Ajira Anuchinta – ଶନିବାର ଦିନ ଶନିଦେବଙ୍କ ନାମ ନେଇ କରନ୍ତୁ ଏହି ୩ ଟି କାମ ସମସ୍ତ ସମାସ୍ୟାର ହେବ ଅନ୍ତ

0

ବର୍ତ୍ତମାନ ର ଏହି ଗ୍ଲବାଲାଇଡ଼ ର ବିଶ୍ୱ ରେ ରହିବାକୁ ହେଲେ ସମସ୍ତ ଙ୍କୁ ଦୁଇ ଟି ଜିନିଷ ର ବହୁତ ଆବଶ୍ୟକତା ରହିଛି ପ୍ରଥମ ଟି ହେଉଛି ଧନ ସମ୍ପତ୍ତି ର ଆବଶ୍ୟକତା ଏବଂ ଦ୍ୱିତୀୟ ରେ ହେଉଛି ଏକ ଶାନ୍ତି ଓ ସୁଖର ପରିବାର। କିନ୍ତୁ ଯେପରି ଆମ ବିଶ୍ୱ ଟେକ୍ନୋଲୋଜି ର ଅଗ୍ରଗତି ସହ ଆଗକୁ ବଢ଼ିବାରେ ଲାଗିଛି ସେହି ପରି ଆମର ପ୍ରତିଦିନ ଜୀବନ ରେ ମଧ୍ୟ ବିଭିନ୍ନ ପ୍ରକାର ର ସମସ୍ୟା ଦେଖାଯାଉଛି ।

ଯେପରି କି ଘରେ ଆର୍ଥିକ ଅଭାବ ଦେଖାଦେବା ,ପରିବାର ମଧ୍ୟରେ ସବୁବେଳେ ଝଗଡା ଲାଗିବା ,ମାନସିକ ଚାପ ରେ ରହିବା ଆଦି ବର୍ତ୍ତମାନ ର ଲୋକମାନ ଙ୍କ ପାଇଁ ସାଧାରଣ ହୋଇଗଲାଣି ।ତେଣୁ ଆମେ ଆଜି ଆପଣ ଙ୍କୁ ଏମିତି ଏକ ସରଳ ଓ ସହଜ ଉପାୟ ଟି ଜଣେଇବାକୁ ଯାଉଛୁ ଯାହା କରିବା ଦ୍ବାରା ଆପଣଙ୍କ ସମସ୍ତ ପାରିବାରିକ ,ମାନସିକ ଏବଂ ଅର୍ଥନୈତିକ ସମସ୍ୟା ର ସମାଧାନ ହୋଇଯିବ ।

ଆମର ପୂର୍ବପୁରୁଷ ମାନେ ସବୁବେଳେ କହିଆସିଛନ୍ତି ଯେ, ଭଗବାନ ଶନି ଦେବ ହେଉଛନ୍ତି ଏ ସଂସାରରେ ଜଣେ ପ୍ରତ୍ୟକ୍ଷ ଭଗବାନ ଯିଏକି ବହୁତ ଶୀଘ୍ର ଲୋକମାନ ଙ୍କୁ ବର ଦାନ କରିଥାନ୍ତି ।ଯାହା ଫଳରେ ଲୋକମାନେ ତାଙ୍କର ଆଶୀର୍ବାଦ ପାଇବାକୁ ବହୁତ ପୂଜା ପାଠ କରିଥାନ୍ତି ।ଏହା ଦ୍ବାରା ପରିବାର ର ସମସ୍ତ ପ୍ରକାରର ସମସ୍ୟା ସମାଧାନ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ମହାଗ୍ରହ ଶନିଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ତଥା ଆପଣ ଙ୍କର ସମସ୍ତ ପ୍ରକାରର ପାରିବାରିକ ,ମାନସିକ ତଥା ଅର୍ଥନୈତିକ ସମସ୍ୟା ର ସମାଧାନ କରିବାକୁ ପାଇଁ ଆପଣ ଙ୍କୁ ପ୍ରତି ଶନିବାର ଦିନ ଏହି ତିନୋଟି କାର୍ଯ୍ୟ କରନ୍ତୁ। ତେବେ ଆମର ପୁରାଣ ଶାସ୍ତ୍ର ରେ ଜଣାଯାଇଛି ଯେ ଭଗବାନ ଶନିଦେବ କେବଳ ପୂଜା ପାଠ ମାଧ୍ୟମରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ବରଂ ସେ ଜଣେ ଭକ୍ତ ର ମନ ଭିତର ର ବିଶ୍ୱାସ ଓ ଭକ୍ତି ଦ୍ବାରା ହିଁ ତାଙ୍କ ଆଶୀର୍ବାଦ କୁ ଜିତିବା ସମ୍ଭବ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ସେହି ୩ଟି କାର୍ଯ୍ୟ କଣ କଣ ରହିଛି ।

୧.ସୋରିଷ ତେଲ ଦାନ ।ଶନିଦେବ ଙ୍କର ସୋରିଷ ତେଲ ପ୍ରିୟ ହୋଇଥାଏ ।ତାଙ୍କର ପୂଜାରେ ଏହି ତେଲ କୁ ବ୍ୟବହାର କରାଯାଏ ।ତେବେ ଶନିବାର ରେ ଶନି ଙ୍କର ପୂଜା ସମୟରେ ସୋରିଷ ତେଲ କୁ ଦାନ କରନ୍ତୁ ।ଏହା ଆପଣଙ୍କର ସମସ୍ତ ସମସ୍ୟା ଦୂର କରିବ ।
୨.ଶନିବାର ଦିନ କାଉ କୁ ଖାଦ୍ୟ ଦେବା।ପ୍ରଭୁ ଶନି ଙ୍କର ବାହାନ କାଉ ଅଟେ। ତେଣୁ ଶନିବାର ରେ କାଉ କୁ ଖାଇବାକୁ ଦେବା ଶନିଦେବ ଙ୍କୁ ସନ୍ତୁଷ୍ଟ କରିବା ସମାନ ଅଟେ ।ଏହା ଦ୍ଵାରା ଘରର ସମସ୍ତ ଅସୁବିଧା ଦୂର ହୋଇଥାଏ ।

୩.ଶନିବାର ଦିନ ଲୁହା ଜିନିଷ କିଣିବା ବା ବିକିବା ଦ୍ଵାରା ଶନିଦେବ ଙ୍କର କୃପା ଆପଣ ଙ୍କ ଉପରେ ରହିଥାଏ ।ଏପରି କରିବା ଫଳରେ ଆପଣ ଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।