ଫେସବୁକର ପ୍ରେମ ବିବାହ ପାଇଁ ଅରଜି ହେଲା ପୁଅ ; ତାପରେ ପ୍ରେମିକା କଲା ଏମିତି କାମ ଶୁଣିଲେ ଅବାକ୍ ହୋଇଯିବେ

0

ଆଜିର ଏହି ଗ୍ଲବଳାଇଜଡ଼ ସମାଜରେ ସବୁକିଛି ପ୍ରାୟ ଟେକ୍ନୋଲୋଜି ଦ୍ୱାରା କରାଯାଇଛି । ମଣିଷ କୁ ଏବେ ଆଉ ଶାରୀରିକ ପରିଶ୍ରମ ସେତିକି ମାତ୍ରା ରେ କରିବାକୁ ହେଉନାହିଁ ଯାହା ପୂର୍ବରୁ କରିବାକୁ ପଡୁଥିଲା । ଏବେ ବାସ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ତଥା ମୋବାଇଲ , କମ୍ପୁଟରର,ସୋସିଆଲ ମିଡ଼ିଆ ଏବଂ ଇଣ୍ଟରନେଟ ଦ୍ୱାରା ସବୁକିଛି ଅତିସହଜରେ ସମ୍ଭବପର ହେଉଛି । ସେହି ଆଜ୍ଞା ବର୍ତ୍ତମାନ ର ସବୁ ସମ୍ପର୍କ ମଧ୍ୟ ଟେକନିକାଲ ହୋଇଗଲାଣି । ଖାସ କରି ଏହି ଅତ୍ୟାଧୁନିକ ଯୁଗର ପ୍ରେମ ଏବେ ପୁରା ଡିଜିଟାଲ । ବର୍ତ୍ତମାନ ର ଯୁବପୀଢ଼ି ମାନେ ସୋସିଆଲ ମିଡ଼ିଆ ଦ୍ୱାରା ନିଜର ଜୀବନ ସାଥୀ ଚୟନ କରିବାକୁ ଲାଗିଛନ୍ତି । ମାତ୍ର ଏହି ଡିଜିଟାଲ ଷ୍ଟାଇଲ ରେ ଆରମ୍ଭ ହୋଇଥିବା ପ୍ରେମ ମହଙ୍ଗା ପଡ଼ିଛି ଜଣେ ମହିଳାଙ୍କ ଉପରେ । ତେବେ ଆମେ ଆପଣଙ୍କୁ ଏମିତି ଏକ ଡିଜିଟାଲ ଲୋଭ ଷ୍ଟରି ବିଷୟରେ ଜଣେଇବାକୁ ଯାଉଛୁ ।

ସୂଚନା ଅନୁସାରେ , ଉତ୍ତରପ୍ରଦେଶର ହରିଦୁଆର ଥରେ ଠାରେ ଘଟିଛି ଏକ ଅଦ୍ଭୂତପୂର୍ବ ତଥା ଆଶ୍ଚର୍ଯ୍ୟ ଜନକ ଘଟଣା ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇରହିଯିବେ ।ତେବେ ଉଲେକ୍ଷ୍ୟଯୋଗ୍ୟ ଯେ ଉତ୍ତରପ୍ରଦେଶରେ ହରିଦୁଆର ରେ ଜଣେ ଯୁବତୀ ଝାଡଖଣ୍ଡ ର ଜଣେ ଯୁବକ ନାମ ଆଦିତ୍ୟ ପ୍ରକାଶ ଙ୍କୁ ପ୍ରାୟ ଚାରି ବର୍ଷ ତଳେ ସୋସିଆଲ ଗଣମାଧ୍ୟମ ତଥା ଫେସବୁକ ମାଧ୍ୟମରେ କଥା ହୋଇଥିଲେ । ପରେ ତାଙ୍କ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ତେବେ ଦୁହିଁଙ୍କ ପ୍ରେମ ର ଦୁଇ ବର୍ଷ ପରେ ହରିଦୁଆର ର ଯୁବତୀ ଜଣଙ୍କ ତାଙ୍କ ପ୍ରେମିକ କୁ ଭେଟିଥିଲେ ।


ତେବେ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗୁଥିଲା ତେବେ ମଝିରେ ମଝିରେ ଯୁବତୀ ଜଣଙ୍କ ତାଙ୍କର ପ୍ରେମିକ ଆଦିତ୍ୟ ଙ୍କୁ ଦେଖା କରିବାକୁ ଆସୁଥିଲେ ଗରହୱା କୁ। ତେବେ ପରେ ଆଦିତ୍ୟ ସେହି ଯୁବତୀ ଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଥିଲେ ଝିଅ ପ୍ରଥମେ ଏହାକୁ ବିରୋଧ କରିଥିଲେ ମାତ୍ର ପରେ ସେ ମଧ୍ୟ ରାଜି ହୋଇଯାଇଥିଲେ । ଏବଂ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଅବୈଧ ଶାରୀରିକ ସମ୍ପର୍କ । କିନ୍ତୁ ଯେତେବେଳେ ଯୁବତୀ ଜଣଙ୍କ ଆଦିତ୍ୟ ଙ୍କୁ ବିବାହ କରିବାକୁ କହିଥିଲେ ଆଦିତ୍ୟ ରକ ଠକ ମନା କରିଥିଲେ ।

ତେବେ ଯୁବତୀ ଜଣଙ୍କ ଆଦିତ୍ୟ ଙ୍କୁ ବିବାହ କରିବା ପାଇଁ ନିଜ ପରିବାରର ଲୋକ ମାନଙ୍କୁ କହିଥିଲେ ଏବଂ ତାଙ୍କ ପରିବାର ଲୋକେ ମଧ୍ୟ ଏଥିରେ ନିଜର ସମିତି ଦେଇଥିଲେ । ମାତ୍ର ଆଦିତ୍ୟ ବିବାହ କରିବାକୁ ମନା କରିଦେଇଥିଲେ ଏବଂ ଯୁବତୀଙ୍କ ସହ କଥାବାର୍ତା ମଧ୍ୟ ବନ୍ଦ କରିଦେଇଥିଲେ । ତେବେ ଝିଅ ଟି ହାର ନମାନି ତାଙ୍କ ପରିବାର ସହ ତାଙ୍କ ଘରକୁ ଯାଇଥିଲା ମାତ୍ର ଯୁବକ ଜଣଙ୍କ ମନା କରିଦେଇଥିଲେ । ତେବେ ପରେ ସେ ଏନେଇ ପୋଲିସ ଙ୍କ ସାହାଯ୍ୟ ନେଇଥିଲେ । ତେବେ ସେ ପୋଲିସ ଙ୍କୁ ସବୁକଥା ଜଣେଇ ଆଦିତ୍ୟ ଙ୍କ ନାମରେ ଏକ ଏଫ ଆଇ ଆର ମଧ୍ୟ ଦେଇଥିବାର ଜଣାଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।