ଆସନ୍ତୁ ଜାଣିବା ଦୁଇ ଜଣ ବ୍ୟକ୍ତିଙ୍କ ବିଷୟ ରେ ଯିଏ ବିନା ହାର୍ଟ ରେ ମଧ୍ଯ ବଞ୍ଚିଛନ୍ତି ସମ୍ପୂର୍ଣ୍ଣ କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ସମାଜରେ ମାନବିକତା ଅନୁସାରେ ଯେଉଁ ମାନଙ୍କ ପାଖରେ ମଣିଷ ପଣିଆ ଥାଏ ତାକୁ ହୃଦୟ ବାନ ବ୍ଯକ୍ତି କୁହାଯାଏ। ଏବଂ ଯେଉଁ ମାନଙ୍କ ପାଖରେ ମଣିଷ ପଣିଆ ନଥାଏ ତାକୁ ହୃଦୟ ହୀନ ବ୍ଯକ୍ତି ବୋଲି କୁହାଯାଏ,କିନ୍ତୁ ପ୍ରକୃତ ବିଞାନ ଅନୁସାରେ ହୃଦୟ ହେଉଛି ଆମ ଶରୀର ର ଏକ ଅଂଶ। ଯାହା ସବୁବେଳେ ଧକ୍ ଧକ୍ ହୋଇଥାଏ ଏବଂ ଯେତେବେଳ ପର୍ଯ୍ୟନ୍ତ ଏହା ଧକ୍ ଧକ୍ କରିଥାଏ ସେ ପର୍ଯ୍ୟନ୍ତ ମଣିଷ ବନ୍ଚିରହେ।

ଯେତେବେଳେ ଏହା ଧକ୍ ଧକ୍ କରିବା ବନ୍ଦ ହୋଇଯାଏ ସେତେବେଳେ ମଣିଷ କୁ ମୃତ ବୋଲି ଘୋଷଣା କରାଯାଏ,ଯଦି ଛାତି ରେ ହୃତପିଣ୍ଡ ନଥିଲେ ହୃଦ୍ ସ୍ପନ୍ଦନ ହେବନାହିଁ, ଆଉ ହୃଦ୍ ସ୍ପନ୍ଦନ ନ ହେଲେ ରକ୍ତ ସନ୍ଚାଳନ ଅସମ୍ଭବ ହୋଇଥାଏ,ଆଉ ଯଦି ରକ୍ତ ସନ୍ଚାଳନ ନ ହୁଏ ତାହା ହେଲେ ଗୋଟିଏ ସେକେଣ୍ଡ ରୁ କମ୍ ସମୟ ମଧ୍ଯ ରେ ମଣିଷ ର ମୃତ୍ଯୁ ହୋଇଥାଏ,କିନ୍ତୁ ଏମିତି ଜଣେ ବ୍ଯକ୍ତି ଅଛନ୍ତି ଯାହାଙ୍କର ହାର୍ଟ ବିଟ୍ ବନ୍ଦ ହୋଇଯାଇଥିଲେ ମଧ୍ଯ ସେ ବନ୍ଚିଛନ୍ତି।

ସେ ହାର୍ଟ ଲେସ୍ ବ୍ଯକ୍ତି ହେଉଛନ୍ତି ୫୫ ବର୍ଷୀୟ କ୍ରେକ୍ ଲୁଇ। ଯିଏ ଗତ ୯ ବର୍ଷ ହେଲା ବିନା ହାର୍ଟ ରେ ବନ୍ଚି ରହିଛନ୍ତି। ଲୁଇସ୍ ୨୦୧୧ ମସିହାରୁ ଏମାଇଲାୟାଡ୍ସିସ୍ ନାମକ ଏକ ଦୂର୍ଲଭ ରୋଗରେ ପୀଡିତ ଅଛନ୍ତି। ଏହା ଏକ ଅଟୋଇମ୍ମ୍ୟୁନ ରୋଗ। ଯେଉଁ ଥିରେ ଶରୀର ର ପ୍ରତିରକ୍ଷା ତନ୍ତ୍ର ଶରୀର ର ବିପକ୍ଷରେ କାମ କରେ। ତେବେ ଏତେ ବଡ ରୋଗ ରେ ପୀଡିତ ହେବା ର ଶୁଣି ଲୁଇସ୍ ପ୍ରଥମେ ଭାଙ୍ଗି ପଡିଥିଲେ,କିନ୍ତୁ ବନ୍ଚିବାର ଆଶା ତାଙ୍କର ମରିନଥିଲା। ସେଥିପାଇଁ ସେ ଶେଷ ପର୍ଯ୍ୟନ୍ତ ଚେ଼ଷ୍ଟା ଜାରି ରଖିବା ପାଇଁ ମନସ୍ଥ କରିଥିଲେ,ତେଣୁ ସେ ଚିକିତ୍ସା ପାଇଁ ଏକ୍ସାସ୍ ର ହାଡ୍ ଇନଷ୍ଟିଚ୍ୟୁଟ ରେ ଆଡ୍ ମିଟ୍ ହୋଇଥିଲେ।

