ଦେଖନ୍ତୁ ଭିଡିଓ – ଏକାଠି ହେଲେ ଅନୁଭବ ଏବଂ ବର୍ଷା ! ମହିଳା କମିଶନ କଲେ ସବୁ ସମାଧାନ୍ , ଖୁବଶିଘ୍ର ପରିବାରକୁ ଦେବେ ଖୁସି ଖବର ! ଭିଡିଓ ହେଉଛି ଭାଇରାଲ…..

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପ୍ରେମ , ବିବାହ , ପୋଷାକ ପତ୍ର ତଥା ନିଜର ସାମଜ ପ୍ରତି ଥିବା ଭଲପାଇବାକୁ ଦେଖାଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ବେଶ କିଛି ଦିନ ହେବ ଆମ ଓଡ଼ିଆ ଫିଲ୍ମ ର ଅଗଧାଡ଼ିର ଅଭିନେତା ତଥା କେନ୍ଦ୍ରାପଡା ର ସାଂସଦ ଅନୁଭବ ମହାନ୍ତି ଏବଂ ଓଡ଼ିଆ ଫିଲ୍ମ ର କୁଇନ ତଥା ଜଣେ ଅତ୍ୟନ୍ତ ସୁନ୍ଦର ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ରେ ରହିଛନ୍ତି ।

ଉଲେକ୍ଷ୍ୟଯୋଗ୍ୟ ଯେ କିଛି ବର୍ଷ ପୂର୍ବରୁ ଉଭୟ ଅନୁଭବ ଏବଂ ବର୍ଷା ପରସ୍ପର କି ପ୍ରେମ କରି ବିବାହ କରିଥିଲେ । ମାତ୍ର ବର୍ତ୍ତମାନ ଦୁଇ ଜଣଙ୍କର ବୈବାହିକ ଜୀବନରେ କିଛି ସମସ୍ୟା କୁ ନେଇ ପ୍ରଥମେ ବର୍ଷା କଟକ ର ଫାମିଲି କୋଟ ରେ ଅନୁଭବ ଙ୍କ ନାମରେ ଅଭିଯୋଗ କରିଥିଲେ ପରେ ଅନୁଭବ ମଧ୍ୟ ବର୍ଷା ଙ୍କ ଉପରେ ପାଲଟା ଅଭିଯୋଗ ଆଣିବା ପରେ ଉଭୟ ଙ୍କ କେସ କୁ କୋଟ ଚାଲାଣ କରାଯାଇଥିବାର ଜଣା ପଡ଼ିଛି ।

ତେବେ ବର୍ତ୍ତମାନ ଅନୁଭବ ଏବଂ ବର୍ଷା ଙ୍କର କେସ ଟି ନୂଆ ମୋଡ଼ ନେଇଛି ଯାହାକି ଏବେ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।ଏବଂ ଏହା ଉଭୟ ବର୍ଷା ଓ ଅନୁଭବ ପ୍ରେମି ମାନଙ୍କୁ ଏକ ପ୍ରକାରର ସାନ୍ତ୍ୱନା ଦେଇଥିବାର ଜଣାଯାଇଛି।

ସୂଚନା ଅନୁସାରେ , ବର୍ଷା ଫାମିଲି କୋଟରେ ଅନୁଭବ ଙ୍କ ନାମରେ ଅଭିଯୋଗ କରିଥିଲେ ଏବଂ ପରେ ସେ ଏହି ଘଟଣା କୁ ନେଇ ମହିଳା କମିଶନଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ମହିଳା କମିଶନ ଅଧକ୍ଷ ମିନତୀ ବେହେରା ଉଭୟ ଅନୁଭବ ଓ ବର୍ଷା ଙ୍କୁ ଡକେଇଥିଲେ ଏବଂ ସେମାନଙ୍କ ସହ ୩ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ ।

ତେବେ ଆଲୋଚନା ପରେ ମହିଳା କମିଶନର କହିଛନ୍ତି ଯେ ବହୁତ ଶୀଘ୍ର ବର୍ଷା ଓ ଅନୁଭବ ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ।ତେବେ ଅନୁଭବ ମଧ୍ୟ ନିଜର ପକ୍ଷ ରଖି କହିଥିଲେ କି ,ମୁଁ ମହିଳା କମିଶନର ଙ୍କୁ ସଂମାନ ଜଣେଇଛି ଏବଂ ସେ ମତେ ଯାହା ସବୁ ପ୍ରଶ୍ନ କରିଥିଲେ ତାହାର ସଠିକ ଉତ୍ତର ମଧ୍ୟ ଦେଇଛି ।

ତେବେ ମହିଳା କମିଶନର ମିନତୀ ବେହେରା କହିଛନ୍ତି ଯେ , ଉଭୟ ଙ୍କର ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ମତେ ଲାଗିଲା ବା ମୁଁ ଅନୁଭବ କରିପାରିଲି କି ଉଭୟ ବର୍ଷା ଓ ଅନୁଭବ ପୁଣି ଥରେ ଏକାଠି ହେବାକୁ ଚାହୁଁଛନ୍ତି ଏବଂ ଏହାର ସମ୍ଭାବନା ମଧ୍ୟ ରହିଛି। ତେବେ ସେ ନିଶ୍ଚିତ ରୂପରେ କହିଛନ୍ତି ଯେ ,ବହୁତ ଶୀଘ୍ର ବର୍ଷା ଓ ଅନୁଭବ ଙ୍କ ବୈବାହିକ ଜୀବନ ରେ ଆସିଥିବା ଏହି ଅଦିନିଆ ଝଡ଼ ଦୂର ହୋଇଯିବ ଏବଂ ପୁଣି ଥରେ ସେମାନେ ଏକାଠି ହୋଇ ସୁଖ ଶାନ୍ତି ରେ ଜୀଵନ କାଟିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।