Sadhubani – ପୁଜା ଘରେ ରଖନ୍ତୁ ଏହି ୮ ଟି ଜିନିଷ ଘରେ କେବେବି ଧନର ଅଭାବ ରହିବ ନାହିଁ

0

ସାଧାରଣତଃ ଆମେ ମାନେ ସମସ୍ତେ ନିଜ ଘରେ ସବୁଦିନ ଠାକୁର ପୂଜା କରିଥାଉ। ଆମ ମାନଙ୍କ ର ପୂର୍ବ ପୁରୁଷ ମାନେ ବିଭିନ୍ନ ଯଜ୍ଞ କରି ଭଗବାନ ଙ୍କୁ ପୂଜା କରୁଥିଲେ,କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଆମ ମାନଙ୍କ ଘରେ ବିଭିନ୍ନ ଦେବାଦେବୀ ଙ୍କ ଫଟୋ ଏବଂ ମୂର୍ତ୍ତି କୁ ରଖି ପୂଜାର୍ଚ୍ଚନା କରୁଅଛୁ।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘର ଘରର ଈଶାଣ କୋଣରେ ରହିବା ଉଚିତ, କାରଣ ଏହା ହେଉଛି ଭଗବାନ ଙ୍କ ସ୍ଥାନ ଏବଂ ଏହା ଦ୍ବାରା ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧି ବଢିଥାଏ ଏବଂ ଧନ ସମ୍ପତ୍ତି ମଧ୍ଯ ବଢିଥାଏ। ତେବେ ଆଜି ଆମେ ଏମିତି ୮ ଟି ଜିନିଷ ବିଷୟରେ ଜାଣିବା ଯାହା କୁ ଠାକୁର ଙ୍କ ଘରେ ରଖିବା ଦ୍ବାରା ଧନ, ସମ୍ପତ୍ତି, ସୁଖ ଶାନ୍ତି ବଢିଥାଏ।

*ଏଥି ମଧ୍ଯରେ ପ୍ରଥମେ ହେଉଛି ପଞ୍ଚାମୃତ। ଏହାର ଅର୍ଥ ହେଉଛି ୫ ଟି ଅମୃତ। ଅର୍ଥାତ୍ କ୍ଷୀର, ମହୁ, ଘିଅ, ଦହି ଏବଂ ମିଶ୍ରୀ।ଏହି ୫ ଟି ଜିନିଷ ର ମିଶ୍ରଣ ରେ ପଞ୍ଚାମୃତ ତିଆରି କରାଯାଏ। ଏହି ପଞ୍ଚାମୃତ ରେ ରୋଗ ନିବାରଣ ଶକ୍ତି ଥାଏ ଏବଂ ଏହା ବହୁ ପୁଷ୍ଟିକର ମଧ୍ଯ ହୋଇଥାଏ।
*ଦ୍ବିତୀୟ ଜିନିଷ ର ନାମ ହେଉଛି ଚନ୍ଦନ। ଚନ୍ଦନ ହେଉଛି ଶାନ୍ତି ଏବଂ ଶୀତଳତା ର ପ୍ରତିକ।ଠାକୁର ଘରେ ଏହାକୁ ନିଶ୍ଚିତ ରଖିବ ଉଚିତ୍ ଏବଂ ଏହି ଚନ୍ଦନ ରଖିବା ଦ୍ବାରା ମନ ଭିତରର ନକାରାତ୍ମକ ଶକ୍ତି ଦୂରେଇ ଯାଏ। ଚନ୍ଦନ ଟିପା କୁ ସବୁଦିନ ଆମ ମଥାରେ ଲଗେଇବା ଉଚିତ।

* ତୃତୀୟ ରେ ହେଉଛି ଅରୁଆ ଚାଉଳ,ଯାହାକି ଭାଙ୍ଗି ନଥିବ ଏବଂ ସେ ଗୋଟା ହୋଇଥିବ। ଏହି ଅର୍ଥ ଚାଉଳ ଭଗବାନ ଙ୍କୁ ଦେବା ଦ୍ବାରା ଶୁଭ ମଣାଯାଏ।
*ଚତୁର୍ଥ ଜିନିଷ ଟି ହେଉଛି ଫୁଲ । ଫୁଲ ହେଉଛି ସୁନ୍ଦରତା ର ପ୍ରତୀକ। ଭଗବାନ ଙ୍କୁ ଫୁଲ ଅର୍ପଣ କରିବା ଦ୍ବାରା ମନରେ ଖୁସି ଓ ସୁନ୍ଦରତା ର ଭାବ ଆସିଥାଏ।

*ପଞ୍ଚମ ଜିନିଷ ହେଉଛି ମିଠା। ଭଗବାନ ଙ୍କୁ ମିଠା ପ୍ରଦାନ କରିବା ଦ୍ବାରା ଆମେ ଆମ ଜୀବନ ରେ ଭଗବାନ ଙ୍କ ପାଖରେ ମଧୁରତା ଓ ସମୟତା କୁ ପ୍ରାପ୍ତ କରିବା ପାଇଁ ଭଗବାନ ଙ୍କ ନିକଟରେ ଇଛା ପ୍ରକାଶ କରିବା।
* ଷଷ୍ଠ ଜିନିଷ ହେଉଛି ଦ୍ବୀପ। ଭଗବାନ ଙ୍କ ନିକଟରେ ଦ୍ବୀପ ଜାଳିବା ର ଅର୍ଥ ଆମେ ଆମ ଜୀବନ ର ଅନ୍ଧକାର କୁ ଦୂର କରି ତାକୁ ଆଲୋକିତ କରିବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିବା। ସେଥିପାଇଁ ପୂଜା ଘରେ ଦ୍ବୀପ ଟିଏ ନିଶ୍ଚିତ ଲଗାନ୍ତୁ।

* ସପ୍ତମ ଜିନିଷ ହେଉଛି ସିନ୍ଦୂର। ସିନ୍ଦୂର ହେଉଛି ରଙ୍ଗର ପ୍ରତିକ। ଏହାର ଅର୍ଥ ଏହା ଆମ ବେରଙ୍ଗୀ ଜୀବନ ରେ ରଙ୍ଗ ଭରିବା ପାଇଁ କାମ କରିଥାଏ।
* ଶେଷ ଜିନିଷଟି ହେଉଛି ଘଣ୍ଟି। ଯେଉଁ ସ୍ଥାନ ରୁ ନିୟମିତ ଭାବରେ ଘଣ୍ଟି ର ଶବ୍ଦ ଆସିଥାଏ ସେଠାକାର ବାତାବରଣ ପବିତ୍ର ଏବଂ ଶୁଦ୍ଧ ରହିଥାଏ। ତେବେ ଏହା ଥିଲା ସେହି ୮ ଟି ଜିନିଷ ଯାହା କୁ ଠାକୁର ଘରେ ରଖିବା ଦ୍ବାରା ଧନ ସମ୍ପତ୍ତି ଓ ସୁଖ ସମୃଦ୍ଧି ବଢିଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।