” ପରୀ ” ଘଟଣାର ନୂଆ ଖୁଲାସା ! ମନ୍ତ୍ରୀ ଅରୁଣ ସାହୁଙ୍କ ପରିବାର ରେ ଲାଗିଛି ” ପରୀ ” କିଡ଼ନୀ – ପୁରୀ ବିଧାୟକ

0

ତେବେ ଆମ ରାଜ୍ୟରେ ବି ଏପରି ବି ଏକ ଘଟଣା କିଛି ମାସ ତଳେ, ଏହା ଏକ ଝିଅ କି କେଉଁ ବୋହୂ ର ହତ୍ୟା ନୁହେଁ ଏହା ଏକ ଛୋଟ କଅଁଳ ଶିଶୁ ଟି ର ହତ୍ୟା କରା ଯାଇଛି। ଏହି କଥା ଏବେ ଆମ ସାରା ରାଜ୍ୟରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି। ଖାଲି ଆମ ରାଜ୍ୟ ନୁହେଁ ସାରା ଦେଶ ର ଲୋକ ଏବେ ସ୍ୱର ଉଠାଉଛନ୍ତି ପରୀ କୁ ନ୍ୟାୟ ଦେବା ପାଇଁ।

କୁନି ଝିଅ ପରୀ କୁ ନ୍ୟାୟ ଦାବି ରେ ଚାରିଆଡେ ଅସନ୍ତୋଷ ଏବଂ ବିଦ୍ରୋହ ର ନିଆଁ ଜଳୁଛି। ଏହି କଥା ଏବେ ଆମ ରାଜ୍ୟ ରାଜଧାନୀ ଠାରୁ ଆରମ୍ଭ କରି ଦେଶର ରାଜଧାନୀ ପର୍ଯ୍ୟନ୍ତ ମଧ୍ୟ ଏକ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଲାଣି। ପରୀ କୁ ନ୍ୟାୟ ମିଳିଗଲେ ଏହି ସବୁ ସମସ୍ୟା ର ସମାଧାନ ହୋଇଯିବ।


ପରୀର ବାପା ମାଆ ପରୀ କୁ ନ୍ୟାୟ ଦାବି ରେ ଅନେକ ବ୍ୟାକୁଳ ହେଉଥିଲେ। ଆଉ ନ୍ୟାୟ ନ ପାଇବା ପରେ ତାର ବାପା ମାଆ ବିଧାନସଭା ଆଗରେ ଆତାମାହୂତି ଦେବା ପାଇଁ ବି ଉଦ୍ୟମ କରିଥିଲେ। ଏବେ ଏହି ପ୍ରସଙ୍ଗ କୁ ନେଇ ଆଉ ଏକ ଖବର ସୋସିଆଲ୍ ମିଡିଆ ରେ ଦେଖିବାକୁ ମିଳିଛି। ଅରୁଣ ବୋଥ୍ରା ଙ୍କ ର ଏକ ଅଡିଓ ରେକର୍ଡ ଶୁଣିବାକୁ ମିଳିଥିଲା, ଅରୁ ବୋଥ୍ରା ହେଉଛନ୍ତି ସିଟ୍ ର ମୁଖ୍ୟ। ସେହି ଯେଉଁ ଅଡିଓ ରେକର୍ଡ ଶୁଣିବାକୁ ମିଳିଥିଲା ସେହି ଅଡିଓ ରେ ଅରୁଣ ବୋଥ୍ରା ବହୁତ ଜୋରରେ ରାଗି ଲୋକ ଟି ସହ କଥା ହେଉଥିଲେ, ସେହି ଲୋକ ଟିକୁ ଗାଳି ମଧ୍ୟ କରୁଥିଲେ।

