ଦେଖନ୍ତୁ ମାଳିକା ର ଆଉ ଏକ ରହସ୍ୟ କଥା ସମ୍ପର୍କରେ, ମାଳିକା ରେ ଜଗନ୍ନାଥ ଙ୍କ ସହ କଣ ସମ୍ପର୍କ ରହିଛ ଏବେ ତାହା କେବେ ସତ ହେବ ଜାଣନ୍ତୁ

0

ଜଗନ୍ନାଥ, ଶ୍ରୀମନ୍ଦିର, ପୁରୀ କୁ ତ ଲୋକ ମାନେ ସମସ୍ତେ ଜାଣିଛନ୍ତି, ବଡଠାକୁର, ବଡଦେଉଳ ଏବଂ ଶ୍ରୀକ୍ଷେତ୍ର ନାମରେ। ଜଗନ୍ନାଥ ଠାକୁର ସାରା ବିଶ୍ଵରେ ଜଗନ୍ନାଥ ଅପେକ୍ଷା ବଡଠାକୁର ନା ରେ ବେଶୀ ଜଣାଶୁଣା। ସେଥିପାଇଁ ଲୋକ ମାନେ ତାଙ୍କୁ ବଡଠାକୁର,ତାଙ୍କ ଦେଉଳ କୁ ବଡଦେଉଳ ଏବଂ ତାଙ୍କ କ୍ଷେତ୍ର କୁ ଶ୍ରୀକ୍ଷେତ୍ର ବୋଲି କହିଥାଆନ୍ତି। ସତରେ ସେ ଠାକୁର ବହୁତ ବଡ ଏବଂ ବହୁତ ମହାନ୍ ବି, ସେହି ଗୋଟିଏ ଜାଗା ରେ ବସି ସେ ତାଙ୍କର ଆଙ୍ଗୁଳି ନିର୍ଦ୍ଦେଶ ରେ ଏହି ସାରା ଜଗତ କୁ ଚଲାଇ ଥାଆନ୍ତି। ସେ ତାଙ୍କ ଭକ୍ତ ମାନଙ୍କୁ ବହୁତ ଭଲ ପାଆନ୍ତି, ଯିଏ ତାଙ୍କୁ ଥରେ ଭକ୍ତି ରେ ଡାକେ ସେ ତାର ଡାକ ନିଶ୍ଚୟ ଶୁଣି ଥାଆନ୍ତି, ସେଥିପାଇଁ ତାଙ୍କୁ ଭାବର ଠାକୁର ବୋଲି ମଧ୍ୟ କୁହାଯାଏ।

ତେବେ ଆମେ ମାନେ ସମସ୍ତେ ଭଗବାନ ର ସେହି ବହୁତ ବଡ ବଡ ଭକ୍ତ ଯିଏ କି ପାଞ୍ଚଜଣ ଥିଲେ ଏବଂ ଏଇ ସାରା ଦୁନିଆ ତାଙ୍କୁ ପଞ୍ଚାସଖା ନାମରେ ମଧ୍ୟ ଜାଣିଛି ,ସେମାନଙ୍କ ବିଷୟ ରେ ନିଶ୍ଚିତ ଶୁଣିଥିବା। ସେମାନେ ପାଞ୍ଚଜଣ ଜଗନ୍ନାଥ ଙ୍କ ର ବହୁତ ବଡ ଭକ୍ତ ଥିଲେ ଏବଂ ପାଞ୍ଚଜଣ ବହୁତ ଭଲ ଭଲ ସାଙ୍ଗ ମଧ୍ୟ ଥିଲେ। ତେବେ କୁହାଯାଏ କି ଅଦ୍ୟମ ଭାବ ଯଶୋବନ୍ତ ଜାଣିଥିଲେ, ଗାରକଟା ଯନ୍ତ୍ର ଜାଣିଥିଲେ ଅନନ୍ତ, ଆଗତ ଅନାଗତ ବିଷୟରେ ଅଚ୍ୟୁତ ଜାଣିଥିଲେ,ବଳରାମ ଦାଶ ତତ୍ତ୍ଵ ବଖାଣୁ ଥିଲେ ଆଉ ଜଗନ୍ନାଥ ଦାଶ ଥିଲେ ଭାବର ତତ୍ତ୍ଵ ଜାଣିଥିଲେ।

