” ପରୀ ” ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀ ର ଜନ୍ମଗତ ପ୍ରମାଣପତ୍ର କୁ ନେଇ ବଢିଲା ବିବାଦ । ସରୋଜ ସାବାଳକ ନା ନାବାଳକ ? କିଏ କହୁଛି ସତ ନନ୍ଦିଘୋଷ ନା ଅରୁଣ ବୋଥ୍ରା…

0

ଆମ ରାଜ୍ୟରେ ମଧ୍ୟ ଏହିକିଛି ଦିନ ତଳେ ଏକ ଏପରି ଘଟଣା ଘଟିଥିଲା, ଏହି ଘଟଣା ଟି ବହୁତ ନୃଶଂସ ଥିଲା। ଏହି ଘଟଣା ଟି ରେ ଏକ ଛୋଟ ନୀରିହ ଝିଅ ର ଜୀବନ ନିଆ ଯାଇଥିଲା। ଏହାପରେ ସେହି ଝିଅ ର ବାପା ମାଆ ନ୍ୟାୟ ପାଇଁ ଚାରିଆଡେ ଦୌଡିଥିଲେ, ହେଲେ ତାଙ୍କ ଝିଅ କୁ ନ୍ୟାୟ ଦେବା ପାଇଁ କେହିବି ନଥିଲେ, ସେଥିପାଇଁ ସେମାନେ ବିଧାନସଭା ଆଗରେ ଦିନ ଦ୍ବିପ୍ରହରରେ ନିଜ ଶରୀର ରେ କିରୋସିନ୍ ଢାଳି ନିଜକୁ ଆତ୍ମାହୂତି ଦେବାକୁ ବସିଥିଲେ,ହେଲେ ସେଠାକାର ପୋଲିସ୍ ମାନେ ତାଙ୍କୁ ସେହିଥିରୁ ବଞ୍ଚାଇ ଦେଇଥିଲେ।

ଏହାପରେ ଆମ ରାଜ୍ୟରେ ଜୋର୍ ଧରିଥିଲା ଏହି ମାମଲା, ଟି ଖାଲି ଆମ ରାଜ୍ୟ ବାସୀ ନୁହେଁ ସାରା ଦେଶର ଲୋକ ଲାଗି ପଡିଥିଲେ ସେହି ଝିଅ ପରୀ କୁ ନ୍ୟାୟ ଦେବା ପାଇଁ। ସମସ୍ତେ ଏହି ଛୋଟ କୋମଳବତୀ ଶିଶୁ କୁ ନ୍ୟାୟ ଦେବା ପାଇଁ ସ୍ୱର ଉଠାଇଥିଲେ, ସମସ୍ତେ କହୁଥିଲେ ଜିଏବି ଏହି କଅଁଳ ଶିଶୁ କୁ ଏତେ କଷ୍ଟ ଦେଇଛି ତାକୁ ମାରିଛି ତାକୁ କଡାରୁ କଡା ଶାସ୍ତି ମିଳୁ।

ଏହାପରେ ଏହାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଲେ, ଏହା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଥିଲା,ଯାହାର ନାମ ଥିଲା ସିଟ୍, ଏହି ସିଟ୍ ଟିମ୍ ମଧ୍ୟ ଲାଗି ପଡିଥିଲା ଏହି ଘଟଣା ର ପ୍ରକୃତ ଦୋଷୀ କୁ ଖୋଜି ବାହାର କରିବା ପାଇଁ,ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ, ଅନେକ କଥା ମଧ୍ୟ ସାମ୍ନା କୁ ଆସିଲା ଅନେକ ଲୋକ, ମନ୍ତ୍ରୀ ମାନେ ବି ଏହି କେସ୍ ପାଇଁ ସାମ୍ନା କୁ ଆସିଲେ। ତେବେ ଏହି କିଛି ଦିନ ତଳେ ଏହି ଘଟଣା ରେ ଏକ ସଫଳତା ମିଳିଲା କହିଲେ ଅତ୍ୟୁକ୍ତି ହେବ ନାହିଁ,

