ଦେଖନ୍ତୁ ଭାରତ ଦେଶର ଆଉ ଏକ ମନ୍ଦିର ସମ୍ପର୍କରେ, ଯାହାକୁ ଭଗବାନ ବିଶ୍ଵକର୍ମା ଗୋଟିଏ ରାତି ରେ ହିଁ ତିଆରି କରିଥିଲେ।

0

ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ। ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ। ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି।

ସେହି ପରି ଆମେ ଆପଣ ମାନଙ୍କୁ ଏହି କିଛୀ ଦିନ ତଳେ ଏକ ମନ୍ଦିର ସମ୍ପର୍କରେ କହିଥିଲୁ ଯେଉଁ ଠାରେ ବର୍ଷ ବର୍ଷ ଧରି ମନ୍ଦିର ରେ ତେଲ ରେ ଦୀପ ଜଳିବା ବଦଳରେ ପାଣି ରେ ଜଳିଥାଏ।ଆଜି ବି ଆମେ ଆପଣ ମାନଙ୍କୁ ସେହି ପରି ଏକ ମନ୍ଦିର ସମ୍ପର୍କରେ ଏବଂ ଏହି ମନ୍ଦିର ର ଆଶ୍ଚର୍ଯ୍ୟକର କର କଥା ସମ୍ପର୍କରେ କହିବୁ। ତେବେ ଏହି ମନ୍ଦିର ର ଏହି କଥା ସମ୍ପର୍କରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ଆମ ଦେଶରେ ଏବେ ବି ଏପରି ସବୁ ଚମତ୍କାରିତା ଦେଖିବାକୁ ମିଳୁଛି ନା। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।

ବିହାର ର ଔରଙ୍ଗାବାଦ ଜିଲ୍ଲା ରେ ରହିଛି ଏକ ମାତ୍ର ସୂର୍ଯ୍ୟ ମନ୍ଦିର ,ଯାହାକି ଖୁବ୍ ନିଆରା ଅଟେ। କୁହାଯାଏ ଏହି ମନ୍ଦିର ର ନିର୍ମାଣ ସ୍ୱୟଂ ଭଗବାନ ବିଶ୍ଵକର୍ମା କରିଥିଲେ, ଏବଂ ଏହାକୁ ସେ ଗୋଟିଏ ରାତିରେ ହିଁ କରିଥିଲେ। ଏହା ଦେଶର ଏକ ମାତ୍ର ସୂର୍ଯ୍ୟ ମନ୍ଦିର ଯାହା ଦ୍ୱାରା ପଶ୍ଚିମ ଦିଗକୁ ରହିଛି। ଏହି ମନ୍ଦିର ରେ ସୂର୍ଯ୍ୟ ଦେବତା ଙ୍କ ପ୍ରତିମା ସାତୋଟି ରଥ ଉପରେ ଅବସ୍ଥିତ। ଏଥିରେ ସୂର୍ଯ୍ୟ ଙ୍କ ର ତିନୋଟି ରୂପ, ଉଦୟାଚଳ ( ପ୍ରାଥସୂର୍ଯ୍ୟ) , ମଧ୍ୟାଚଳ ( ମଧ୍ୟ ସୂର୍ଯ୍ୟ), ଏବଂ ଅସ୍ଥାଚଳ ଅସ୍ଥ ସୂର୍ଯ୍ୟ ଦେବତା ଙ୍କ ରୂପ ବିଦ୍ୟମାନ।

ଏହି ମନ୍ଦିର ର ଉଚ୍ଚତା ପାଖାପାଖି ଶହେ ଫୁଟ୍ ଅଟେ, ଏହି ମନ୍ଦିର ର ସ୍ଥାପତ୍ୟ ଓ କଳା ବହୁତ ସୁନ୍ଦର ଅଟେ। କୁହାଯାଏ ଏହି ମନ୍ଦିର ର ସ୍ଥାପତ୍ୟ ଦେଢ ଲକ୍ଷ ବର୍ଷ ପୁରୁଣା। ସିମେଣ୍ଟ ଏବଂ ଚୂନ ର ପ୍ରୟୋଗ କରା ନଯାଇ ଆୟତାକାର, ବର୍ଗାକାର, ଅର୍ଦ୍ଧ ବୃତ୍ତାକାର, ଗୋଲାକାର ତ୍ରିଭୁଜାକାର ଆଦି ଅନେକ ରୂପେ କଟା ଯାଇଥିବା ପଥର କୁ ଯୋଡି ତିଆରି କରାଯାଇଥିବା ଏହି ମନ୍ଦିର ଟି ଅତ୍ୟନ୍ତ ଆକର୍ଷଣ ଓ ବିସ୍ମୟକାରୀ।

ଏହି ମନ୍ଦିର ର ନିଜର କଳାତ୍ମକ ଭବ୍ୟତା ସହ ଇତିହାସ ରେ ମଧ୍ୟ ଖୁବ୍ ପ୍ରସିଦ୍ଧ। ଏହା ଔରଙ୍ଗାବାଦ ଠାରୁ ପାଖାପାଖି ଅଠର କି.ମି ଦୂର, ଦେଢ ଲକ୍ଷ ବର୍ଷ ପୁରୁଣା ଏହି ମନ୍ଦିର କଳା ରଙ୍ଗ ର ପଥର ରେ ନିର୍ମାଣ ହୋଇଛି। ଏହି ସୂର୍ଯ୍ୟ ମନ୍ଦିର ଓଡିଶା ର ଜଗନ୍ନାଥ ମନ୍ଦିର ସହ ମେଳ ଖାଇଥାଏ, ମାନ୍ୟତା ରହିଛି ଏହି ମନ୍ଦିର ରେ ଭକ୍ତି ପୂର୍ବକ ଭଗବାନ ସୂର୍ଯ୍ୟ ଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ଏଠାରେ ଅବସ୍ଥିତ ପୋଖରୀ ର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି, ଏହି ପୋଖରୀ କୁ ସୂର୍ଯ୍ୟ କୁଣ୍ଡ ମଧ୍ୟ କୁହାଯାଇଥାଏ। ପରମ୍ପରା ଅନୁସାରେ ପ୍ରତ୍ୟେକ ଦିନ ଭୋର୍ ଚାରିଟା ରେ ଘଣ୍ଟି ବଜାଯାଇ ପହଡ ଖୋଲିଥାଏ, ଏହାପରେ ଭଗବାନ ଙ୍କ ପ୍ରତିମା କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ଏବଂ ଚନ୍ଦନ ଲଗାଯାଇଥାଏ। ଏହା ବ୍ୟତୀତ ଏଠାରେ ପ୍ରାଚୀନ କାଳରୁ ଭଗବାନ ନିକଟରେ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବାର ପ୍ରଥା ରହିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।