ଗୁଗୁଲ୍ ରୁ ଫଟୋ ଡାଉନଲୋଡ୍ କରିଲେ ଲାଗିବନି କପି ରାଇଟ୍ ? ଦେଖନ୍ତୁ କେଉଁ ଟ୍ରିକ୍ ବ୍ୟବହାର କରିବେ,ଯେଉଁଥି ପାଇଁ ଲାଗିବନି କପିରାଇଟ୍।

0

ଆଜିର ଯୁଗ ଏବଂ ଲୋକ ସମସ୍ତେ ସ୍ମାର୍ଟ, ଆଉ ଏମାନଙ୍କୁ ସ୍ମାର୍ଟ କରାଉଛି ଆଜି ର ଯୁଗର ଏହି ସ୍ମାର୍ଟ ଫୋନ୍। ସ୍ମାର୍ଟ ଫୋନ୍ ଦ୍ୱାରା ଆଜି କାଲି ସବୁ କିଛି କାମ ବହୁ ସହଜରେ ହୋଇ ଯାଉଛି। ଆଜିକାଲି ତ ଛୋଟ ରୁ ବଡ ସମସ୍ତ ଙ୍କ ପାଖରେ ସ୍ମାର୍ଟ ଫୋନ୍। ସମସ୍ତେ ସ୍ମାର୍ଟ ଫୋନ୍ ଧରି ସୋସିଆଲ ସାଇଟ୍ ସହ ଯୋଡିତ ହେଉଛନ୍ତି।

ସୋସିଆଲ ସାଇଟ୍ ଲୋକ ମାନଙ୍କ ପାଇଁ ବହୁ ଉପଯୋଗୀ ଅଟେ, ଏହା ଦ୍ୱାରା ଲୋକ ମାନଙ୍କର ଅନେକ ମାତ୍ରାରେ ସୁବିଧା ହୋଇଥାଏ। ପ୍ଲେ ଷ୍ଟୋର୍ ରେ ବିଭିନ୍ନ ପ୍ରକାରର ଆପ୍ ସବୁ ଥାଏ, ଯାହାକୁ ଆମେ ମାନେ ବ୍ୟବହାର କରି ଆମର ଅନେକ ପ୍ରକାର ର କାର୍ଯ୍ୟ ସବୁ କରୁ ହେଲେ ଅନେକ ଲୋକ ଅଛନ୍ତି ଯେଉଁମାନେ କି କିଛି କିଛି ଆପ୍ ର ବ୍ୟବହାର ସମ୍ପର୍କରେ ଜାଣି ନଥାନ୍ତି,

ଆପ୍ ରେ ଥିବା କିଛି ଛୋଟ ଛୋଟ ବ୍ୟବହାର ସମ୍ପର୍କରେ ଜାଣି ନଥାନ୍ତି। ଆମେ ଆଜି ଆପଣଙ୍କୁ ଏକ ବହୁତ ହିଁ ଜରୁରୀ ଆପ୍ ର ଏକ ବ୍ୟବହାର ସମ୍ପର୍କରେ କହିବୁ, ଯେଉଁ ଆପ୍ କୁ ଆପଣ କିମ୍ବା ଆମେ ନୁହେଁ ସବୁ ଲୋକ ବ୍ୟବହାର କରି ଥାଆନ୍ତି। ଆମେ ମାନେ ସମସ୍ତେ ଗୁଗୁଲ୍ ନିହାତି ଭାବେ ବ୍ୟବହାର କରୁଥିବା, ଏହି ଆପ୍ ରେ ଆମେ ମାନେ ଦୁନିଆର ଯେକୌଣସି ଜିନିଷ ସର୍ଚ କରିଲେ ତାହା ମାତ୍ର କେତେ ସେକେଣ୍ଡ ମଧ୍ୟରେ ଆଗକୁ ତାହାର ଉତ୍ତର ଦେଇ ଦେଇଥାଏ।

