କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଏହି ପାଞ୍ଚଟି ଉପାୟ ପାଳନ କଲେ ଆପଣଙ୍କ ଆଗାମୀ ଦିନରେ ଧନ ର ବର୍ଷା ହେବ। ଜାଣନ୍ତୁ ଏହି ପାଞ୍ଚଟି ସହଜ ଉପାୟ

0

କୁମ୍ଭ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଆଗାମୀ ଦିନ ରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଯଦି ଏହି ଉପାୟ ଗୁଡିକୁ ଅନୁସରଣ କରନ୍ତି ତେବେ ଆଗାମୀ ଦିନରେ ଏହି ରାଶିରେ ହେବାକୁ ଥିବା ଘାତକ ଚଳନ ମଧ୍ୟ ନିବାରଣ ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହି କୁମ୍ଭ ରାଶି ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ପାଞ୍ଚଟି ଉପାୟ। ଯାହା କୁ ପାଳନ କଲେ ଆଗାମୀ ୨୦୨୦ ବର୍ଷର ବାକିଥିବା ଦିନ ଭଲରେ କଟିବ।  କୁମ୍ଭ ରାଶିର ବ୍ୟକ୍ତି ମାନେ ଯଦି ଚାହୁଁଛନ୍ତି ନିଜ ଜୀବନରେ ଧନ ସମ୍ପତ୍ତି ବୃଦ୍ଧି ସହିତ ଦାମ୍ପତ୍ୟ ଜୀବନରେ ଅନେକ ଖୁସି ଆଣିବାକୁ ତେବେ ଏହି ପାଞ୍ଚଟି ସହଜ ଉପାୟ କରିବା ଆବଶ୍ୟକ ରହିଛି। ତେବେ ସେଗୁଡିକୁ କଣ କଣ ଆସନ୍ତୁ ଜାଣିବା।


୧.ପ୍ରଥମ ଉପାୟ ଟି ହେଲା;-
ଏହି ରାଶିର ବ୍ୟକ୍ତି ମାନେ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ସ୍ନାନ କରି ଜଳ ଅର୍ପଣ କରିବା ଦରକାର। ଯାହାଦ୍ୱାରା ଏହି ରାଶିର ଥିବା ଘାତକ ଚକ୍ର ସୂର୍ଯ୍ୟ ଙ୍କ ପରାକ୍ରମ ଶକ୍ତିରେ ଆସି ନଷ୍ଟ ହୋଇଯିବେ। ସୂର୍ଯ୍ୟ ଙ୍କ ପରି ଏହି ରାଶିର ବ୍ୟକ୍ତି ମାନେ ତେଜ ମୟୀ ହୋଇଯିବେ। ଆଉ ସମସ୍ତ ବିପଦ ଅନ୍ଧକାର ପରି ଦୂର ହୋଇଯିବ। ଆଉ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଦରକାର।

୨.ଦ୍ୱିତୀୟ ଉପାୟ ଟି ହେଲା;-
କୁମ୍ଭ ରାଶିର ବ୍ୟକ୍ତି ମାନେ ରୁପା ବସ୍ତୁ କିଛି ଧାରଣ କରିବା ଦରକାର। ଯାହା ଦ୍ୱାରା କିଛି ମାତ୍ରାରେ ରେ ରାଶିରେ ଘଟୁଥିବା ସମସ୍ୟା ସବୁର ସମାଧାନ ହୋଇଯିବ। ତେଣୁ ଏହି ରାଶିର ବ୍ୟକ୍ତି ମାନେ ରୂପାର ମୁଦି, ହାର କିଂମ୍ବା ବ୍ରେସଲେଟ ମଧ୍ୟ ବ୍ୟବହାର କରି ପାରିବେ।

୩. ତୃତୀୟ ଉପାୟ ଟି ହେଲା;-
ଆପଣ ଯେତେବେଳେ କୌଣସି ଘର କରୁଛନ୍ତି ସେତେବେଳେ ଆପଣଙ୍କ ଘରର ଦ୍ୱାର ଦକ୍ଷିଣ ମୁହାଁ ରଖିବେ ନାହିଁ। ଦକ୍ଷିଣ ମୁହାଁ ଘରର ଦ୍ୱାର ଥିଲେ ଅନେକ ସମସ୍ୟା ଘର ପ୍ରତି ମାଡି ଆସିବ। ଘରର ଧନ ହାନି ହେବା ସହିତ ଘରର ସଦସ୍ୟ ମାନଙ୍କର ମଧ୍ୟ ଦେହ ଅସୁସ୍ଥ ଦେଖାଯିବ। ତେଣୁ ଘରର ଦ୍ୱାର କେବେବି ଦକ୍ଷିଣ ମୁହାଁ କରିବେ ନାହିଁ।

୪. ଏହି ଚତୁର୍ଥ ଉପାୟ ଅନୁସାରେ କୁମ୍ଭ ରାଶିର ବ୍ୟକ୍ତି ମାନେ ପ୍ରତି ଶନିବାର ଦିନ ଶନି ଦେବଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ପୂଜା କରିବା ଦରକାର। ଯାହା ଦ୍ୱାରା ଏହି ରାଶି ଉପରୁ ଶନି ଦେବଙ୍କ ର ଖରାପ ଦୃଷ୍ଟି ପଡିବ ନାହିଁ। ଏହା ସହିତ ହନୁମାନ ଏବଂ ଶିବଙ୍କ ର ମଧ୍ୟ ପୂଜା କରିବା ଦରକାର।

୫. ପଞ୍ଚମ ଉପାୟ ଅନୁସାରେ କୁମ୍ଭ ରାଶିର ବ୍ୟକ୍ତି ମାନେ କିଛି ଦାନ କରିବା ଦରକାର। ଗରିବ ଏବଂ ଭିକାରୀ ଙ୍କୁ କିଛି ଖାଦ୍ୟ ଏବଂ ବସ୍ତ୍ର ଦାନ କରିବା ଦରକାର। ଏପରି କଲେ ଭଗବାନଙ୍କ ଆଶୀର୍ବାଦ ଏହି ରାଶି ଉପରେ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।