବ ତାହା ପ୍ରତି ଧ୍ଯାନ ଦେଉଛି। ନିଜକୁ ସଜେଇ ହେବା ମାନେ ନିଜ ଦେହର ମୁଣ୍ଡ ର ଚୁଟି ଠାରୁ ଆରମ୍ଭ କରି ନିଜର ପାଦ ପର୍ୟ୍ଯନ୍ତ ସବୁ ଜିନିଷ କିଭଳି ସୁନ୍ଦର ଦେଖାଯିବ ସେହି ପ୍ରତି ମଣିଷ ବହୁ ଧ୍ଯାନ ଦେଉଛି,କିନ୍ତୁ କଣ ଆପଣ ଜାଣିଛନ୍ତି ମଣିଷ ନିଜ ଚୁଟି ପାଇଁ ବେଶି ସୁନ୍ଦର ଦେଖାଯାଏ।ତେବେ ଆପଣ ଜାଣିଥିବେ ବର୍ତ୍ତମାନ ପ୍ରାୟ ସମସ୍ତ ଙ୍କ ଚୁଟି ଝଡିବାକୁ ଲାଗୁଛି।

ଚୁଟି ଝଡିବା ସମସ୍ତ ଙ୍କ ପାଇଁ ବର୍ତ୍ତମାନ ଚିନ୍ତା ର କାରଣ ହୋଇ ପଡିଛି। ଏହାଛଡା ରୂପି ସମସ୍ୟା ମଧ୍ଯ ବଡ ଚିନ୍ତା ର କାରଣ ପାଲଟିଛି।ଯେତେବେଳେ ଆପଣ ଙ୍କୁ ୨୦-୨୧ ବର୍ଷ ହେଉଛି ସେତେବେଳେ ଆପଣଙ୍କ ମୁଣ୍ଡ ରୁ ଚୁଟି ଝଡିବା ଆରମ୍ଭ ହେଉଛି ଏବଂ ରୂପି ସମସ୍ୟା ଦେଖା ଦେଉଛି ଏବଂ ଧିରେଧିରେ ଆପଣ ଚନ୍ଦା ହେବାକୁ ଲାଗୁଛନ୍ତି। ଯାହା ଆପଣଙ୍କ ଜୀବନ ରେ ଏକ ଖରାପ ପ୍ରଭାବ ପକଉଛି। ସାଧାରଣତଃ ଅଳ୍ପ ବୟସ ରେ ଚନ୍ଦା ହେବା ଏକ ବହୁତ ବଡ ଲଜ୍ଜା ର କଥା, କିନ୍ତୁ ଆପଣ ବା କଣ କରିପାରିବେ। ତେବେ ଦେଖିବାକୁ ଗଲେ ଅଧିକ ଚିନ୍ତା କରିବା ଦ୍ବାରା ମୁଣ୍ଡ ର ଚୁଟି ଝଡିବା ଆରମ୍ଭ କରେ।


ଯେତେବେଳେ ପିଲା ମାନଙ୍କ ବୟଷ ୨୦-୨୧ ବର୍ଷ ହୋଇଯାଏ ସେତେବେଳେ ତାଙ୍କର ମୁଣ୍ଡ ରେ ଅନେକ ଚିନ୍ତା ପଶିଥାଏ, ଯାହା ଦ୍ବାରା ସେମାନଙ୍କ ଚୁଟି ଝଡିବା କୁ ଲାଗିଥାଏ ଏବଂ ଏହା ସହିତ ରୂପି ମଧ୍ଯ ଉଠିଥାଏ। ତେବେ ସେମାନେ ଏହି ଦୁଇଟି ସମସ୍ୟା ରୁ ରକ୍ଷା ପାଇବା ପାଇଁ ଅନେକ ଗୁଡ଼ିଏ ସାମ୍ପୁ, ତେଲ ବ୍ଯବହାର କରିଥାନ୍ତି ,କିନ୍ତୁ ଚୁଟି ଝଡିବାକୁ ଅଟକାଇ ପାରନ୍ତି ନାହିଁ। ବାକି ରହିଲା ରୂପି ସମସ୍ୟା,ସାଧାରଣତ ଶୀତ ଦିନ ରୂପି ସମସ୍ୟା ବେଶି ଦେଖିବାକୁ ମିଳେ। ତେବେ ରୂପି ସମସ୍ୟା ରୁ ରକ୍ଷା ପାଇବା ପାଇଁ କେମିକାଲ ଯୁକ୍ତ ସାମ୍ପୁ ବ୍ୟବହାର ନକରି ଅନ୍ୟ ଏକ ଉପାୟ ଆପଣାନ୍ତୁ। ତେବେ ଆସନ୍ତୁ ଜାଣିବା ଚୁଟି କୁ ସୁରକ୍ଷିତ ରଖିବା ର ଟିପ୍ସ।

ପ୍ରତିକାର:-

୧:-୪ କିମ୍ବା ୫ ଚାମଚ ନଡିଆ ତେଲ କୁ ମୁଣ୍ଡ ର କେଶ ମୂଳ ରେ ଭଲ ଭାବରେ ଘସନ୍ତୁ,ଏବଂ ଘଣ୍ଟାଏ ପରେ ଚୁଟି କୁ ଧୋଇ ଦିଅନ୍ତୁ। ରୂପି ସମସ୍ୟା ଦୂର ହୋଇଯିବ
୨:-ଲୁଣ କୁ ତାଳୁ ରେ ରଖି କିଛି ସମୟ ଘସନ୍ତୁ। ତା ପରେ ସାମ୍ପୁ କରି ନିଅନ୍ତୁ ଧିରେ ଧିରେ ରୂପି ସମସ୍ୟା ଦୂରେଇ ଯିବ।


୩:-ଦୁଇ ଚାମଚ ଲେମ୍ବୁ ରସ କେଶ ମୂଳରେ ଭଲ ଭାବରେ ମାଲିସ୍ କରନ୍ତୁ ତା ପରେ ଗୋଟିଏ କପ ପାଣିରେ ଗୋଟିଏ ଲେମ୍ବୁ ରସ ମିଶାଇ କେଶ କୁ ଧୋଇ ଦିଅନ୍ତୁ। ସପ୍ତାହର ଏଭଳି ୩ ଥର କରନ୍ତୁ ରୂପି ସମସ୍ୟା ଦୂରେଇ ଯିବ।
୪:-୧ ଚାମଚ ଲେମ୍ବୁ ରସ ନଡିଆ ତେଲ ସହ ମିଶାଇ ହାଲୁକା ଗରମ କରନ୍ତୁ ଏବଂ ଏହାକୁ କେଶ ମୂଳରେ ମାଲିସ କରନ୍ତୁ। ଏହା ପରେ ସାମ୍ପୁ କରନ୍ତୁ। ସପ୍ତାହରେ ଦୁଇ ଥର ଏମିତି କରନ୍ତୁ ରୂପି ସମସ୍ୟା ଦୂରେଇ ଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।