ଦୁନିଆରେ ଏପରି କିଛି ଜିନିଷ ନାହିଁ, ଯାହା ସମ୍ପର୍କ ରେ ଗୁଗୁଲ୍ ରେ ସୂଚନା ମିଳିପାରିବ ନାହିଁ। ଆମେ ମାନଙ୍କୁ ଏକ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ ତାହା ହେଉଛି କପି ରାଇଟ୍ ଷ୍ଟ୍ରାଇକ୍। କିଛି ଫଟୋ କିମ୍ବା ଭିଡିଓ ଗୁଗୁଲ୍ ରୁ ଡାଉନଲୋଡ୍ କରି, ସୋସିଆଲ ସାଇଟ୍ ରେ ପୋଷ୍ଟର କରିବା ପୂର୍ବରୁ କେତେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡିଥାଏ,

ନଚେତ୍ ଆପଣଙ୍କୁ କପି ରାଇଟ୍ ଷ୍ଟ୍ରାଇକ୍ ଲାଗିପାରେ। ତେବେ ଏହି କପି ରାଇଟ୍ ଷ୍ଟ୍ରାଇକ୍ ରୁ ମୁକ୍ତି ପାଇବା ପାଇଁ କିଛି ବାଟ ରହିଛି, ତେବେ ଆପଣ ଏଥି ପାଇଁ ଉକ୍ତ କଣ୍ଟେନ୍ଟ୍ ର ମାଲିକ ଙ୍କ ଠାରୁ ଅନୁମତି ନେଇପାରିବେ, ଅନୁମତି ନେଲା ପରେ ଉକ୍ତ କଣ୍ଟେନ୍ଟ୍ କୁ ବ୍ୟବହାର କରି ପାରିବେ ନଚେତ୍ ଲାଇସେନ୍ସ ନେଇ ବ୍ୟବହାର କରି ପାରିବେ। ଆହୁରି ଏପରି କିଛି ଟ୍ରିକ୍ ରହିଛି ଯାହାକୁ ବ୍ୟବହାର କରି ଆପଣ ମାନେ ଅନ୍ୟ କାହାର ଫଟୋ କୁ ଡାଉନ୍ଲୋଡ କରି ପାରିବେ କିନ୍ତୁ ଆପଣଙ୍କ ଉପରେ କପି ରାଇଟ୍ ଷ୍ଟ୍ରାଇକ୍ ଲାଗିବ ନାହିଁ।

ପ୍ରଥମେ ୱେଭ୍ ବ୍ରାଉଜର୍ ଓପନ୍ କରନ୍ତୁ ଏହାପରେ ଯେଉଁ ଫଟୋ ଚାହୁଁଛନ୍ତି ତାହାକୁ ଟାଇପିଙ୍ଗ୍ କରନ୍ତୁ। ଏହାପରେ ଇମେଜେସ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଏଠାରେ ଅନେକ ଫଟୋ ଆସିବ ହେଲେ କେଉଁ ଫଟୋ ରେ କପି ରାଇଟିଙ୍ଗ୍ ଅଛି ତାହା ଆପଣଙ୍କୁ ଜଣା ନାହିଁ। ଏବେ ସେଟିଙ୍ଗ୍ ହାଇଟ୍ ରେ ଏକ ଟ୍ରୋଲ୍ ଅପ୍ସନ୍ ଆସୁଥିବ ଏହା ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କୁ ୟୁସେଜ୍ ରାଇଟ୍ ଅପ୍ସନ୍ ଦେଖାଇବ, ଏହା ଉପରେ କ୍ଲିକ୍ କରନ୍ତୁ। ଏଠାରେ କ୍ରିଏଟିଭ୍ କମନ୍ସ ଲାଇସେନ୍ସ, ଓ କମର୍ସିଆଲ୍ ଓ ଓଦର୍ ଲାଇସେନ୍ସ ପରି ଦୁଇଟି ଅପ୍ସନ୍ ଦେଖାଇବ। କ୍ରିଏଟିଭ୍ କମନ୍ସ ଲାଇସେନ୍ସ ଫଟୋ ୟୂଜ୍ କରିଲେ ଆପଣଙ୍କ ଉପରେ ଫଟୋ ରାଇଟ୍ ଷ୍ଟ୍ରାଇକ୍ ମିଳିବ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।