ସୋନୁ ସୁଦ କିଛି କରିଲେ ଏମିତି କାମ ଯାହା ଆଜି ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ଭିଡ଼ିଓ

0

ସାଧରଣତ୍ଵ ବଲିଉଡ ର ଅଭିନେତ୍ରୀ ଏବଂ ଅଭିନେତା ମନେ ସବୁବେଳେ ନିଜର ପୋଷକ ପତ୍ର , ନିଜର ଷ୍ଟାଇଲ ତଥା ପ୍ରେମ କିମ୍ବା ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ମାତ୍ର ବର୍ତ୍ତମାନ ବଲିଉଡ ର ଜଣେ ସୁନାମଧନ୍ୟ ଅଭିନେତା ସବୁବେଳେ ନିଜର ମହାନତା କୁ ନେଇ ସାରା ବିଶ୍ୱ ରେ ବେଶ ଚର୍ଚ୍ଚାରେ ଅଛନ୍ତି । ତେବେ ସେହି ଅଭିନେତା ଜଣକ ହେଉଛନ୍ତି ବଲିଉଡ ର ସୋନୁ ସୁଦ । ସୋନୁ ପ୍ରଥମେ ସାଧାରଣ ଦାଦନ ଶ୍ରମିକ ଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଥିଲେ । ତେବେ କୋଭିଡ-୧୯ ଯୋଗୁଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା

ଯେଉଁ କାରଣରୁ ଓଡ଼ିଆ ବାହାରେ ମଜଦୂର ଭାବରେ କାମ କରୁଥିବା ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରିବା ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିଲେ ତେବେ ଏହି ସମୟରେ ସୋନୁ ନିଜର ମହାନତା ଦେଖେଇ ସେମାନଙ୍କୁ ଏକ ବସ ମାଧ୍ୟମରେ ନିଜ ନିଜର ରାଜ୍ୟ କୁ ପଠେଇଦେଇଥିଲେ । ଖାଲି ଏତିକି ନୁହେଁ ବରଂ ସେ ଗୋଟିଏ ଯୁବତୀ ଙ୍କୁ ପାଠ ପଢିବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଯୋଗେଇ ଦେଇଥିଲେ । ତେବେ ବର୍ତ୍ତମାନ ସେ ଅନ୍ୟ ଏକ କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାରେ ଅଛନ୍ତି ।


ସୂଚନା ଅନୁସାରେ , କୋଭିଡ -୧୯ ଯୋଗୁଁ ସାରା ଦେଶରେ ଲକଡାଉନ ରହିଛି । ତେବେ ଏ ନେଇ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି ଏବଂ ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଅନଲାଇନ ର୍ବ ପାଠ ପଢ଼ା ହେଉଛି । ତେବେ ହରିଆଣା ର ମୋର୍ନିଂ ଠାରୁ କେତେକ ପିଲା ଏହି ଅନଲାଇନ କ୍ଲାସ କରିବା ପାଇଁ ନେଟୱର୍କ ଅସୁବିଧା ର ସମୁଖୀନ ହେଉଥିଲେ । ଫଳରେ ସେହି ଛାତ୍ରଛାତ୍ରୀ ମାନେ ସବୁଦିନ କ୍ଲାସ କରିବା ପାଇଁ ଗଛ ଉପରକୁ ଚଢି ପାଠ ପଢ଼ୁଥିଲେ । ତେବେ ଏହି ପିଲାମାନଙ୍କର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ପରେ ସୋନୁ ସୁଦ ଏ ବିଷୟରେ ଜାଣିବାକୁ ପାଇଥିଲେ । ତେବେ ଏହା ଜାଣିବା ମାତ୍ରେ ହିଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ଯାହା ଜାଣିଲେ ଆପଣ ମଧ୍ୟ ସୋନୁ ଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ ।

ସୋସିଆଲ ମିଡ଼ିଆ ଦ୍ୱାରା ଏହି ବିଷୟରେ ସୋନୁ ଜାଣିବା ପରେ ସେ ସଙ୍ଗେ ସଙ୍ଗେ ସେଠାକାର ସରକାର ଙ୍କ ସହ କଥା ହୋଇଥିଲେ । ଏବଂ ନିଜେ ହରିଆଣା ର ମୋର୍ନିଂ ଗ୍ରାମରେ ଏକ ମୋବାଇଲ ନେଟୱାର୍କ ଟୱାର ବସେଇବେ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ବହୁତ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ , ଏବେ ପିଲା ମାନଙ୍କୁ ଆଉ ଅନଲାଇନ କ୍ଲାସ କରିବାକୁ ଗଛ ଉପରକୁ ଚଢ଼ିବାକୁ ହେବନି ସେମାନେ ନିଜ ନିଜର ଘରେ ଏବେ ଅନଲାଇନ ରେ ପାଠ ପଢିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଲା ମାନେ ହେଉଛନ୍ତି ଦେଶର ଭବିଷ୍ୟତ ତେବେ ଏହା ପାଇଁ ସେମାନଙ୍କୁ ଏହି ଭଳି ଅସୁବିଧାର ସମ୍ମୁଖୀନ ହେବା ଉଚିତ ନୁହେଁ । ତେଣୁ ସେହି ପିଲା ମାନଙ୍କ ପାଇଁ ମୁଁ କିଛି କରିପାରିଥିବାରୁ ନିଜକୁ ଧନ୍ୟ ମାନେକରୁଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।