ଦେଖନ୍ତୁ ଭିଜିଓ – ଝିଲିକ୍ ଭଟ୍ଟାଚାର୍ଯ୍ୟ ବିବାହ ପରେ ପ୍ରଥମ ଥର ପାଇଁ ବୁଲିବାକୁ ଗଲେ ନିଜ ସ୍ୱାମୀ ଙ୍କ ସହ ଆଉ ସେଠାରେ ଯାହା ହେଲା

0

ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ।

ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି ଏବଂ ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି।ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତ୍ରୀ ଙ୍କ ସମ୍ପର୍କରେ କହିବୁ। ସିଏ ଆଜିର ଓଲିଉଡ ଦୁନିଆରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିଏ କିଏ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି।

ତେବେ ସେହି ଅଭିନେତ୍ରୀ ଜଣକ ଆମ ଓଲିଉଡ୍ ର ସତ କିନ୍ତୁ ଆମ ଓଡିଶାର ନୁହନ୍ତି, ସେ ବାହାର ରାଜ୍ୟର ଝିଅ। ହେଲେ ସେ ବାହାର ରାଜ୍ୟର ଝିଅ ହୋଇ ମଧ୍ୟ ଆମ ରାଜ୍ୟ କୁ ଆସି ଆମ ଇଣ୍ଡଷ୍ଟ୍ରି ରେ କାମ କରି ଅନେକ ସଫଳତା ଏବଂ ଅନେକ ଭଲପାଇବା ଓଡିଆ ଦର୍ଶକ ମାନଙ୍କ ଠାରୁ ହାତେଇ ସାରିଛନ୍ତି। ତେବେ ସେହି ଅଭିନେତ୍ରୀ ଜଣକ ଏତେ ସୁନ୍ଦର କି ଅନେକ ଲୋକ ତ ତାଙ୍କୁ ତାଙ୍କର ସୁନ୍ଦରତା ପାଇଁ ଅନେକ ପସନ୍ଦ କରନ୍ତି।

ସେ ଆଉ କେହି ନୁହଁନ୍ତି ଆମ ମାନଙ୍କ ର ଏବଂ ଆପଣ ମାନଙ୍କ ର ବି ଅତି ପ୍ରିୟ ବେଙ୍ଗଲ୍ ର ସୁନ୍ଦରୀ ନାୟିକା ଏବଂ ଚୁଲ୍ ବୁଲି ମଧ୍ୟ ଝିଲିକ୍ ଭଟ୍ଟାଚାର୍ଯ୍ୟ। ସେ ଆମ ରାଜ୍ୟ କୁ ଆମ ରାଜ୍ୟ ରେ ଅନେକ ଫିଲ୍ମ ରେ ଅଭିନୟ କରି ଅନେକ ଲୋକଙ୍କ ଠାରୁ ଭଲପାଇବା ପାଇସାରିଛନ୍ତି। ସେ ଆମର ଅନେକ ବଡ ବଡ ଅଭିନେତା ମାନଙ୍କ ସହ ଲିଡ୍ ରୋଲ୍ ପ୍ଲେ କରି ସାରିଛନ୍ତି। ସେ ଅନୁଭବ, ବାବୁଶାନ୍, ଅମ୍ଳାନ୍, ଜ୍ୟୋତି ଆଦି ଙ୍କ ସହ ଅନେକ ଭଲ ଭଲ ସୁପରହିଟ୍ ଫିଲ୍ମ କରି ସାରିଛନ୍ତି, ତାଙ୍କ ର ପ୍ରଥମ ଫିଲ୍ମ ଥିଲା ଅମ୍ଳାନ ଙ୍କ ସହ ଯାହାର ନାମ ଥିଲା ଟାର୍ଗେଟ୍।

ସେ ଏହି କିଛି ଦିନ ତଳେ ବିବାହ କରିଛନ୍ତି ଏବଂ ଆମ ରାଜ୍ୟ ର ଲୋକଙ୍କୁ ହିଁ ବିବାହ କରିଛନ୍ତି। ସେ ବେଙ୍ଗଲୀ ହୋଇ ମଧ୍ୟ ଏକ ଓଡିଆ ଘରର ବୋହୂ ହୋଇଛନ୍ତି, ସେ ଜଣେ ବିଧାୟକ ଙ୍କୁ ବିବାହ କରିଛନ୍ତି। ସେହି ବିଧାୟକ ଜଣକ ସୁକିନ୍ଦା ର ବିଧାୟକ ଅଟନ୍ତି ଯାହାଙ୍କ ର ନାମ ପ୍ରିତିରଞ୍ଜନ ଘଡେଇ। ସେ ଏବେ ନିଜ ପରିବାର ସହ ଭୁବନେଶ୍ବର ରେ ରହୁଛନ୍ତି, ସେ ବହୁତ ଖୁସିରେ ମଧ୍ୟ ରହୁଛନ୍ତି। ତେବେ ସେ ବିବାହ ପରେ ପ୍ରଥମ ଥର ପାଇଁ ନିଜ ସ୍ୱାମୀ ଙ୍କ ସହ ବାହାରକୁ ବୁଲିବାକୁ ଯାଇଛନ୍ତି।

ତେବେ ସେମାନେ ଏକା ସହ ପ୍ରଥମ ଥର ପାଇଁ ବୁଲିବାକୁ ଯାଇଛନ୍ତି, ଏବଂ ସେମାନେ କୋଣାର୍କ ର ସି ବିଚ୍ କୁ ବୁଲିବାକୁ ଯାଇଛନ୍ତି, ସେଠାରେ ଏବେ ଫେସ୍ଟିଭାଲ୍ ପଡିଛି ତ ସେମାନେ ବୁଲିବାକୁ ଯାଇଛନ୍ତି। ସ୍ୱାମୀ ଙ୍କ ସହ ବହୁତ ଖୁସି ରେ ଥିବା ବେଳେ ଅନେକ ଫଟୋ ମଧ୍ୟ ଉଠାଉଛନ୍ତି ବଙ୍ଗୀୟ ଅଭିନେତ୍ରୀ। ଝିଲିକ୍ ନିଜର ଅନେକ ଫଟୋ ଗୁଡିକୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବହୁତ ଖୁସି ଥିବାର ମଧ୍ୟ ଜଣା ପଡୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।