ହେ ଭଗବାନ ! ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ,ତାଙ୍କର ସୁସ୍ଥତା ପାଇଁ ଇଶ୍ବର ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ……..

0

ଆସନ୍ତୁ ଜାଣିବା ବର୍ତ୍ତମାନ ର ସବୁଠାରୁ ବଡ ଖବର।ସମସ୍ତ କ୍ରିକେଟ ପ୍ରେମୀ ମାନ ଙ୍କ ପାଇଁ ଏକ ବଡ ଖରାପ ଖବର। ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ତଥା ବିସିସିଆଇ ର ଅଧ୍ଯକ୍ଷ ସୌରଭ ଗାଙ୍ଗୁଲି ହୃଦଘାତ ର ଶିକାର ହୋଇଛନ୍ତି। ସୌରଭ ସକାଳେ ଜିମ୍ କରୁଥିବା ସମୟରେ ହଠାତ୍ ସେ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସୌରଭ ଙ୍କ ଘରୋଇ ଡାକ୍ତର ଆସି ତାଙ୍କର ଚିକିତ୍ସା କରିଥିଲେ,କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ କୋଲକାତା ର ଉଡ୍ ଲ୍ୟାଣ୍ଡ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାକାର ଡାକ୍ତର କହିଛନ୍ତି କି ସୌରଭ ଙ୍କୁ ମାଇଲ୍ ହାର୍ଟ ଆଟାକ ହୋଇଛି। ତେବେ ପୂର୍ବରୁ ସେ ଏମିତି ଅସୁସ୍ଥ ହୋଇଥିଲେ ମାତ୍ର ପରବର୍ତ୍ତୀ ସମୟ ରେ ସେ ସୁସ୍ଥ ମଧ୍ଯ ହୋଇଯାଇଥିଲେ, କିନ୍ତୁ ବର୍ତ୍ତମାନ ର କେସ୍ ରେ ସୌରଭ ନିଜର ସ୍ୱାଭାବିକ ସ୍ଥିତି କୁ ଫେରି ନାହାନ୍ତି। ତେବେ ଡାକ୍ତର ମାନେ ନିଜ ତରଫରୁ ବହୁତ ଚେ଼ଷ୍ଟା ଚଲେଇଛନ୍ତି। ତେବେ ଆଜି ତାଙ୍କର ଆଞିଓପ୍ଲାଷ୍ଟ କରାଯାଇ ପାରେ ବୋଲି ସୂଚନା ମିଳିଛି। ଡାକ୍ତର ଙ୍କ କହିବା ମୁତାବକ ବର୍ତ୍ତମାନ ସୁଧା ତାଙ୍କର ସବୁ ଟେଷ୍ଟ କରାଯାଇଛି, ଭୟ କରିବାର କିଛି ନାହିଁ।

ସୌରଭ ଙ୍କ ଅସୁସ୍ଥତା କୁ ନେଇ ସାରା କୋଲକତା ରେ ଆତଙ୍କ ଖେଳି ଯାଇଛି, ତାଙ୍କ ଅସୁସ୍ଥତା ପାଇଁ ବିଭିନ୍ନ ଯୁବ ସମାଜ ବର୍ତ୍ତମାନ ଅସୁସ୍ଥି ରେ ପଡିଛନ୍ତି। ତେବେ ହଠାତ୍ ସୈରଭ ଙ୍କ ଅସୁସ୍ଥତା ର କାରଣ କଣ ଡାକ୍ତର ମାନେ ଯାଞ୍ଚ କରୁଛନ୍ତି। ତେବେ ତାଙ୍କର କୌଣସି ଉଦ୍ବେଗ ଜନକ କାରଣ ନାହିଁ। ଡାକ୍ତର ମାନେ ସୌରଭ ଙ୍କୁ ସୁସ୍ଥ କରିବା ପାଇଁ ଶତ ଚେଷ୍ଟା ଚଲେଇଛନ୍ତି ଏବଂ ଡାକ୍ତର ମାନେ ସମସ୍ତ ଆନୁଷଙ୍ଗିକ ପରୀକ୍ଷା ଶେଷ କରିଛନ୍ତି।

କରୋନା ପରିସ୍ଥିତି ରେ ଆଇପିଏଲ କୁ ଆୟୋଜନ କରିବାରେ ସୌରଭ ଙ୍କ ବହୁତ ବଡ ହାତ ଥିଲା,ସେଥିପାଇଁ ତାଙ୍କ ହାର୍ଟ ଆଟାକ୍ ପାଇଁ ସମସ୍ତ କ୍ରିକେଟ ଜଗତ ବହୁ ଚିନ୍ତା ରେ ପଡିଯାଇଛି,କାରଣ ଏହା ପୂର୍ବରୁ ଭାରତ ର କ୍ୟାପଟେନ କପିଲଦେବ ଙ୍କ ର ମଧ୍ଯ ହାର୍ଟ ଆଟାକ୍ ହୋଇଥିଲା, କିନ୍ତୁ ପରେ ସେ ସୁସ୍ଥ ହୋଇଯାଇଥିଲେ।

ତେବେ ସୌରଭ ଗାଙ୍ଗୁଲି ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ କ୍ରିକେଟ ଜଗତକୁ ଫେରିଆସନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି। ସେପଟେ ଗାଙ୍ଗୁଲି ଙ୍କ ଏଭଳି ଏକ ଖବର ଶୁଣି ପଶ୍ଚିମ ବଙ୍ଗ ର ମୁଖ୍ଯ ମନ୍ତ୍ରୀ ମମତା ବାନାର୍ଜୀ ସୌରଭ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି,ତାଙ୍କୁ ଯେତେ ଶୀଘ୍ର ସୁସ୍ଥ କରିଦେବା ପାଇଁ ମମତା ଠାକୁରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ବୋଲି ଟ୍ୱିଟ୍ କରିଛନ୍ତି।

ଏହା ସହିତ କୋଲକାତା ର ରାଜ୍ୟପାଳ ଜଗଦୀଶ ଧନକର ମଧ୍ଯ ସୌରଭ ଙ୍କ ଦୁଖଦ ଖବର କଥା ବିଷୟରେ ପଚାରି ବୁଝିଛନ୍ତି, ସୌରଭ ଙ୍କ ପାଖରେ ବିସିସିଆଇ ର କେତେକ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଛନ୍ତି୤।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।