୨୬ ବର୍ଷ ବୟସରେ ଝିଅ ବିଦେଶ ଯାଇ ନିଜର ପରିଚୟ ସୃଷ୍ଟି କଲେ ସମାଜରେ ଏଭଳି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଲୋକ ମାନଙ୍କ ର ସବୁବେଳେ ଝିଅ ମାନଙ୍କୁ ନେଇ ଏପରି ଭାବନା ରଖି ଥାଆନ୍ତି କି, ଝିଅ ଟେ ସେ ପାଠ ପଢି କଣ କରିବ ,ଯେତେ ଯାହା ହେଲେ ତ ବାହା ସାହା ହେଇ ପର ଘରକୁ ଯିବ ଏତେ ପାଠସାଠ ପଢି କଣ କରିବ। ଘରେ ରହି କାମ ଦିମ ଶିଖୁ, ପାଠ ପଢିବା କିଛି ଜୁରୁରୀ ନୁହେଁ। ଏହି ସବୁ ଚିନ୍ତାଧାରା ରଖି ଲୋକ ମାନେ ଝିଅ ମାନଙ୍କୁ ପାଠ ପଢିବା କୁ ଦିଅନ୍ତି ନାହିଁ, ଆଉ ପଢିବାକୁ ଦେଲେ ବି ଅଧାରୁ ପାଠ ପଢି ବନ୍ଦ କରି ଦିଅନ୍ତି ଅଧିକ ପଢିବା ପାଇଁ ଦିଅନ୍ତି ନାହିଁ।

ଆଗକାଳ ରେ ଲୋକ ମାନଙ୍କ ଚିନ୍ତାଧାରା ଏପରି ଥିଲା ଯେ ଗୋଟେ ଝିଅ ମାତ୍ର ବାର ତେର ବର୍ଷ ର ହେବା ପରେ ତାକୁ ବାହା କରି ଅନ୍ୟ ଘରକୁ ପଠାଇ ଦେଉଥିଲେ।ହେଲେ ଏବେ କିନ୍ତୁ ଜଣେ ଗାଁ ର ଝିଅ ପାଠସାଠ ପଢି, ଘରୁ ବାହାରକୁ ଯାଇ ପାଠ ପଢି, ବିଦେଶରେ ଚାକିରି କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏବଂ ଦେଖାଇ ଦେଇଛନ୍ତି କି ଗାଁ ଝିଅ ମାନେ ବି କାହାଠାରୁ କମ୍ ନୁହଁନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ର ପାଠ ପଢା ସମ୍ପର୍କରେ ଏବଂ ସେ କିପରି ଏତେବଡ ଲକ୍ଷ୍ୟ କୁ ନିଜର ପୁରଣ କରିଲେ।

ରାଜସ୍ଥାନ ର ଝୁଝନ ଜିଲ୍ଲା ନବଲଖଣ୍ଡ ଉପଖଣ୍ଡ ରେ ପରସରାମ ନାମକ ଏକ ଛୋଟ ଗାଁ ରେ ୨୩ ଜୁଲାଇ ୧୯୯୪ ମସିହାରେ ଏକ ଛୋଟ ପରିବାରରେ ଜନ୍ମ ନେଇଥିଲେ ଜଣେ ଝିଅ। ସେହି ଝିଅ ଙ୍କ ନାମ ଥିଲା ଜ୍ୟୋତି, ସେ ଏବେ ଦୁବାଇ ରହି ଏକ ଭଲ ଚାକିରି କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ବାପା ଙ୍କ ନାମ ଶିବଦାନ ସିରସବା ଅଟେ, ଯିଏ କି ରୀୟଲ ଷ୍ଟେଟ୍ ରେ କାର୍ଯ୍ୟ କରନ୍ତି, ତାଙ୍କ ମାଆ ଙ୍କ ନାମ ମଞ୍ଜୁ ଦେବୀ, ସିଏ ଜଣେ ଗୃହିଣୀ। ତାଙ୍କର ଜଣେ ବଡ ଭାଇ ଏବଂ ସାନ ଭାଇ ମଧ୍ୟ ଅଛନ୍ତି।

ସେ ନିଜର ଦଶମ ଶ୍ରେଣୀ ପାସ୍ କରିବା ପରେ ନବଗଡ ର ପୋଦାର କଲେଜରେ ନାମ ଲେଖାଇଲେ, ଏହାପରେ ସେ ମୋବାଇଲ ଏପ୍ସ ଜରିଆରେ, ଛୋଟ ଛୋଟ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରିବି ଆରମ୍ଭ କରିଦେଲେ। ଏହା ପରେ ସେ ସେହି କଲେଜ୍ ରୁ ବିସୀଏ ର ଡିଗ୍ରୀ ହାସଲ କରିବା ପରେ ଜୟପୁର ର ଆଇଆଇଆଇଏମ୍ କଲେଜ୍ ରେ ଏମସିଏ କରିଲେ। ଏମସିଏ କରିବା ସମୟ ରେ ମୋବାଇଲ ଜରିଆରେ ଛୋଟ ଛୋଟ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଦେଲେ।

ସେ ନିଜର ଏହି ସଫଳତା ପାଇଁ ନିଜର ବାପା ମାଆ ଙ୍କୁ ତାହାର ଶ୍ରେୟ ଦେଇଥିଲେ, ଜ୍ୟୋତି ଏମସିଏ ରେ ଚତୁର୍ଥ ସେମିଷ୍ଟାର ରେ ବୀଆର୍ ଷ୍ଟାଫ୍ ଟେକ୍ ରେ ପ୍ରତି ମାସରେ ତେର ଆଠ ହଜାର ଟଙ୍କା ରେ ଚାକିରି କରୁଥିଲେ। ୬ ମାସ ପରେ ଜୟପୁର ରେ କଣ୍ଟେଣ୍ଟ ଇନ୍ଫୋ ସଲ୍ୟୁସନ୍ ଏଜେନ୍ସୀ ରେ ଜଏନ୍ କରିଥିଲେ, ଏଠାରେ ସେ ପ୍ରତି ମାସରେ ୪୦ ହଜାର ଟଙ୍କା ରୋଜଗାର କରୁଥିଲେ। ସେଠାରେ ସେ ଦେଢ ବର୍ଷ ଚାକିରୀ କରିବା ପରେ ନିଜ ଟିମ୍ ସହ ଆମେରିକା ଇଂଲିଶ ନାମକ ଏକ ମୋବାଇଲ୍ ଆପ୍ସ ଉପରେ କାର୍ଯ୍ୟ କରୁଥିଲେ।

ଏହାପରେ ଜ୍ୟୋତି ଓ ତାଙ୍କ ଟିମ୍ ଖୁବ୍ ଶ୍ରଦ୍ଧା ର ସହ ଏହି ପ୍ରୋଜେକ୍ଟ ରେ କାମ କରୁଥିଲେ। ଏହାପରେ ସେଠାରେ ତାଙ୍କର କାମ କୁ ପସନ୍ଦ ମଧ୍ୟ କରାଗଲା ଏହାପରେ ଦୁବାଇ ର ଏକ ଇଣ୍ଟରନ୍ୟାସନାଲ୍ କମ୍ପାନୀରୁ ୨୨ ଲକ୍ଷ ଟଙ୍କା ପ୍ୟାକେଜ୍ ର ଚାକିରୀ ଆସିଛି। ଏହାପରେ ୨୦୨୦ ମସିହାରେ ଜ୍ୟୋତି ଜୟପୁର ରୁ ଦୁବାଇ ଚାଲି ଯାଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।