ମାଆ ପେଟରେ ଥିବା ବେଳେ ଚାଲିଗଲେ ବାପା; ଡାକ୍ତରୀ ପାଠ ପଢ଼ି କଲେକ୍ଟର ବନିଲେ ପୁଅ , ତାପରେ ଯାହା ହେଲା ବିଶ୍ବାସ କରିପାରିବେନି

0

ଆମେ ଯେତେବେଳେ ଆମ ସମାଜରେ ଜଣେ ସଫଳ ମଣିଷ ଙ୍କୁ ଦେଖୁ ତା ଆମେ ତାଙ୍କ ବିଷୟରେ ବହୁତ କିଛି ଭାବିଥାଉ । ଆମକୁ ଲାଗେ କି ଜଣେ ନିଜ ଜୀବନରେ ସଫଳତା ପାଇବା ଏତେ ବି କଷ୍ଟ ନୁହଁ ମାତ୍ର ଯେତେବେଳେ ଆପଣ ସେହି ସଫଳ ମଣିଷ ଟୀକୁ ପଚାରିଥାଉ ସେତେବେଳେ ସେ କହନ୍ତି ପ୍ରକୃତ କଥା । ତେବେ ଆମେ କହି ରଖୁଚୁ ଯେ ସଫଳତା କେବେ ହେଲେ ଆପେ ଆପେ ମିଳିନଥାଏ । ଏହାକୁ ହାସଲ କରିବକୁ ହୁଏ ଏବଂ ଏହା ପାଇଁ କଠିନ ରୁ ଅତି କଠିନ କାମ ମଧ୍ୟ କରିବାକୁ ହୋଇଥାଏ । ଯଦିଓ ଏହା ଉପରକୁ ବହୁତ ସହଜ ଦେଖାଯାଏ କିନ୍ତୁ ଏହାର ମଧ୍ୟରେ ବହୁତ କଷ୍ଟ ପରିସ୍ଥିତି ସବୁ ଗତି କରିଥାଏ । ତେବେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ଲୋକଙ୍କ ଜୀବନ ତଥା ତାଙ୍କର ସଫଳତା ଉପରେ ଜଣେଇବୁ ଯାହାକି ଆପଣ ଙ୍କ ପାଇଁ ବହୁତ ଉପକୃତ କରିପାରେ ।


ତେବେ ଆମେ ଆଜି ଆପଣଙ୍କୁ ମହାରାଷ୍ଟ୍ର ର ନନ୍ଦୁରବର ରେ ରହୁଥିବା ଜଣେ ବ୍ୟକ୍ତି ଙ୍କ ଉପରେ ଜଣେଇବାକୁ ଯାଉଛୁ । ତେବେ ସେ ହେଉଛନ୍ତି ମହାରାଷ୍ଟ୍ର ର ନନ୍ଦୁରବର ଜିଲ୍ଲା ର ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ତର ରାଜେନ୍ଦ୍ର ଭାରୁଦ। ସୂଚନା ଅନୁସାରେ , ରାଜେନ୍ଦ୍ର ଗୋଟିଏ ଗରିବ ପରିବାରର ପିଲା ଯିଏକି ଜନ୍ମ ହେବା ପୂର୍ବରୁ ନିଜର ବାପା ଙ୍କୁ ହରେଇଥିଲେ । ଏବଂ ନିଜ ମା ଙ୍କ ଦ୍ଵାରା ବହୁତ ଦୁଃଖ କଷ୍ଟ ରେ ବଢିଥିଲେ । ତେବେ ସେ ନିଜ ମା ଙ୍କ ଗର୍ଭ ରେ ଥିବା ସମୟରେ ତାଙ୍କ ବାପା ଙ୍କର କୌଣସି କାରଣ ବସତ୍ୱ ଦେହାନ୍ତ ହୋଇଯାଇଥିଲା ।

ତେବେ ରାଜେନ୍ଦ୍ର ୧୯୮୮ ମସିହା ଜାନୁଆରୀ ୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମାତ୍ର କେବେହେଲେ ନିଜ ବାପାଙ୍କୁ ଦେଖିବାର ସୁଯୋଗ ପାଇନଥିଲେ । ସେ ୧୦ମ ଶ୍ରେଣୀ ରେ ପଢ଼ୁଥିବା ବେଳେ ତାଙ୍କ ଶିକ୍ଷକ ଙ୍କ କହିବା ଅନୁସାରେ ତାଙ୍କର ମା ନିଜର ମଦ ଦୋକାନ ଚଳେଇ ତାଙ୍କୁ CBSE ରେ ନାମ ଲେଖିଥିଲେ । ତେବେ ସେ ସେଠାରେ ଗଣିତ ଓ ବିଜ୍ଞାନ ରେ ବହୁତ ଭଲ ପ୍ରଦର୍ଶନ କରିବା ସହ ତାଙ୍କ ଶ୍ରେଣୀ ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ ।


ଦଶମ ବୋର୍ଡ ପରୀକ୍ଷାରେ ସେ ଉଭୟ ବିଷୟରେ ସର୍ବାଧିକ ନମ୍ବର ରଖି ଶ୍ରେଷ୍ଠ ଛାତ୍ର ର ପରିଚୟ ମଧ୍ୟ ହାସଲ କଟିଥିଲେ ଏବଂ ପରେ ସେ ମୁମ୍ବାଇର ସେଥ୍ ଜିଏସ୍ ମେଡିକାଲ୍ କଲେଜରେ ମେରିଟ୍ ସ୍କଲାରସିପ୍‌ରେ ଆଡମିଶନ ପାଇଗଲେ। ପରେ ଏମ୍‌ବିବିଏସ୍‌ ପାଠ ପଢ଼ି ମଧ୍ୟ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାରେ ଲାଗିପଡିଲେ । ତେବେ ସେ ୟୁପିଏସ୍‌ସି ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ମଧ୍ୟ ହେଲେ। ରାଜେନ୍ଦ୍ର ଘରକୁ ଯିବା ପରେ ତାଙ୍କ ମାଆ ତାଙ୍କୁ ଜଣେ ଡକ୍ଟର ବୋଲି ଭାବୁଥିଲେ। ମାତ୍ର ପରୀକ୍ଷା ଫଳ ବାହାରିବା ପରେ ସେ ମାଆଙ୍କୁ କହିଥିଲେ କି ସେ ‘କଲେକ୍ଟର‘ ହେବାକୁ ଯାଉଛନ୍ତି। ତାଙ୍କ ମାଆ ପ୍ରଥମେ ବୁଝିପାରିଲେ ନଥିଲେ ମଧ୍ୟ ତାଙ୍କର ଖୁସି ର ସୀମା ନଥିଲା କହିଲେ ଚଳେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।