ଏହି କିଛି ଦିନ ତଳେ ସିଟ୍ ଟିମ୍ ପରୀର ଘଟଣା କୁ ନେଇ ଏକ ବହୁତ ହିଁ ବଡ ସଫଳତା ପାଇଥିଲା। ଏହି ହତ୍ୟାକାଣ୍ଡ ର ପ୍ରକୃତ ଦୋଷୀ ଯିଏ କି ସରୋଜ ସେଠୀ ତାକୁ ଟିମ୍ ଧରିଥିଲା, ଦୋଷ ମାନିଥିଲା, ସେହି ଦିନ କିପରି ସେ ସେହି ବିଭର୍ସ କାଣ୍ଡ ଘଟାଇଥିଲା ତିହାର ଡେମୋ ମଧ୍ୟ ସିଏ ଦେଖାଇଥିଲା। କିପରି ଭାବରେ ସେ ପରୀ କୁ ହତ୍ୟା କରିଲା, କିପରି ତାର ଶରୀର କୁ ନେଇ ପୋଖରୀ ଭିତରକୁ ଫୋପାଡିଥିଲା ସେହି ସବୁ କଥା ର ଡେମୋ ସେ ଦେଖାଇଥିଲା। ଏବେ କିନ୍ତୁ ସରୋଜ ସେଠୀ ଏହି ଘଟଣା ମଧ୍ୟକୁ ସିଟ୍ ର ମୁଖ୍ୟ ଅରୁଣ ବୋଥ୍ରା ଙ୍କୁ ଟାଣୁଛନ୍ତି,

ଏହି କଥାକୁ ନେଇ ଲୋକ ମାନଙ୍କ ମନରେ ଏବେ ବହୁତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପଟେ କିନ୍ତୁ ପରୀର ବାପା ମାଆ ସରୋଜ ସେଠୀ ର ସହମତ ନୁହଁନ୍ତି, ସେମାନେ କହୁଛନ୍ତି ପରୀର ଅଙ୍ଗ ଚୋରି। ସେମାନେ କହୁଛନ୍ତି ପରୀର ୭୫ ଭାଗ ଅଙ୍ଗ ଶରୀର ରୁ କୁଆଡେ ଗାଏବ୍ ହୋଇଯାଇଛି, ଏବେ ଏହି କଥାକୁ ଆଉ ଏକ ରୂପ ଦେବାକୁ ଦୋଷୀ ମାନେ ଚାହୁଁଛନ୍ତି। ପରୀର କିଡନୀ କୁ କଢାଯାଇ ଆଉ କାହା ଶରୀର ରେ ଲଗାଯାଇଛି,ଏହି କଥା ପରୀର ଗାଁ ର ସରପଞ୍ଚ ମଧ୍ୟ କହିଛନ୍ତି।

ହାଇକୋର୍ଟ ରୁ ଦାଖଲ ହୋଇଥିବା ବନ୍ଦ ଲଫାପା ମଧ୍ୟରୁ ଏବଜ ଏହି କଥା ସାମ୍ନା କୁ ଆସିଛି ବା ଏହି କଥା ଗଣମାଧ୍ୟମ କୁ କୁହାଯାଇଛି କି ପରୀର ଦୁଷ୍କର୍ମ କରି ତାକୁ ହତ୍ୟା କରା ଯାଇଛୀ। ସରୋଜ ସେଠୀ କହିଛନ୍ତି କି ଅରୁଣ ବୋଥ୍ରା ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଜାଚିଥିଲେ ପରୀ ଘଟଣା ର ଦୋଷ ନିଜ ମୁଣ୍ଡ କୁ ନେବା ପାଇଁ ଏବଂ ଏହି କାରଣ ପାଇଁ ସରୋଜ ସେଠୀ ଙ୍କ ର ମାଆ ଭଉଣୀ ଙ୍କୁ ମଧ୍ୟ ଅରୁଣ ବୋଥ୍ରା ଉଠାଇନେଇଥିଲେ ପଚରାଉଚରା କରିବା ପାଇଁ। ଏବେ ଏହି କଥାକୁ ନେଇଁ ମୁହଁ ଖୋଲିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ସେ କହିଛନ୍ତି ସେ ଶୁଣିବାକୁ ପାଇଛନ୍ତି ଯେ ପରୀର କିଡନୀ କୁଆଡେ ଅରୁଣ ସାହୁ ଙ୍କ ପରିବାର ର କାହା ଶରୀର ରେ ଲଗା ଯାଇଛି, ତେଣୁ ଘଟଣା ର ସଠିକ୍ ଭାବେ ତଦନ୍ତ କରାଯାଉ ଏବଂ ଯିଏ ପ୍ରକୃତ ଦୋଷୀ ସିଏ ଦଣ୍ଡ ପାଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।