ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ପୂରଣ ହୁଏ ମନସ୍କାମନା , ମିଳିଥାଏ ଶଙ୍କରଙ୍କ କୃପା ଜାଣିରଖନ୍ତୁ” ମନ୍ତ୍ର “

0

ଆମ ଦେଶର ଲୋକ ମାନେ ଭଗବାନ ଙ୍କୁ ବହୁତ ଭକ୍ତି ଏବଂ ବିଶ୍ୱାସ କରନ୍ତି, ଦେଶର ଲୋକ ମାନେ ସବୁକିଛି ଭଗବାନ ଙ୍କ ଉପରେ ହିଁ ଛାଡି ଦିଅନ୍ତି। ଦୁଃଖ ସୁଖ ସବୁଥିରେ ସେମାନେ ଭଗବାନ ଙ୍କ ଛାୟା ଆପଣେଇ ଥାଆନ୍ତି। ଦେଶରେ ତ ଅନେକ ମନ୍ଦିର ସବୁ ରହିଛି, ଆମ ଦେଶକୁ ଏକ ମନ୍ଦିର ମାଳିନୀ ଦେଶ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତ୍ୟେକ ସ୍ଥାନରେ ସବୁ ଭଗବାନ ମାନେ ଭିନ୍ନ ଭିନ୍ନ ରୂପ ବିରାଜିତ ହୋଇ ଥାଆନ୍ତି,

ସେମାନଙ୍କୁ ସେହି ସବୁ ସ୍ଥାନରେ ସେହି ଭିନ୍ନ ଭିନ୍ନ ରୂପ ରେ ହିଁ ପୂଜା କରାଯାଇଥାଏ। ହିନ୍ଦୁ ଧର୍ମ ର ଲୋକ ମାନେ ନିଜ ଭଗବାନ ଓ ନିଜ ମନ୍ଦିର କୁ ବହୁତ ମାନି ଥାଆନ୍ତି। ହିନ୍ଦୁ ଧର୍ମ ଆଉ ସବୁ ଧର୍ମ ଠାରୁ ପୁରା ପୁରି ଅଲଗା, ଆମ ଧର୍ମ ରେ ଯେତେ ସବୁ ନିୟମ, କଥା ସବୁ ରହିଛି ଆଉ କେଉଁ ଧର୍ମ ରେ ନାହିଁ। ହିନ୍ଦୁ ଧର୍ମ ରେ ତ ଲୋକ ମାନେ ଭଗବାନ ଙ୍କୁ ପୂଜା କରିବା ସହ ସେମାନଙ୍କ ବାହାନ କୁ ମଧ୍ୟ ପୂଜା କରି ଥାଆନ୍ତି।

ସେହି ସମୟ ରେ ଲୋକ ମାନେ ଭଗବାନ ଙ୍କ ର ପୂଜା, ଆଳତି,ମନ୍ତ୍ର ଆଦି ଜପ କରିଥାଆନ୍ତି। ଯେଉଁ ପରି ଭାବରେ ହେଉ ଭଗବାନ ସନ୍ତୁଷ୍ଟ ହୋଇଯିବେ ଏବଂ ତାଙ୍କ ଦୁଃଖ ଦୂର କରିଦେବେ। କାରଣ ସେହି ଭଗବାନ ହିଁ ହେଉଛନ୍ତି ଏହି ସୃଷ୍ଟି ର ହର୍ତ୍ତା କର୍ତ୍ତି ବିଧାତା ତାଙ୍କ ବିନା ଇଚ୍ଛା ରେ ଗୋଟିଏ ସାମାନ୍ୟ ପତ୍ର ମଧ୍ୟ ହଲି ନଥାଏ, ସିଏ ଇଚ୍ଛା କରିଲେ ସବୁ କିଛି ଅସମ୍ଭ ଜିନିଷ କୁ ବି ସମ୍ଭବ କରି ଦିଅନ୍ତି। ଆମେ ମାନେ ସମସ୍ତେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ନିହାତି ଜପ କରୁଥିବା, ହେଲେ ଆପଣ ମାନେ ଛାଣିଛନ୍ତି କି ଏହି ମନ୍ତ୍ର ଜପ କରିବା ଦ୍ୱାରା ଆମକୁ କି ପୂର୍ଣ୍ଣ ମିଳିଥାଏ। ଆମଜ ଆଜି ଆପଣ ମାନଙ୍କୁ ସେହି ସମ୍ପର୍କରେ କହିବୁ।

