Health Tips- ପେଜ ପିଇବା ଦ୍ଵାରା ମିଳିଥାଏ ଏହି ୫ ଟି ଚମତ୍କାରୀ ଫାଇଦା , ଜାଣିଲେ ଆପଣ ମଧ୍ୟ ପ୍ରତି ଦିନ ପେଜ ପିଇବାକୁ ଲାଗିବେ

0

ଯଦିଓ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ଆମେ ଆମର ଜୀବନ ବଞ୍ଚିବାର ଶୋଇଲି କୁ ମଧ୍ୟ ଟେକନିକାଲ କରିସାରିଲୁଣି କିନ୍ତୁ ଏବେ ମଧ୍ୟ ଆମର ପୁରାତନ ସଂସ୍କୃତି ଓ ଚାଲିଚଳଣୀ ର ଉପଦେୟତା କୁ ଭୁଲି ନାହୁଁ ।ତେବେ ବର୍ତ୍ତମାନ ସମୟରେ ତ ଲୋକମାନେ ଭାତ ରୋଷେଇ କରିବାକୁ ଆଉ ପୁରାତନ ପଦ୍ଧତି ତଥା ଚୁଲି ,ମାଟି ହାଣ୍ଡି ଆଦିର ବ୍ୟବହାର ନକରି ଆଧୁନିକ ଯନ୍ତ୍ରପାତି ତଥା ଇଣ୍ଡକସନ ଚୁଲା ଓ ପ୍ରେସର କୁକୁର ବ୍ୟବହାର କରୁଛନ୍ତି ।ତେବେ ପୁରାତନ ଓ ବର୍ତ୍ତମାନ ର ଭାତ ରୋଷେଇ ରେ ଏତିକି ଫରକ ଯେ ଆଗରୁ ଭାତରୁ ପେଜ ବାହାରୁ ଥିଲା କିନ୍ତୁ ଏବେ ର ଭାତରେ ପେଜ ନାହିଁ ।


କିନ୍ତୁ ଆମେ ଆପଣଂକୁ ଆଜି ଏହି ପୁରୁଣା ପଦ୍ଧତି ଭାତ ରୋଷେଇ କରିବା ପରେ ବାହାରୁ ଥିବା ପେଜ ର ଆମ ଶରୀର ପ୍ରତି ଥିବା ଉପକାରୀତା ବିଷୟରେ ଜଣେଇବୁ ।ଏହା ଆପଣଂକୁ ଆଶ୍ଚର୍ଯ୍ୟ ଲାଗିପାରେ କି ଯେଉଁ ପେଜ କୁ ଆମେ ଅଦରକାରୀ ଖାଦ୍ୟ ଭାବରେ ନଷ୍ଟ କରୁଥିଲୁ ତାହା କିପରି ଆମ ଶରୀର ପ୍ରତି ଉପାଦେୟ ଅଟେ ।ବନ୍ଧୁଗଣ ପୁରୁଣା ପଦ୍ଧତି ରେ ରୋଷେଇ କରାଯାଉଥିବା ଭାତର ପେଜ ରେ ଚାଉଳ ର ପୋଷକ ରହିଥାଏ ଯାହାକି ଆମ ଶରୀରକୁ ଅନେକ ପ୍ରକାରର ସାହାଯ୍ୟ କରିଥାଏ ।ତେବେ ଆସାନ୍ତୁ ଜାଣିବା ପେଜର ସେହି ଉପକାରୀତା ବିଷୟରେ:-

୧.ଶରୀରକୁ ତୁରନ୍ତ ଶକ୍ତି ଯୋଗେଇଥାଏ :-

ଏକ ରିସର୍ଚ୍ଚ ଅନୁସାରେ ଭାତରେ ବାହାରୁ ଥିବା ପେଜ ରେ କାର୍ବୋହାଇଡ୍ରେଟ ରେ ଭରପୁର ରହିଥାଏ ଯାହାକି ଆମ ଶରୀରକୁ ଆବଶ୍ୟକ ସମୟରେ ତୁରନ୍ତ ଶକ୍ତି ଯୋଗେଇଥାଏ ।ସକାଳେ ଗରମ ପେଜ ରେ ମହୁ ଓ ଲୁଣ ମିଶାଇ ସେବନ କରିବା ଦ୍ୱାରା ଏହା ଶରୀରକୁ ଏନର୍ଜୀ ବୁସ୍ଟ ପରି କାର୍ଯ୍ୟ କରିଥାଏ। ଗରମ ଦିନରେ ଏହାକୁ ପିଇବା ଦ୍ୱାରା ଡିହାଇଡ୍ରେସନ ହେବାର ସମ୍ଭାବନା ନଥାଏ ।

୨.ଡାଇରିଆ ରୁ ମୁକ୍ତି ଦେଇଥାଏ:-

ପେଜ୍ ରେ ଫାଇବର ପୋଷକ ଭରପୁର ହୋଇଥାଏ ଓ ଏହା ଆପଣଙ୍କ ମେଟାବୋଲିଜ୍ମକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଖାଲି ଏତିକି ନୁହେଁ ବରଂ ଏହା ଆମର ହଜମ ପ୍ରକ୍ରିୟା କୁ ମଧ୍ୟ ବଢାଇଥାଏ । ତେଣୁ ପେଜ ସେବନ କରିବା ଦ୍ୱାରା ଡାଇରିଆ ଓ କୋଷ୍ଟକାଠିନ୍ୟ ପରି ରୋଗ ଭଲ ହୋଇଥାଏ ।

୩.ଜର ରୁ ତୁରନ୍ତ ଆରାମ ଦେଇଥାଏ:-

ପେଜ ଆମ ଶରୀରର ଜଳୀୟ ଅଂଶ କୁ ନିୟନ୍ତ୍ରଣ ରେ ରଖିଥାଏ । ଭାଇରଲ ଇଂଫେକସନ ଓ ଜର ସମୟରେ ଆମ ଶରୀରରେ ପେଜ ପାଣି କୁ ଅଭାଵ ହେବାକୁ ଦେଇନଥାଏ ଓ ଆବଶ୍ୟକ ପୋଷକ ମଧ୍ୟ ଯୋଗେଇଥାଏ ।ଜ୍ୱର ସମୟରେ ପେଜ ସେବନ କରିବା ଦ୍ବାରା ଶରୀରର ତାପମାତ୍ରା କୁ କମେଇଥାଏ।

୪.ତ୍ୱଚା କୁ ଚମକେଇଥାଏ:-

ପେଜ ରେ ଫାଇବରରେ ଭରପୁର ହୋଇଥାଏ ଓ ଆପଣଙ୍କ ମେଟାବୋଲିଜ୍ମକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଫଳରେ ପ୍ରତିଦିନ ଏହା ସେବନ କରିବା ଦ୍ବାରା ଚେହେରା ର ରଙ୍ଗ ରେ ଚମକ ଆସିଥାଏ ।

୫.ହାଇ ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରିଥାଏ:-

ପେଜ ରେ ଏମିତି କିଛି ପୋଷକ ରହିଛି ଯାହାକି ଶରୀରର ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।ତେଣୁ ପ୍ରତିଦିନ ପେଜ ସେବନ କରିବା ଦେହ ପାଇଁ ଉଚିତ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।