ଦେଖନ୍ତୁ ଭିଡିଓ ଭାଇରାଲ ହେବାରେ ଲାଗିଛି ଏଲିନା ଓ ଭୂମିକାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ସେୟାରେ ହେବାରେ ଲାଗିଛି

0

ଆସୁଛି ନୂଆ ବର୍ଷ ୨୦୨୧। ଶେଷ ହେବାକୁ ଯାଉଛି ୨୦୨୦। ଏହି ୨୦୨୦ ରେ ଆମେ ବହୁତ କିଛି ହରେଇବାରେ ସହ କିଛି କଥା ଶିଖିବାକୁ ପାଇଲୁ। ଯେମିତି କି ଆପଣ ମାନେ ଜାଣି ଥିବେ ଯେ ୨୦୨୦ ବର୍ଷ କରୋନା କୁ ନେଇ ଲୋକେ ବହୁତ ଆତଙ୍କିତ ହୋଇଅଛନ୍ତି। କରୋନ କୁ ମାତ ଦେବାପାଇଁ ସରକାର ମଧ୍ଯ ସମସ୍ତ ପଦକ୍ଷେପ ନେଉଛନ୍ତି। ତେବେ ଆମେ ଆପଣ ମାନଙ୍କୁ ନୂତନ ବର୍ଷ ୨୦୨୧ ର ହାର୍ଦ୍ଦିକ ଅଭିନନ୍ଦନ ଜଣଉଛୁ।ଏବଂ ନୂତନ ବର୍ଷ ୨୦୨୧ ଆପଣ ମାନଙ୍କ ସମସ୍ତ ଙ୍କ ପାଇଁ ବହୁ ଖୁସି ଏବଂ ଆନନ୍ଦ ର ବର୍ଷ ହେଉ।

ଏହା ହି ସେହି ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଆମର ଅନୁରୋଧ। ଏହି ନୂତନ ବର୍ଷ ୨୦୨୧ କୁ ସମସ୍ତେ ବହୁତ ହସ ଖୁସିରେ ଦିନ ଗୁଡିକ କାଟନ୍ତୁ। ତେବେ ଆମ ଓଡିଆ ସିନେମା ଜଗତର କଳାକାର ମାନେ ତ କେମିତି ନୂଆ ବର୍ଷ କୁ ଷ୍ଟେଜ୍ ପ୍ରଗ୍ରାମ କରି ନାଚି କୁଦି ନୂଆ ବର୍ଷ କୁ ଉପଭୋଗ କରନ୍ତି ଆପଣ ମାନେ ନିଶ୍ଚିତ ଭାବରେ ଟିଭି ରେ ଦେଖିଥିବେ।

ତେବେ ନିକଟରେ ଓଡିଆ ସିନେମା ଜଗତର ଦୁଇଜଣ ସୁପରିଚିତ ଅଭିନେତ୍ରୀ ଙ୍କ ଏକ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଦୁହେଁ ଏକାସାଙ୍ଗରେ ମିଶି ନୂତନ ବର୍ଷ ର ଗୀତ ସୁରମା ରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡି଼ ରେ ଦୋଇଜଣ ମିଶି କେମିତି ଗୋଟିକୁ ଗୀତରେ ଡ୍ୟାମ କରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି ତାହା ଦେଖିବାକୁ ମିଳିଛି। ଦୁଇଜଣ ଡ୍ୟାନ୍ସ କରିବା ସମୟ ରେ ବହୁତ ଖସି ରେ ଥିବା ର ଜଣା ପଡିଛି ଏହି ଭିଡିଓ ରେ।

ତେବେ ସେହି ଅଭିନେତ୍ରୀ ଦୁଇଜଣ ଙ୍କ ନାମ ହେଉଛି ଏଲିନା ସାମନ୍ତରାୟ ଏବଂ ଭୂମିକା ଦାଶ,ଦୁଇ ଜଣ ଏକାଠି ସାଙ୍ଗ ହୋଇ ନୂଆ ବର୍ଷ ପାଇଁ ସୁରମା ଗୀତରେ ଡ୍ୟାନ୍ସ ଅଭ୍ଯାସ କରୁଛନ୍ତି ତାହା ଦେଖିବାକୁ ମିଳିଛି। ଦୁହେଁ ଡ୍ୟାନ୍ସ କରିବା ସମୟ ରେ ସେମାନଙ୍କ ର ଅଙ୍ଗ ଭଙ୍ଗୀ ଏକା ସାଥିରେ ହେଉଛି,କେମିତି ଦୁଇ ଜଣ ଙ୍କ ଅଙ୍ଗ ଭଙ୍ଗୀ ସମୟ ସହିତ ଏକା ସାଥିରେ ହେବ ସେ ପ୍ରତି ସେମାନେ ବହୁତ ଧ୍ଯାନ ଦେଉଛନ୍ତି,ଯାହା ଦ୍ବାରା ସେମାନଙ୍କ ର ପ୍ରଦର୍ଶନୀ ବହୁତ ଭଲ ରହିବ। ନିଜର ପ୍ରଦର୍ଶନୀ କୁ ଭଲ ଭାବରେ ଦେଖେଇବାକୁ ସେମାନେ ବହୁ ଚେ଼ଷ୍ଟା ଚଲେଇଛନ୍ତି।

ଆପଣ ମାନେ ମଧ୍ଯ ପ୍ରତିବର୍ଷ ନୂଆ ବର୍ଷ କୁ ଉପଭୋଗ କରିବା ପାଇଁ ସାଙ୍ଗ ମାନଙ୍କ ସହିତ ପିକନିକ କରିବା ପାଇଁ ଯାଉଥିବେ।ସେଠାରେ ବଣଭୋଜି କରୁଥିବେ,ସମସ୍ତେ ମିଶି ସେଲ୍ଫି ନେଉଥିବେ। ଗୀତ ବଜେଇ ସାଙ୍ଗ ମାନଙ୍କ ସହିତ ନାଚୁଥିବେ। ଏହି ଭଳି ଭାବରେ ହସ ଖୁସିରେ ଦିନଟିକୁ କାଟନ୍ତି। ତେବେ ଏହି ବର୍ଷ କରୋନା ମହାମାରୀ ପାଇଁ ସରକାର ପିକନିକ ସ୍ପର୍ଟ କୁ ଗୋଟିଏ ଦିନ ପାଇଁ ବନ୍ଦ କରି ଦେଇଛନ୍ତି ଏବଂ ସେ ଆପଣଙ୍କ ଭଲ ପାଇଁ କରିଛନ୍ତି। ତେଣୁ ଆପଣ ଘରେ ରହି ପରିବାର ଲୋକ ଙ୍କ ସାଥିରେ ନୂଆ ବର୍ଷ କୁ ପାଳନ କରନ୍ତୁ ଏବଂ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରନ୍ତୁ ଯେମିତି ୨୦୨୧ ରେ କରୋନା ମହାମାରୀ ର ବିନାଶ ଘଟୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।