ଖେଳ ଖେଳରେ ଏମିତି ଆକାଉଣ୍ଟ ଖାଲି କରିଦେଉଛି ଫ୍ରି ଫାୟାର , ଜାଣନ୍ତୁ କିପରି

0

ଆଜି ବଦଳୁଛି ଯୁଗ ଏବଂ ଏହା ସହ ଲୋକ ମାନଙ୍କ ର ଜୀବନ ଶୈଳୀ ମଧ୍ୟ ବଦଳୁଛି। ଲୋକ ମାନେ ମଧ୍ୟ ସମୟ ସହ ନିଜର ଜିଇଁ ବାର ଶୈଳୀ ବଦଳଉଛନ୍ତି। ଆଜି ର ଏହି ଯୁଗ କୁ ସାଇନ୍ସ ର ଯୁଗ ବୋଲା କୁହାଯାଉଛି। ଆଜିର ଏହି ଯୁଗ ବହୁତ ସ୍ମାର୍ଟ ହୋଇଗଲାଣି, ଆଉ ଏହି ସ୍ମାର୍ଟ ଯୁଗ ରେ ସବୁଠୁ ବେଶି ସ୍ମାର୍ଟ ହେଉଛନ୍ତି ଆଜି କାଲି ର ଯୁବପିଢି। ଆଜି କାଲି ର ପିଲା ଙ୍କ ପାଇଁ ସ୍ମାର୍ଟ ଫୋନ୍ ହେଉଛି ସବୁକିଛି।

ସ୍ମାର୍ଟ ଫୋନ୍ ର ସୋସିଆଲ୍ ମିଡିଆରେ ଆଜି କାଲିର ଯୁବ ପିଢି ସବୁଠୁ ବେଶି ଏକ୍ଟିଭ୍। ସ୍ମାର୍ଟ ଫୋନ୍ ରେ ଆମ ମାନଙ୍କ ର ଅନେକ ହିତ ମଧ୍ୟ ସାଧନ ହେଉଛି। ଏହା ଦ୍ୱାରା ଆମେ ମାନେ ସବୁ କାମ କରିପାରୁଛୁ ମୋବାଇଲ୍ ବିଲ୍ ଦେବାଠୁ ଆରମ୍ଭ କରି ଇଲେକ୍ଟ୍ରି ବିଲ୍ ପର୍ଯ୍ୟନ୍ତ ଆମେ ସବୁ ବିଲ୍ ଫୋନ୍ ଦ୍ୱାରା ଦେଇପାରୁଛୁ। ଆଜି କାଲି ଏହି ମହାମାରୀ ସମୟ ରେ ସ୍ମାର୍ଟ ଫୋନ୍ ରେ ମଧ୍ୟ ପାଠ ପଢା ମଧ୍ୟ ହେଉଛି। ଏବେ କିନ୍ତୁ ସ୍ମାର୍ଟ ଫୋନ୍ ପିଲା ମାନଙ୍କ ପାଇଁ ବିପଦ ହୋଇଗଲାଣି, ତେବେ ଆସନ୍ତୁ ଜାଣିବା ଏହି ବିପଦ ସମ୍ପର୍କରେ।

ଏହି ଲକ୍ଡାଉନ୍ ସମୟରେ ପିଲା ମାନଙ୍କ ର ଅନଲାଇନ୍ ଗେମ୍ ବହୁତ ଜୋର ରେ ଚାଲୁଥିଲା। ଏହି ପବଜି ଗେମ୍ ଖେଳି କେତେକ ପିଲା ଙ୍କର ଜୀବନ ମଧ୍ୟ ଯାଇଥିଲା,ଏହାପରେ ସରକାର ଏହାକୁ ବ୍ୟାନ୍ କରିଦେଇଥିଲେ। ଏବେ ଏହି ପବଜି ର ସ୍ଥାନ ନେଇଛି ଫ୍ରି ଫାୟାର। ଏହି ଫ୍ରି ଫାୟାର୍ ଏବେ କମ୍ ବୟସ ର ପିଲା ମାନଙ୍କ ପାଖରେ ଅନେକ ପ୍ରିୟ ହୋଇ ଯାଇଛି। ଏବେ ଏହାର ଆର୍ଶ୍ଚଯ୍ୟକର କଥା ହେଉଛି,ଲୋକ ମାନେ ଏହାକୁ ଖେଳି ଖେଳି ନିଜ ଅଭିଭାବକ ମାନଙ୍କ ର ଏକାଉଣ୍ଟ ଖାଲି କରିଦେଉଛନ୍ତି।

ଏହି ଗେମ୍ ଖେଳି କେନ୍ଦୁଝର ଏବଂ ଯାଜପୁର ର 2 ଜଣ ପିଲା ଆତ୍ମହତ୍ୟା କରିଥିବା ଘଟଣା ମଧ୍ୟ ସାମ୍ନା କୁ ଆସିଛି। ଏହି ଗେମ୍ ଖେଳି ଜଣେ ପିଲା ତାଙ୍କ ବାପା ଙ୍କ ଏକାଉଣ୍ଟ ରୁ 20,000 ଟଙ୍କା ଖାଲି କରିଦେଇଛନ୍ତି ଏବଂ ଆଉ ଜଣେ ଲକ୍ଷାଧିକ ଟଙ୍କା ନିଜ ବାପା ଙ୍କ ଏକାଉଣ୍ଟ ରୁ ଖାଲି କରିଦେଇଛନ୍ତି। ଏହି ଘଟଣା ବାରିପଦା ସହର ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।

ଏହି ଗେମ୍ ରେ ଅନେକ ଚ୍ୟାଲେଞ୍ଜ ଥାଏ ଯାହାକୁ ପୂରଣ କରିବାକୁ ହୁଏ।ଏହି ମଧ୍ୟ ରୁ ଏଆର ଡ୍ରପ୍ ଏକ ଚ୍ୟାଲେଞ୍ଜ ରହିଛି ଯାହାର ମୂଲ୍ୟ 10 ଟଙ୍କା ରୁ ଆରମ୍ଭ କରି 10,000 ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରେ ନିଜର ଗେମିଂ ଆଇକନ୍ ମଧ୍ୟ କିଣିବାକୁ ପଡିଥାଏ। ଯେଉଁଥିପାଇଁ ନିଜର ବ୍ୟାଙ୍କ ବିବରଣୀ ଦେବାକୁ ପଡିଥାଏ, ମାତ୍ର ଏକାଟଣ୍ଟ ରୁ କେତେବେଳେ କେତେ ଟଙ୍କା କଟିଥାଏ ତାହା ଜଣା ପଡିନଥାଏ। ଏହି ପରି ଭାବରେ ଫ୍ରି ଫାୟାର ଲୋକ ମାନଙ୍କ ଏକାଉଣ୍ଟ ରୁ ପଇସା ଖାଲି କରିଦେଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।