ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜେ କହିଲେ ଜାଣନ୍ତୁ ନିଜ ଛୁଆକୁ କାହାଠୁ ଦୂରେଇ ରଖିବେ ଅନୁଷ୍କା ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

କଣ ଆପଣ ମାନେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଟିମ୍ ର ଅଧାନାୟକ ବିରାଟ କୋହଲି ଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ତାଙ୍କର ପ୍ରେଗ୍ନେନ୍ସି କୁ ନେଇ ପ୍ରତିଦିନ କିଛି ନା କିଛି ତଥ୍ଯ ସାମ୍ନା କୁ ଆସୁଛି ଏବଂ ତାଙ୍କର ପ୍ରେଗ୍ନେନ୍ସି କୁ ନେଇ ସେ ବହୁ ଚର୍ଚ୍ଚା ରେ ମଧ୍ଯ ଅଛନ୍ତି। ତେବେ ନିକଟରେ ସେ ଏକ ପ୍ରସିଦ୍ଧ ମାଗାଜିନ ‘ଭଗ’ ର କଭର ପେଜ୍ ପାଇଁ ଏକ ଫଟୋ ସୁଟ୍ କରିଛନ୍ତି।

ଏହି ଫଟୋକୁ ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାଗରେ ମଧ୍ଯ ଶେୟାର କରିଛନ୍ତି । ତେବେ ଏଥିରେ ସେ ନିଜ ର ବେବି ବମ୍ପକୁ ଫ୍ଲଣ୍ଟ କରି ଠିଆ ହୋଇଥିବା ର ଦେଖିବାକୁ ମିଳିଛି ।ଏହି ଫଟୋ ସୁଟ କରିବା ସମୟରେ ଅନୁଷ୍କା ‘ଭଗ’ ମାଗାଜିନକୁ କହିଛନ୍ତି, ଯେ ସେ ନିଜ ଛୁଆକୁ ସୋସିଆଲ ମିଡିଆ ଠାରୁ ଦୂରେଇ ରଖିବେ ।

ବିରାଟ ଏବଂ ଅନୁସ୍କା ଦୁହେଁ ମିଶି ଏ ନେଇ ବହୁତ ଚିନ୍ତା କରିବା ପରେ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁସ୍କା କହିଛନ୍ତି।  କୌଣସି ବି ଛୁଆ କୁ ଅନ୍ୟ କାହାଠାରୁ ଅଧିକ ସ୍ପେଶାଲ ଅନୁଭବ କରାଇବା ଉଚିତ ନୁହଁ ।ଏହା ଆଗକୁ ଅସୁବିଧାରେ ପକାଇପାରେ ।ସେମାନେ କେବେବି ଚାହାନ୍ତି ନାହିଁ କି ମିଡିଆ ଏବଂ ପବ୍ଲିକ ଏ ଦୁହେଁ କେବେବି ସେମାନଙ୍କ ଛୁଆ ର ଲାଳନପାଳନ କରନ୍ତୁ। ତେଣୁ ଅନୁସ୍କା ନିଜର ଛୁଆ କୁ ସୋସିଆଲ ମିଡିଆ ଠାରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ତେବେ କେମିତି ସେ ତାଙ୍କର ପ୍ରେଗ୍ନେନ୍ସି କୁ ବହୁ ଦିନ ଧରି ଲୁଚେଇ ରଖିଥିଲେ। କିଭଳି ଭାବରେ ବହୁଦିନ ପର୍ଯ୍ୟନ୍ତ ଗର୍ଭବତୀ ହେବାର ଖବର ସୋସିଆଲ ମିଡିଆ ଠାରୁ ଦୂରେଇ ରଖିଥିଲେ ସେ ନେଇ ମଧ୍ଯ ଅନୁସ୍କା ଶର୍ମା ଚର୍ଚ୍ଚା କରିଛନ୍ତି। ତାଙ୍କ କହିବା ଅନୁସାରେ ସେ ଯେତେବେଳେ ଗର୍ଭବତୀ ହେଲେ ସେତେବେଳେ ଲକ୍ ଡାଉନ୍ ଚାଲିଥିଲା। ଏବଂ ଏହି ଲକ୍ ଡାଉନ୍ ଯୋଗୁ ତାଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ସମୟ ବିତାଇବା ପାଇଁ ମଉକା ମିଳିଥିଲା । ଏହା ତାଙ୍କ ପାଇଁ ଏକ ସୂବର୍ଣ୍ଣ ସୁଯୋଗ ଥିଲା। ସେଥିପାଇଁ ଏହି ସମୟରେ କେହି ମଧ୍ୟ ତାଙ୍କ ଗର୍ଭବତୀ ହେବା ଖବର କୁ ଜାଣି ପାରିନଥିଲେ ।

 

View this post on Instagram

 

A post shared by AnushkaSharma1588 (@anushkasharma)

ସେ ମଧ୍ୟ ନିଜ ର ପ୍ରେଗ୍ନେନ୍ସି ଖବରକୁ ସମସ୍ତ ଙ୍କ ଠାରୁ ସିକ୍ରେଟ ରଖିବା ପାଇଁ ଚାହୁଁଥିଲେ ବୋଲି ଅନୁଷ୍କା କହିଛନ୍ତି । ଅନୁସ୍କା ଆହୁରି ମଧ୍ଯ କହିଛନ୍ତି ଯେ ସେ ଏବଂ ବିରାଟ ଦୁଇ ଜଣ ହେଲେ ପଶୁ ପ୍ରେମୀ। ସେମାନେ ଦୁହେଁ ପଶୁ ଏବଂ ପକ୍ଷୀ କୁ ବହୁତ ଭଲ ପାଆନ୍ତି। ତେଣୁ ସେ ଚାହୁଁଛନ୍ତି କି ସେମାନ ଙ୍କ ପିଲା ମଧ୍ଯ ରେ ବି ଏହି ସବୁ ଗୁଣ ଗୁଡିକ ରହୁ। ସେମାନଙ୍କ ର ପିଲା ମଧ୍ୟ ଏହି ବଣ୍ଡିଂକୁ ଅନୁଭବ କରୁ ଏବଂ ଏହା ଆମ ଜୀବନର ଏକ ବଡ ପରିବର୍ତ୍ତନ ବୋଲି ଏକ ସାକ୍ଷାତକାର ରେ ଅଭିନେତ୍ରୀ ଅନୁଷ୍କା କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।