ଦେଖନ୍ତୁ Live ଭିଡିଓ – ଏତେ ଜୋରରେ ହେଲା ଭୂସ୍ଖଳନ ରେକର୍ଡ ହୋଇନଥିଲେ କେହ ବି ବିଶ୍ବାସ କରି ନଥାନ୍ତେ

0

ଆମ ପୃଥିବୀର ଅନେକ ଗଛ, ଲତା, ଜୀବଜନ୍ତୁ, ପାହାଡ, ଝରଣା ଏହି ସବୁ ଜିନିଷ ଦିନ କୁ ଦିନ ବିଲୁପ୍ତ ହେବାରେ ଲାଗିଛନ୍ତି। ପାଞ୍ଚଶହ ବା ହଜାରେ ବର୍ଷ ପୂର୍ବରୁ ଆମେ ଆମ ପୃଥିବୀରେ ଯେଉଁ ସବୁ ବୃକ୍ଷଲତା, ଜୀବଜନ୍ତୁ, ପଶୁ ପକ୍ଷୀ ସବୁ ଦେଖୁଥିଲେ ବା ଯାହାର ଜୀବାଶ୍ମ ମିଳିଛି ସେହି ପ୍ରଜାତି ର ପ୍ରାଣୀ ମାନେ ଏହି ପୃଥିବୀ ରୁ ଗାଏବ୍ ହୋଇ ଯାଇଛନ୍ତି।

ଏହି ସବୁ କଥା ଆମକୁ ଅନେକ ଦୁଃଖ ଦେଉଥିଲେ ମଧ୍ୟ ଆମେ ଏହା ଉପରେ ବିଶେଷ ଧ୍ୟାନ ଦେଇ ନଥାଉ, କାରଣ ଏବେ ଆମ ଆଖିରେ ଯାହା ପଡୁଛି ଆମ ନଜର କେବଳ ତାରି ଉପରକୁ ହିଁ ଯାଇଥାଏ।ତେବେ ସାରା ଜଗତରେ କଳକାରଖାନା ମାନ ସବୁ ବହୁ ମାତ୍ରାରେ ବଢିଲାଣି ଏହି ସବୁ ରୁ ବାହାରୁ ଥିବା ଏୟାର୍ ଗୁଡିକ ଯାଇ ସିଧାସଳଖ ବାୟୁ ମଣ୍ଡଳ ରେ ମିଶୁଛି, ଏହା ଦ୍ୱାରା ବାୟୁମଣ୍ଡଳ ଗରମ ହେଉଛି, ଏବଂ ଗରମ ଦିନରେ ଅଧିକ ରୁ ଅଧିକ ଗରମ ହେଉଛି ଯାହା ପାଇଁ ସବୁ ବରଫ ଗୁଡିକ ତରଳି ଲେଣି।


ଏବେ ବି ଆମେ ମାନେ ସମସ୍ତେ ଦେଖି ପାରୁଥିବା, ଆଗ କାଳରେ ଆମେ ମାନେ ୬ ଟି ଋତୁ କୁ ଅନୁଭବ କରୁଥିଲେ,ଏବେ କିନ୍ତୁ ଆମେ ମାନେ କେବଳ ତିନୋଟି ଋତୁ କୁ ଅନୁଭବ କରୁଛେ, ସେଥିମଧ୍ୟରୁ ଆମେ ମାନେ ବେଶୀ ଶୀତ ଏବଂ ଗ୍ରୀଷ୍ମ ଋତୁ କୁ ଅନୁଭବ କରୁଛେ, କାରଣ ଏବେ ତ ଆଉ ବର୍ଷା ଦିନରେ ସଠିକ୍ ସମୟ ରଜ ବର୍ଷା ହେଉନି ଯାହା ଯୋଗୁଁ ସବୁଠାରୁ ବେଶୀ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଚାଷୀ ମାନେ,

ଯେଉଁ ମାନେ ନିଜ ଫସଲ ଚାଷ କରୁଛନ୍ତି ଏବଂ ସଠିକ୍ ସମୟ ରେ ବର୍ଷା ନ ହେବାରୁ ଫସଲ ନଷ୍ଟ ହେଉଛି ଏବଂ ସେମାନେ କ୍ଷତି ରେ ପଡୁଛନ୍ତି। ଏବେ କିଛି ଜିନିଷ କୌଣସି ଏକ ସଠିକ୍ ଟାଇମ୍ ରେ ହେଉନାହିଁ, ଏବେ ଅନେକ ପ୍ରାକୃତିକ ଭଦାଭୟତା ଦେଖିବାକୁ ମିଳୁଛି। ଆମେ ବି ଆଜି ଆପଣ ମାନଙ୍କୁ ସେହି ପରି ଏକ ପ୍ରାକୃତିକ ଘଟଣା କଥା କହିବୁ, ଯାହାକୁ ଶୁଣିବା ପରେ ଆପଣ ମାନଙ୍କ ଲୋମ ବି ଟାଙ୍କୁରି ଉଠିବ।

ଗୋଟିଏ ରାସ୍ତା ରହିଛି ସେହି ରାସ୍ତା ରେ ଲୋକ ମାନେ ଯିବା ଆସିବା କରୁଛନ୍ତି, ସବୁଦିନ ପରି ସେହି ରାସ୍ତା ରେ ଲୋକ ମାନେ ଯାଉଛନ୍ତି ଏବଂ ଆସୁଛନ୍ତି। ତେବେ ହଠାତ୍ ସେହି ରାସ୍ତା ପାଖରେ ଥିବା ମାଟି ର ପାହାଡ ଟି ଧସିବାକୁ ଲାଗୁଛି, ଆଉ ଏପରି ହେଉଛି ଭୂସ୍ଖଳନ ଯୋଗୁଁ। ସେହି ସମୟ ରେ ରାସ୍ତା ରେ ଜଣେ ଲୋକ ନିଜ ଗାଡି ନେଇ ରାସ୍ତା ରେ ଯାଉଥିଲେ,

ହେଲେ ସେହି ଭୂସ୍ଖଳନ ର ମାତ୍ରା ଏତେ ଥିଲା କି ଯେ ମାଟି ଗୁଡିକ ସବୁ ତଳକୁ ଖସି ଆସି ରାସ୍ତା ଭାଙ୍ଗି ଯାଉଛି। ସେହି ଲୋକ ଜଣକ ସେହି ସମୟ ରେ ନିଜ ବାଇକ୍ ଟି କୁ ଛାଡି ଦୌଡି ଆସୁଛନ୍ତି, ସେହି ବ୍ୟକ୍ତି ଜଣକ ବଞ୍ଚିଯାଉଛନ୍ତି ହେଲେ ତାଙ୍କ ବାଇକ୍ ଟି ପୋତି ଯାଉଛି। ସେହି ବ୍ୟକ୍ତି ଜଣକ ତାଙ୍କ ବାଇକ୍ ଛାଡି ନ ଆସିଥିଲେ ସିଏ ବି ସେହି ବାଇକ୍ ସହ ପୋତି ହୋଇ ଯାଇଥାଆନ୍ତେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।