ଦେଖନ୍ତୁ ପୁରୀରେ ଭାଇରାଲ ହେଉଥିବା ନାଗା ସାଧୂ ଙ୍କ ର ପ୍ରକୃତ ପରିଚୟ ସମ୍ପର୍କରେ, ଆପଣ ମାନେ ବି ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ।

0

ଆମ ଦେଶର ଲୋକ ମାନେ ଭଗବାନ ଙ୍କୁ ବହୁତ ଭକ୍ତି ଏବଂ ବିଶ୍ୱାସ କରନ୍ତି, ଦେଶର ଲୋକ ମାନେ ସବୁକିଛି ଭଗବାନ ଙ୍କ ଉପରେ ହିଁ ଛାଡି ଦିଅନ୍ତି। ଦୁଃଖ ସୁଖ ସବୁଥିରେ ସେମାନେ ଭଗବାନ ଙ୍କ ଛାୟା ଆପଣେଇ ଥାଆନ୍ତି। ଦେଶରେ ତ ଅନେକ ମନ୍ଦିର ସବୁ ରହିଛି, ଆମ ଦେଶକୁ ଏକ ମନ୍ଦିର ମାଳିନୀ ଦେଶ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ଦେଶର ପ୍ରତ୍ୟେକ ସ୍ଥାନରେ ସବୁ ଭଗବାନ ମାନେ ଭିନ୍ନ ଭିନ୍ନ ରୂପ ବିରାଜିତ ହୋଇ ଥାଆନ୍ତି, ସେମାନଙ୍କୁ ସେହି ସବୁ ସ୍ଥାନରେ ସେହି ଭିନ୍ନ ଭିନ୍ନ ରୂପ ରେ ହିଁ ପୂଜା କରାଯାଇଥାଏ।

ଅନେକ ଜଣ ଅଛନ୍ତି କି ଯେଉଁ ମାନେ ଭଗବାନ ଙ୍କୁ ଭକ୍ତି କରି କରି ପୁରା ପାଗଳ ହୋଇ ଯାଆନ୍ତି।ସେହି ସମୟ ରେ ଲୋକ ମାନେ ଭଗବାନ ଙ୍କ ର ପୂଜା, ଆଳତି,ମନ୍ତ୍ର ଆଦି ଜପ କରିଥାଆନ୍ତି। ଯେଉଁ ପରି ଭାବରେ ହେଉ ଭଗବାନ ସନ୍ତୁଷ୍ଟ ହୋଇଯିବେ ଏବଂ ତାଙ୍କ ଦୁଃଖ ଦୂର କରିଦେବେ, କାରଣ ସେହି ଭଗବାନ ହିଁ ହେଉଛନ୍ତି ଏହି ସୃଷ୍ଟି ର ହର୍ତ୍ତା କର୍ତ୍ତି ବିଧାତା ତାଙ୍କ ବିନା ଇଚ୍ଛା ରେ ଗୋଟିଏ ସାମାନ୍ୟ ପତ୍ର ମଧ୍ୟ ହଲି ନଥାଏ, ସିଏ ଇଚ୍ଛା କରିଲେ ସବୁ କିଛି ଅସମ୍ଭ ଜିନିଷ କୁ ବି ସମ୍ଭବ କରି ଦିଅନ୍ତି।

ଆପଣ ମାନେ ତ ସମସ୍ତେ ଏହି ବର୍ଷ ର ପରିସ୍ଥିତି ସମ୍ପର୍କରେ ନିହାତି ଜାଣିଥିବେ କିପରି ଭାବରେ ବର୍ଷ ସାରା କରୋନା ଏକ ପ୍ରକାର ର ଲୋକ ମାନଙ୍କ ର ଜୀବନ ଯାତ୍ରା କୁ ସମ୍ପୂର୍ଣ୍ଣ ଠପ୍ କରି ଦେଇଥିଲା।ତେବେ ୯,୧୦ ମାସ ହେବ ବନ୍ଦ ଯୋଇଥିବା ଜଗନ୍ନାଥ ମନ୍ଦିର କୁ ଖୋଲିବା ପାଇଁ ଭକ୍ତ ମାନଙ୍କୁ ଦର୍ଶନ କରିବା ପାଇଁ ସରକାର ଅନୁମତି ଦେଇଥିଲେ।

ତେବେ ପ୍ରଥମ ପର୍ଯ୍ୟାୟରେ ପଣ୍ଡାୟତ ମାନଙ୍କ ପରିବାର ର ଲୋକ ମାନେ ଦର୍ଶନ କରିବାକୁ ଯିବେ ବୋଲି ସରକାର କହିଥିଲେ। ତେବେ ଯେଉଁ ଦିନ ସେମାନେ ଯାଉଥିଲେ ଦେଖାକରିବା ପାଇଁ, ସେହି ସମୟ ରେ ଜଣେ ନାଗା ସାଧୁ ପୋଲିସ୍ ମାନଙ୍କୁ ଖାତିର୍ ନକରି ଦୌଡି ପଳାଇଥିଲେ କାଳିଆ ଙ୍କୁ ଦେଖିବା ପାଇଁ।

ତାଙ୍କୁ ଅନେକ ପୋଲିସ୍ ମାନେ ରୋକିବାକୁ ଚେଷ୍ଟା କରିଥିଲେ, ହେଲେ ତାଙ୍କ ଦୌଡିବାର ମାତ୍ରା ଏତେ ଥିଲା କି ସେମାନେ ତାଙ୍କୁ ଧରି ପାରି ନଥିଲେ। ସେହି ନାଗା ସାଧୁ ଙ୍କ ର ପ୍ରକୃତ ପରିଚୟ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ, ତେବେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳ ର ଶ୍ରୀରାମ ନଗର ର ବାସିନ୍ଦା ହେଉଛନ୍ତି ବାବା ବୈଷ୍ଣବ, ୟାଙ୍କୁ ଲୋକ ମାନେ ଡି ସୋମନାଥ କୁମୁଦି ନାମରେ ଜାଣିଛନ୍ତି,

ପ୍ରାୟ ସାତ ବର୍ଷ ହେବ ତୁମ୍ଭନାଥ ପୁରୀ ମଠରେ ରହୁଛନ୍ତି। ଅନେକ ସମୟ ରେ ଅନେକ ପରିସ୍ଥିତି ର ସମ୍ମୁଖୀନ ହୋଇ ଅନେକ ସମୟରେ ତାଙ୍କୁ ଜେଲ୍ ଯିବାକୁ ମଧ୍ୟ ପଡିଥିଲା। ସେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ପାଠ ପଢୁଥିଲେ, ଅଧା ରୁ ପାଠ ଛାଡି ସେ ବିଭିନ୍ନ ସାମାଜିକ କାର୍ଯ୍ୟ ରେ ଯୋଗ ଦେଇଥିଲେ।

 

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।