କାରଣ ଏହି କିଛି ଦିନ ତଳେ ସିଟ୍ ଟିମ୍ ଦ୍ୱାରା ସାମ୍ନା କୁ ଆସିଥିଲା ପରୀ ହତ୍ୟା ମାମଲା ର ପ୍ରକୃତ ଦୋଷୀ ସରୋଜ ସେଠୀ। ଏହି ଲୋକ ହିଁ ଥିଲା ସେ ରାକ୍ଷାସ ଯିଏ କି ଏକ କୁନି ଝିଅ କୁ ହତ୍ୟା କରିଥିଲା, ଏହାପରେ ଏକ ନଡିଆ ବାହୁଙ୍ଗା ରେ ବାନ୍ଧି ବାଡି ପଛପଟ ପୋଖରୀ କୁ ଫୋପାଡି ଦେଇଥିଲା, କିପରି ଭାବରେ ପରୀ ର ହତ୍ୟା ଘଟଣା ସେ ଘଟାଇ ଥିଲା ତାର ଏକ ପୁରା ଡେମୋ ସେ ପରୀ କୁ ଦେଖାଇଥିଲା। ସିଟ୍ ଟିମ୍ ସେହି ଗାଁ ର ଏକ ପୋଖରୀ ରୁ ଏକ ଲେଗିନ୍ସ ପାଇଥିଲା, ଯାହାକୁ କି ସେମାନେ କହିଥିଲେ ତାହା ପରୀର ବୋଲି।

ଏହାପରେ ସରୋଜ ସେଠୀ ଙ୍କୁ ଗିରଫ କରାଯାଇ ନୟାଗଡ ସବଜେଲ୍ ରେ ରଖାଯାଇଛି, ଏବେ ବି ଅନେକ ରିପୋର୍ଟ ସବୁ ତାଙ୍କ ପାଇଁ ଦାଖଲ କରା ଯାଉଛି। ଏବେ କିନ୍ତୁ ଏକ ବିବାଦ ଉଠୁଛି ସରୋଜ ସେଠୀ ଙ୍କୁ ନେଇ। ସରୋଜ ସେଠୀ ଙ୍କ ସବୁ ରିପୋର୍ଟ ରେ ଅନେକ ପେପର୍ ସବୁ ଦିଆଯାଉଥିଲା, ସେହି ସମୟ ରେ ତାଙ୍କ ଜନ୍ମ ସାର୍ଟିଫାକେଟ୍ ମଧ୍ୟ ଦିଆଯାଇଥିଲା। ସେହି ସାର୍ଟିଫିକେଟ୍ ରେ ସରୋଜ ଙ୍କ ଜନ୍ତ ତାରିଖ ୨୦୦୩ ଫେବୃଆରୀ ୬ ତାରିଖ ରହିଛି।

ଏହି ଅନୁସାରେ ସରୋଜ ସେଠୀ ଏବେବି ନାବାଳକ ଅଛନ୍ତି, ଏନେଇ ନନ୍ଦିଘୋଷ ଟିଭି ରେ ଗତ ୧୮ ତାରିଖ ଦିନ ଖବର ପ୍ରକାଶ ପାଇଥିଲା। ତେବେ ଏହି କଥା ଯଦି ସତ, ନନ୍ଦିଘୋଷ ଟିଭି ର ଏହି ଖବର ପଛରେ ଯଦି କିଛି ସତ୍ୟତା ରହିଛି ତେବେ କଣ ପାଇଁ ସିଟ୍ ସରୋଜ ଙ୍କୁ ସାବାଳକ ବୋଲି ରିପୋର୍ଟ ଦାଖଲ କରୁଛି। ତେବେ ଏହି ସମ୍ପର୍କରେ ସଠିକ୍ ନିଷ୍ପତ୍ତି ନେବେ କୋର୍ଟ ଏବଂ ଠିକ୍ ଦୋଷୀ କୁ ଉଚିତ୍ ଦଣ୍ଡ ଦେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।