ହେ ପ୍ରଭୁ ! ଫ୍ଲାଏ ଓଭର ତଳେ ଦିନ କାଟୁଛନ୍ତି ଅଭିନେତ୍ରୀ : ସେଦିନର ସୁବର୍ଣ୍ଣ ସୀତା ଆଜି ସାଜିଗଲେ ଭିକାରୁଣି, ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ…Please…

0

ଭାଗ୍ୟ କେତେବେଳେ କାହା ସହିତ କଣ ଖେଳ ଖେଳିବ ତାହା କେହି କହିପାରିବେ ନାହିଁ। ଭାଗ୍ୟ ର ବିଡମ୍ବନା କେବେ ବି ବୁଝି ହୁଏ ନାହିଁ । ଆଜି ଯିଏ କୋଟି ପତି କାଲି ସେ ଯେ ଫକୀର ନ ହୋଇଯିବ ତାହା ର କୈଣସି ମାନେ ନାହିଁ।ଭାଗ୍ୟ ରେ ଯେତିକି ଦିନ ପାଇଁ ସୁଖ ଲେଖା ହୋଇଥାଏ ସେତିକି ଦିନ ଯାଏଁ ଆମେ ସୁଖ ଭୋଗ କରି ଥାଉ ଆଉ ଯେତିକି ଦିନ ଯାଏଁ ଦୁଃଖ ଲେଖା ଥାଏ ସେତିକି ଦିନ ଯାଏଁ ଦୁଃଖ ଭୋଗ କରୁ।କ୍ଷୀର ମହୁ ରେ ହାତ ଧଉ ଥିବା ବ୍ଯକ୍ତି କ୍ଷଣକ ମାତ୍ରକେ ଦାଣ୍ଡ କୁ ଚାଲି ଆସେ ଭିକ ମାଗିବା ପାଇଁ, ସେଇଥିପାଇଁ କୁହାଯାଇଛି ଏହି ଦୁନିଆ ରେ କୈଣସି ବି ଜିନିଷ ସ୍ଥାୟୀ ନୁହଁ।

ଯେଉଁ ଖୁସି ଆଜି ଆପଣ ଙ୍କ ପାଖରେ ଅଛି କାଲି ତାହା ଦୁଃଖ ରେ ପରିଣତ ନ ହେବ ତାହାର କୈଣସି ଗ୍ୟାରେଣ୍ଟି ନାହିଁ। ତେବେ ଆସନ୍ତୁ ଆଜି ଆମେ ଜାଣିବା ଏମିତି ଏକ ଘଟଣା ବିଷୟ ରେ ଯେଉଁଠାରେ ଜଣେ ଅଭିନେତ୍ରୀ ଗ୍ଲାମର ଦୁନିଆ ରୁ ସିଧା ଆସି ଯାଇଛନ୍ତି ରାସ୍ତା କଡକୁ ଏବଂ ନିଜ ଜୀବନ ବଞ୍ଚାଇବା ପାଇଁ,ଦୁଇ ଓଳା ଦୁଇ ମୁଠା ଖାଇବା ପାଇଁ ସେ ଭିକ ମାଗିବା ପାଇଁ ଫାେରା ନାହାନ୍ତି। ତେବେ ଆପଣ ଙ୍କ ମନରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ହେଉଥିବ ଯେ କିଏ ସେହି ଅଭିନେତ୍ରୀ ଏବଂ କେମିତି ସେ ଦାଣ୍ତ ର ଭିକାରୁଣି ସାଜିଲେ।