ପଞ୍ଚସଖା ମାନେ ଏହି ପରି ଭାବରେ ଅଲଗା ଅଲଗା ବିଷୟ ରେ ଜ୍ଞାନ ଲାଭ କରିଥିଲେ, ସେମାନେ ସମସ୍ତେ ଏହି ସବୁଥିରେ ଅନେକ ଜ୍ଞାନୀ ଥିଲେ। ତେବେ ଆମେ ମାନେ ତ ସମସ୍ତେ ଜାଣିନଥିବା ସେମାନେ ଯେଉଁ ଲେଖିଯାଇଥିବା ଗ୍ରନ୍ଥ ଗୁଡିକ ବିଷୟ ରେ। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ମହାପୁରୁଷ ଅରକ୍ଷିତ ଦାସ ଙ୍କ ରଚିତ ମହାଗୁପ୍ତ ପଦ୍ମକଳ୍ପ ମାଳିକା ର ପଞ୍ଚମ ଅଧ୍ୟାୟ ସମ୍ପର୍କରେ କହିବୁ। ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ।

ଏହି ମହାପୁରୁଷ ଅରକ୍ଷିତ ଦାସ ଙ୍କ ର ଓଳାସୁଣି ପାହାଡରେ ସମାଧି ପୀଠ ରହିଛି। ଏଠାରେ ମାଆ ଓଳାସୁଣି ଅଛନ୍ତି ଏବଂ ଏଠାରେ ଅନେକ ଯାତ୍ରା ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୁଏ। ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ୟେ ମାଳିକା କୁ ସମସ୍ତେ ଜାଣି ପାରିବେ ନାହିଁ, କେଉଁ ମାନେ ଜାଣି ପାରିବେ କେବଳ ୨୫୬ ଜଣଙ୍କୁ ମିଳିବ ଏହି ମାଳିକା ସେହିମାନେ ହିଁ ଏହି ମାଳିକା ବିଷୟ ରେ ଜାଣି ପାରିବେ ଏବଂ ସେମାନଙ୍କ ମଧ୍ୟରୁ ଅରକ୍ଷିତ ଦାସ ହେବେ ଶ୍ରେଷ୍ଠ। ତେବେ ଅରକ୍ଷିତ ଦାସ ସେହି ମାଳିକା ରେ ରୁଷିଆ ସମ୍ପର୍କରେ ଲେଖିଛନ୍ତି ଏବଂ କହିଛନ୍ତି, ରୁଷିଆ ର ଜଗନ୍ନାଥ ଙ୍କ ସହ ସମ୍ପର୍କ ରହିଛି, ରୁଷିଆ ହେଉଛି ଜଗନ୍ନାଥ ଙ୍କ ର ଭକ୍ତ।

ଆମେ ମାନେ ଏହି କିଛି ଦିନ ତଳେ ଦେଖିଥିଲେ ମଧ୍ୟ ରୁଷିଆ ରୁ ଜଣେ ଭକ୍ତ ଆସି ବଡ ଦାଣ୍ଡ ରେ ଭିକ ମାଗିଥିଲେ, ଆମ ସବୁ ଚ୍ୟାନେଲ୍ ରେ ସେହି ସବୁ କଥା ପ୍ରସାରିତ ମଧ୍ୟ ହୋଇଥିଲା। ରୁଷିଆ ଦ୍ୱାପର ଯୁଗ ରୁ ଜଗନ୍ନାଥ ଙ୍କୁ ବର ମାଗିଛି, ତେବେ ରୁଷିଆ କଣ କରିବ ଆମର କୋଣାର୍କ ରେ ଯେଉଁ ଚୁମ୍ବକ ଲାଗିଥିଲା ତାହା ଏବେ ଇଂଲଣ୍ଡ ରେ ଅଛି ଏବଂ ରୁଷିଆ ଭାରତ ସହ ମିଶି ପୁଣି ଥରେ ତାକୁ ଆମ ଦେଶକୁ ଆଣିବ।

ତେବେ ସେହି ଯେଉଁ ଚୁମ୍ବକ ଟି ଥିଲା ତାହାର ଓଜନ ହେଉଛି ୨୨ ମହଣ ଏବଂ ତାହାକୁ ଇଂରାଜୀ ଶାସନ ସମୟ ରେ ବ୍ରିଟିଶ୍ ମାନେ ତାହାକୁ ନେଇ ବିଲାତ ରେ ରଖିଛନ୍ତି ଏବଂ ରୁଷିଆ କଳିଯୁଗରେ ଭାରତ ସହ ମିତ୍ରତା ସ୍ଥାପନ କରି ତାହାକୁ ଭାରତ କୁ ଆଣିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।