ବିବାହର ବାର୍ଷିକୀରେ ଦେଲେ ଆଶ୍ଚର୍ଯ୍ୟଜନକ ଉପହାର, ସ୍ତ୍ରୀଙ୍କ ପାଇଁ ଚନ୍ଦ୍ରରେ ଜାଗା କିଣିଲେ ସ୍ୱାମୀ,ଜାଣନ୍ତୁ ପୁରା ଖବର

0

ଆଜି ର ଏଇ ଦିନିଆ ରେ ସବୁ ପିଲା ମାନେ ପ୍ରେମ କରୁଛନ୍ତି, ସମସ୍ତେ କଥା ବାର୍ତ୍ତା, ଦେଖା ଚାହାଁ ସବୁ କିଛି କରୁଛନ୍ତି, କିନ୍ତୁ ଏହି ପ୍ରେମ ମାତ୍ର କିଛି ଦିନ କିମ୍ବା କିଛି ବର୍ଷ ପାଇଁ। ପ୍ରେମ ର କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ କିଛି ଭୁଲ୍ ବୁଝାମଣା ପାଇଁ ସମ୍ପର୍କ ଭାଙ୍ଗି ଦେଉଛନ୍ତି ଏବଂ ଆଉ କାହାକୁ ସାଙ୍ଗେ ସାଙ୍ଗେ ଭଲ ପାଇ ଯାଉଛନ୍ତି। ସେମାନେ ପ୍ରେମ ର ସଠିକ୍ ମାନେ ବୁଝି ପାରୁଛନ୍ତି।

ପରସ୍ପର ର ସୁଖ ଦୁଃଖ ସବୁଥିରେ ଠିଆ ହେଉଛନ୍ତି, ନା କି କେବଳ ସୁଖ ରେ ଠିଆ ହୋଇ ଦୁଃଖ ରେ ତାର ହାତ ଛାଡି ଚାଲି ଯାଉଛନ୍ତି। ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ପ୍ରେମୀ ଯୁଗଳ ଙ୍କ ସମ୍ପର୍କରେ କହିବୁ। ଯେଉଁ ଠାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ନିଜର ମେରେଜ୍ ଏନିଭର୍ସରୀ ରେ ଏପରି କିଛି ଉପହାର ଦେଇଛନ୍ତି ଯେଉଁ ସମ୍ପର୍କରେ ଆପଣ ମାନେ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ।

ଆମେ ମାନେ ଦେଖିଥିବା କିମ୍ବା ଶୁଣିଥିବା ମଧ୍ୟ, ଯେଉଁ ପ୍ରେମିକ ମାନେ ନିଜ ପ୍ରେମିକା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜର ପ୍ରେମ କୁ ବିବାହର ନାମ ଦିଅନ୍ତି ସେମାନେ କୁହଁନ୍ତି କି ସିଏ ନିଜ ଭଲପାଇବା ଙ୍କୁ ଖୁସି କରିବା ପାଇଁ ସବୁକିଛି କରିବେ। ଆଉ ସମସ୍ତେ କରନ୍ତି ମଧ୍ୟ ତାଙ୍କ ପତ୍ନୀ ଙ୍କୁ ଯାହା ଯାହା ଭଲ ଲାଗେ ସେମାନେ ତାହା କରି ଥାଆନ୍ତି, ଅନେକ ଜଣ କଥା ରେ କୁହଁନ୍ତି କି ଯଦି ତାଙ୍କ ପ୍ରେମିକା ତାଙ୍କୁ ଆକାଶ ର ଚାନ୍ଦ ମାଗନ୍ତି ତେବେ ସିଏ ତାଙ୍କୁ ତାହା ଆଣି ଦେବେ।