ଆଜି ଆମେ କହିବାକୁ ଯାଉଛୁ ଓଲିଉଡ୍‌ ଇଣ୍ଡଷ୍ଟ୍ରି ରେ ଅନେକ ଚରିତ୍ର ରେ ଅଭିନୟ କରି ନାଁ କମାଇ ଥିବା ଅଭିନେତ୍ରୀ ମୀରା ମହାନ୍ତି ଙ୍କ କଥା। ଯିଏ ୮୦ ଦଶକରେ ଓଲିଉଡ୍‌ ଇଣ୍ଡଷ୍ଟ୍ରି ର ଗ୍ଲାମର ଦୁନିଆ ଓ ମେକ୍ ଅପ୍ ଦୁନିଆ ରୁ ଅଭିନେତ୍ରୀ ଜଣଙ୍କ ସିଧା ଆସି ଯାଇଛନ୍ତି ରାସ୍ତା ପାଖକୁ । ଅଭାବ , ଅନାହାର, ଅନଟନରେ ଦିନ କାଟୁଛନ୍ତି ଅଭିନେତ୍ରୀ ମୀରା ମହାନ୍ତି । ନିଜ ପେଟର ଭୋକ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଭିକ୍ଷୁକ ସାଜିଛନ୍ତି ଆଉ ବସ୍ତିର ଏକ ଅନ୍ଧାର କୋଣ ରେ ପଡ଼ି ଗୁମୁରି ଗୁମୁରି କାନ୍ଦୁଛନ୍ତି ମୀରା ମହାନ୍ତି।

ଏବେ ତାଙ୍କ ବୟସ ପ୍ରାୟ ୬୦ ରୁ ଉର୍ଦ୍ଧ ହେଲାଣି ଏବଂ ସେ ଏବେ ବିଏମ୍‌ସି ର ୫୭ ନମ୍ବର ୱାର୍ଡ ମାଉସୀ ମା ଫ୍ଲାଏ ଓଭର ତଳେ ଥିବା ଏକ ବସ୍ତିର ଝୁମ୍ପୁଡ଼ି ଘରେ ନିଜ ଜୀବନ ବିତାଉଛନ୍ତି। ତାଙ୍କର କହିବା ଅନୁସାରେ ତାଙ୍କର ପୁଅ ଏକ ଦୁର୍ଘଟଣା ରେ ଜୀବନ ହରାଇ ଚାଲିଯାଇଛି, ପାଖରେ ବିଧବା ବୋହୂ ଓ ନାତୁଣୀ ଟିଏ ଅଛନ୍ତି। ପରିବାରର ଭରଣ ପୋଷଣ ପାଇଁ ବାଧ୍ୟ ହୋଇ ଭିକ୍ଷା ମାଗିବାକୁ ରାସ୍ତା କୁ ଗୋଡ଼ କାଢ଼ିଛନ୍ତି ମୀରା ମହାନ୍ତି।

ତେବେ ମୀରା ମହାନ୍ତି ହେଉଛନ୍ତି ଜଣେ ବଡ ଅଭୀନେତ୍ରୀ। ୮୦ ଦଶକ ରେ ସେ ଯାଯାବର, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ, ପ୍ରତିଧ୍ୱନୀ ପରି ଅନେକ ଓଡ଼ିଆ ଫିଲ୍ମ୍ ରେ ସେ ଅଭିନୟ କରିଥିଲେ। କେବଳ ସେତିକି ନୁହେଁ କଟକର କଳାଶ୍ରୀ ଥିଏଟର, ଜନତା ରଙ୍ଗମଞ୍ଚ, ଅର୍ଣ୍ଣପୂର୍ଣ୍ଣା ଥିଏଟର, ଏକାମ୍ର ଥିଏଟର ରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବେ ସେ ପ୍ରସିଦ୍ଧି ଲାଭ କରିଛନ୍ତି। ତେବେ ପୂର୍ବରୁ କେନ୍ଦ୍ରୀୟ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ କଳାକାର ଭତ୍ତା ହିସାବ ରେ ୩୦୦୦ ଟଙ୍କା ଲେଖାଏଁ ମିଳୁଥିଲା। ତେବେ ୮ ମାସ ହେବ କରୋନା କଟକଣା ଯୋଗୁ ସେ ଟଙ୍କା ସେ ପାଇନାହାନ୍ତି। ଏବେ ଶାଶୁ ବୋହୂ କୁ କେବଳ ବିଧବା ଭତ୍ତା ହିସାବ ରେ ୧୦୦୦ ଟଙ୍କା ମିଳୁଛି ,ଯେଉଁଥିରେ ଚଳିବା କଷ୍ଟ ହେଉଛି ସେଥିପାଇଁ ସେ ବାଧ୍ଯ ହୋଇ ଭିକ ମାଗୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।