ମହାମୃତ୍ୟୁଞ୍ଜୟ ମନ୍ତ୍ର ଭଗବାନ ଶିବ ଙ୍କ ର ସବୁଠାରୁ ବଡ ମନ୍ତ୍ର ଭାବରେ ଜଣାଯାଏ। ହିନ୍ଦୁ ଧର୍ମ ରେ ଏହି ମନ୍ତ୍ର କୁ ପ୍ରାଣ ରକ୍ଷକ ଓ ମହାମୋକ୍ଷ ମନ୍ତ୍ର ବୋଲି ମଧ୍ୟ କୁହାଯାଇଥାଏ। ଯଦି କେହି ପୁରା ଶ୍ରଦ୍ଦା ଏବଂ ବିଶ୍ୱାସର ସହ ଏହି ମନ୍ତ୍ର କୁ ଜପ କରି ଥାଆନ୍ତି ତେବେ ତାଙ୍କୁ ନିଜ ମନ ମର୍ଜିତ ଫଳ ପ୍ରାପ୍ତି ହୋଇଥାଏ। ଏହି ମନ୍ତ୍ର କୁ ଜପ କରିବା ସମୟ ରେ କିଛି ବିଶେଷ କଥା ପ୍ରତି ଆମ ମାନଙ୍କୁ ଦୃଷ୍ଟି ଦେବାକୁ ପଡିବ। ଏହି ମନ୍ତ୍ର କୁ ଜପ କରିବା ବେଳେ ଏହାକୁ ସଠିକ୍ ଏବଂ ପୁରା ଶୁଦ୍ଧ ଭାବେ ଏହାକୁ ଜପ କରନ୍ତୁ। ମନ୍ତ୍ର କୁ ଜପ କରିବା ସମୟ ରେ ଗୋଟିଏ ବି ଶବ୍ଦ ର ଭୁଲ୍ ଉଚ୍ଚାରଣ ଆପଣଙ୍କ ଉପରେ ଭାରି ପଡିପାରେ। ଏହି ମନ୍ତ୍ର କୁ ଜପ କରିବା ପାଇଁ ଏକ ନିଶ୍ଚିତ ସଂଖ୍ୟା ଧାର୍ଯ୍ୟ କରନ୍ତୁ, ଆପଣ ଧିରେ ଧିରେ ଏହି ଜପ ର ସଂଖ୍ୟା କୁ ବଢାଇପାରିବେ କିନ୍ତୁ ଏହାକୁ କମାଇ ପାରିବେ ନାହିଁ।

ଏହାକୁ ଧିମା ସ୍ୱରରେ ଜପ କରିବା ଉଚିତ୍, ଏହାର ଉଚ୍ଚାରଣ ଓଠ ରୁ ବାହାରକୁ ଆସିବା ଉଚିତ୍ ନୁହେଁ। ଏହି ମନ୍ତ୍ର କୁ ଜପ କରିବା ସମୟ ରେ ପାଖରେ ଧୂପ ଦୀପ ଦେଇ ମନ୍ତ୍ର ଜପ କରନ୍ତୁ। କେବଳ ରୁଦ୍ରାକ୍ଷ ମାଳା ରେ ହିଁ ଏହି ମନ୍ତ୍ର କୁ ଜପ କରନ୍ତୁ। ଏହି ମନ୍ତ୍ର କୁ ସେହି ସ୍ଥାନରେ ଜପ କରନ୍ତୁ ଯେଉଁ ଠାରେ ଭଗବାନ ଶଙ୍କର ଙ୍କ ର ଫଟୋ, ମୂର୍ତ୍ତି ବା ମହାମୃତ୍ୟୁଞ୍ଜୟ ଯନ୍ତ୍ର ରଖାଯାଇଥିବ। ଏହି ମନ୍ତ୍ର କୁ ସବୁବେଳେ ପୁର୍ବ ଦିଗକୁ ମୁହଁ କରି ଜପ କରନ୍ତୁ। ଏହି ମନ୍ତ୍ର କୁ ଯେତେଦିନ ପର୍ଯ୍ୟନ୍ତ ଜପ କରିବେ ସେତେଦିନ ପର୍ଯ୍ୟନ୍ତ ଆମିଷ ଆହାର କରିବେ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।