ଯେଉଁ ଠାରେ ଡାକ୍ତର ବିଲି କୋନ୍ ଏବଂ ଡାକ୍ତର ବର୍ଡ ଫେଜିୟର। ସେମାନେ ଲୁଇସ୍ ଙ୍କ ଛାତିରେ କନ୍ଟିନିୟସ ଫ୍ଲୋ ନାମକ ଡିଭାଇସ ଲଗେଇଥିଲେ, କେବଳ ଖାଲି ଲୁଇସ୍ ନୁହଁ ବ୍ରିଟେନ ର ୩୯ ବର୍ଷୀୟା ମହିଳା ସେଲୁଆ ହୁସେନ ବିନା ହାର୍ଟ ରେ ଜୀବନ ଜୀଉଁଛନ୍ତି, କିନ୍ତୁ ସେଲୁଆ ଙ୍କ କେସ୍ ଟିକେ ଅଲଗା। ତାଙ୍କର ହାର୍ଟ ଅଛି କିନ୍ତୁ ଶରୀର ରେ ନୁହଁ ବରଂ ଶରୀର ବାହାରେ। ସେ ନିଜର ହାର୍ଟ କୁ ଏକ ବ୍ୟାଗ ପ୍ୟାକ୍ ରେ ଧରି ବୁଲୁଛନ୍ତି।

ଆପଣ ଭାବୁଥିବେ ହାର୍ଟ କୁ ବେଗ୍ ରେ ଧରି ବୁଲିବା ଅସମ୍ଭବ,କିନ୍ତୁ ଅପରେସନ୍ ପରେ ସେଲୁଆ ନିଜ ହାର୍ଟ କୁ ବେଗ୍ ରେ ଧରି ବୁଲୁଛନ୍ତି।ଦୁଇଟି ପିଲା ର ମାଆ ସେଲୁଆ ୪ ବର୍ଷ ତଳେ ନିସ୍ୱାସ ନେବାରେ ଅସୁବିଧା ହେଲା, ଗୁରୁତର ଅବସ୍ଥା ରେ ତାଙ୍କୁ ମେଡିକାଲ ନିଆଗଲା।

ସେଠାରେ ଡାକ୍ତର ତାଙ୍କ ହାର୍ଟ ଫେଲ୍ ହୋଇଥିବା କହିବା ସହ ବିଶ୍ୱ ପ୍ରସିଦ୍ଧ ହାରିଫିଲ୍ଡ ହସ୍ପିଟାଲ କୁ ରେଫର୍ କରିଥିଲେ। ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିବା ପାଇଁ ଚାହିଁଥିଲେ ମଧ୍ଯ କରିପାରି ନଥିଲେ, କାରଣ ତାଙ୍କର ଅବସ୍ଥା ଏତେ ଖରାପ ହୋଇଥିଲା ଯେ ଡାକ୍ତର ଏମିତି ଏକ ସିଷ୍ଟମ ଲଗାଇ ଥିଲେ ଯାହା ଶରୀର ବାହାରେ ଥିଲା, ମାତ୍ର ତାର କନେକ୍ସନ ଶରୀର ଭିତରେ ଥିଲା। ସେଲୁଆ ଧରିଥିବା ବ୍ୟାଗ୍ ରେ ଏକ ମୋଟର ଦୁଇଟି ବ୍ୟାଟେରୀ ଏବଂ ଗୋଟିଏ ପମ୍ପ ରହିଛି। ମୋଟର ସାହାଯ୍ୟ ରେ ପବନ ପାଇପ୍ ଜରିଆରେ ଶରୀର ଭିତରେ ଲାଗିଥିବା ଦୁଇଟି ଚ୍ୟାମ୍ବର କୁ ଯାଏ, ଯାହା ଦ୍ବାରା ରକ୍ତ ଶରୀରର ବିଭିନ୍ନ ଅନ୍ଚଳରେ ଖେଳିଯାଏ।

ଏହା ଛଡା ସେଲୁଆ ଆଉ ଏକ ସିଷ୍ଟମ କୁ ବେକପ୍ ଭାବେ ରଖିଥାନ୍ତି। ଯାହା କୁ ମାତ୍ର ୯୦ ସେକେଣ୍ଡ ମଧ୍ଯ ରେ ଲଗେଇ ହେବ। ତେବେ ଏଥିପାଇଁ ସେଲୁଆ ଙ୍କ ସ୍ୱାମୀ ଏବଂ ଅନ୍ୟ ଜଣେ ବ୍ଯକ୍ତି ସବୁବେଳେ ସେଲୁଆ ଙ୍କ ପାଖେ ଥାନ୍ତି। ତେବେ ଲୁଇସ୍ ଏବଂ ସେଲୁଆ ଙ୍କୁ ଦେଖି ଆମେ କହିପାରିବା ଏ ହେଉଛି ଚିକିତ୍ସା ବିଞାନ ର କରାମତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।