Face tips – ଆଳୁ ଦ୍ବାରା ଡ୍ୟାମେଜ ସ୍କିନର ମରାମତି ଏବଂ ମୁଁହରୁ କଳା ଦାଗ ନିବାରଣ, ତାହା କିପରି ଜାଣନ୍ତୁ।

0

ବର୍ତ୍ତମାନ ର ଏହି ଅତ୍ୟାଧୁନିକ ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଓ ଆମ ମୁହଁରେ ସମସ୍ତ ଅଙ୍ଗ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ଅଧିକ ରୁ ଅଧିକ ର ସୁନ୍ଦର କାଟିବାକୁ ଚାହାନ୍ତି ।

ତେବେ ବନ୍ଧୁଗଣ ଆମେ ସବୁବେଳେ ଆଳୁ କୁ ଏକ ପରିବା ଭାବରେ ପରିଗଣିତ କରିଥାଉ ଆଉ ଏହା ଖାଇବା କୁ ମଧ୍ୟ ବହୁତ ପସନ୍ଦ କରିଥାଉ। କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଳୁ ର ବ୍ୟବହାର କରି ଆପଣ ନିଜ ମୁହଁରେ ଥିବା ପୁରୁଣା ଚିହ୍ନ ବା ଦାଗ ଏମିତି କି ମୁହଁରେ ବାହାରୁ ଥିବା ବ୍ରଣ କୁ ମଧ୍ୟ ବହୁତ ସହଜରେ ଭଲ କରିପାରିବେ ବୋଲି ।ଆଜ୍ଞା ହଁ ଆଳୁ ସାହାଯ୍ୟ ରେ ଆପଣ ନିଜର ମୁହଁର ସୁନ୍ଦରତା କୁ ଦୁଇଗୁଣିତ କରିପାରିବେ ।ତେବେ ଆସନ୍ତୁ ଜାଣିବା ଆଳୁ କୁ କିପରି ଭାବରେ ବ୍ୟବହାର କରିବା ଦ୍ୱାରା ଆମ ମୁହଁରେ ଥିବା ଦାଗ ଓ ବ୍ରଣ ଭଲ ହୋଇଥାଏ ବୋଲି ।


୧.ଆମ ମୁହଁର ସୁନ୍ଦରତା କୁ ଆହୁରି ଆକର୍ଷଣୀୟ କରିଥାଏ ଆମର ଆଖି କିନ୍ତୁ କେବେ କେବେ ଆପଣ ନିଶ୍ଚିତ ଭବରେ ଲକ୍ଷ କରିଥିବେ କି ଆଖିର ତଳ ଭାଗ କଳା ପଡିଯାଇଥାଏ। ତେବେ ଏହି ସମସ୍ୟା ରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଗୋଟିଏ ଆଳୁ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ସୋଫା କରିନିଆନ୍ତୁ ।ପରେ ଏହାକୁ ଗୋଲ ଗଲ କରି କାଟି କଳା ପଡିଯାଇଥିବା ସ୍ଥାନରେ ମାସାଜ କରନ୍ତୁ ।ତା ପରେ ଦେଖୀବେ ଏହା ଦୂର ହୋଇଯିବ।


୨.ଆପଣ ଯଦି ନିଜ ମୁହଁରେ ବାହାରି ଥିବା ବ୍ରଣ ଏବଂ ପୁରୁଣା କଳା ଦାଗ କୁ ନେଇ ଚିନ୍ତାରେ ଅଛନ୍ତି ତାହେଲେ ଏହାର ସମାଧାନ ପାଇଁ ଆପଣ ଆଳୁ ର ବ୍ୟବହାର କରିପାରିବେ ।ପ୍ରଥମେ ଏକ ଆକୁ କୁ ଧୋଇ ନେଇ କଟର ସାହଯ୍ୟ ରେ ଛୋଟ ଛୋଟ କରି କାଟି ନିଅନ୍ତୁ ।ଏବଂ ଏହାକୁ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ ।ଏବେ ଏହାକୁ ଏକ ଛଣା ସାହାଯ୍ୟ ରେ ଛାଣି ନେଇ ରସ କୁ ଅଲଗା କରି ନିଅନ୍ତୁ। ଏହି ରସ ରେ ୨/୩ ଚାମଚ ଗୋଲାପ ଜଳ ଏବଂ ୨/୩ ଚାମଚ ଲେମ୍ବୁ ରସ ପକେଇ ଭଲ ଭବରେ ମିକ୍ସ କାରୀନିଅନ୍ତୁ ।ଏବଂ ଏହାକୁ ପ୍ରତିଦିନ ଥରେ ଲେଖାଏଁ ମୁହଁରେ ଲଗେଇ ନିଅନ୍ତୁ ।ଏପରି କରିବା ଦ୍ବାରା ମାତ୍ର ୧୦-୧୨ ଦିନ ମଧ୍ୟରେ ଆପଣଙ୍କ ର ଏହି ଦାଗ ସବୁ ଲିଭିଜିବ।
୩.ଆହୁରି ମଧ୍ୟ ଆଳୁ ରସ ରେ ଏକ ଚାମଚ ଦହି ମିଶାଇ ମୁହଁରେ ଲଗେଇବା ଦ୍ବାରା ଏହା ମୁହଁର ଚମକ କୁ ବଢିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।