ତେବେ ତାହା ତ ସମସ୍ତ ଙ୍କ ପାଇଁ ସମ୍ଭବ ହୋଇନଥାଏ, ଏବେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ଚନ୍ଦ୍ର ତ ଆଣି ଦେଇ ପାରି ନାହାଁନ୍ତି, ଚନ୍ଦ୍ର ରେ ତିନି ଏକର ଜମି ଉପହାର ସ୍ୱରୂପ ଦେଇଛନ୍ତି। ଏହି ଯୁବକ ଜଣକ ହେଉଛନ୍ତି ରାଜସ୍ଥାନ ର ଅଜମେରରେ ରହୁଥିବା ଧର୍ମେନ୍ଦ୍ର। ଧର୍ମେନ୍ଦ୍ର କହିଛନ୍ତି ଏହି ବର୍ଷ ତାଙ୍କ ବାହାଘର ର ଅଷ୍ଟମ ବାର୍ଷିକୀ ଥିଲା ସେ ନିଜ ସ୍ତ୍ରୀ ଙ୍କ ପାଇଁ କିଛି ସ୍ପେଶାଲ କରିବାକୁ ଚାହୁଁଥିଲେ, ସେଥିପାଇଁ ସେ ତାଙ୍କୁ ଚନ୍ଦ୍ର ରେ ତିନି ଏକର ଜମି ଉପହାର ଦେଇଛନ୍ତି। 

ତେବେ ଧର୍ମେନ୍ଦ୍ର କହିଛନ୍ତି କି ଡିସେମ୍ବର ୨୪ ରେ ତାଙ୍କର ବିବାହର ବାର୍ଷିକୀ ଥିଲା, ସେ ତାଙ୍କ ସ୍ତ୍ରୀ ଙ୍କ ପାଇଁ କିଛି ଅଲଗା କରିବାକୁ ଚାହୁଁଥିଲେ। ଅନ୍ୟମାନେ ତ କାର୍ ଏବଂ ଗହଣା ପରି ସାଂସାରିକ ସମ୍ପତ୍ତି ର ଉପହାର ଦେଇଥାଆନ୍ତି କିନ୍ତୁ ସେ ତାହା ଠାରୁ ଅଲଗା କରିବାକୁ ଚାହୁଁଥିଲେ, ଏବଂ ସେ ଚନ୍ଦ୍ର ରେ ଜାଗା କିଣିଛନ୍ତି ନିଜ ସ୍ତ୍ରୀ ଙ୍କ ପାଇଁ। ଧର୍ମେନ୍ଦ୍ର ଅଜିନା ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ୍ ମାଧ୍ୟମରେ ଏହି ଜମି କିଣିପାରିଛନ୍ତି। ସେ କହିଛନ୍ତି କି ଏହି ପ୍ରକ୍ରିୟା କୁ ସମ୍ପୂର୍ଣ୍ଣ କରିବା ପାଇଁ ପୁରା ଏକ ବର୍ଷ ଲାଗିଗଲା।

ସେ କହିଛନ୍ତି କି ସେ ବହୁତ ଖୁସି, ତାଙ୍କୁ ଲାଗୁଛି କି ଚନ୍ଦ୍ର ରେ ଜାଗା କିଣିଥିବା ଲୋକ ରାଜସ୍ଥାନରେ ସେ ପ୍ରଥମ। ତାଙ୍କ ପତ୍ନୀ ସପନା ଅନିଜା କହିଛନ୍ତି, ତାଙ୍କୁ ନିଜ ସ୍ୱାମୀ ଙ୍କ ଠାରୁ ଏହିପରି ସ୍ପେଶାଲ ଦୁନିଆ ବାହାର ର ଜିନିଷ ମିଳିବ ବୋଲି ଆଶା କରି ନଥିଲେ। ସେ କହିଛନ୍ତି ମୋତେ ବହୁତ ଖୁସି ଲାଗୁଛି ,ଆଶା ନଥିଲା କି ମୋତେ ଏତେ କିଛି ସ୍ପେଶାଲ୍ ଜିନିଷ ମିଳିବ କିନ୍ତୁ ମିଳିଛି ସେଥିପାଇଁ ମୁଁ ବହୁତ ଖୁସି ଅଛି। ମେରେଜ୍ ଏନିଭର୍ସରୀ ର ପାର୍ଟି ପାଇଁ ମଧ୍ୟ ସେହିପରି ଏରେନ୍ଜମେଣ୍ଟ ସବୁ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।