ଜାଣନ୍ତୁ ଚିଲିକା ରେ ହୋଇଥିବା ଦଙ୍ଗା ବୁଡି ର ଅସଲି ରହସ୍ୟ। ଏହି ଜାରଣ ପାଇଁ ବୁଡିଯାଇଥିଲା ଡଙ୍ଗା।

0

ଜନ୍ମ ଅଛି ତ ମୃତ୍ୟୁ ଅଛି। ଯିଏ ଏ ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି ଦିନେ ନା ଦିନେ ସେ ମାଟିରେ ମିଶିଛି। କେବେ କେଉଁଠାରେ ଓ କେଉଁ ମୁହୂର୍ତ୍ତରେ ମୃତ୍ୟୁ ଆପଣଂକୁ ଆପଣନାଇ ନେବ ତାହା ଜାଣିବା ଅସମ୍ଭବ। ଏ ପର୍ଯ୍ୟନ୍ତ କେହି ମୃତ୍ୟୁ ର ରହସ୍ୟ କୁ ଭେଦ କରି ପାରିନାହାନ୍ତି। ତେବେ କିଛି ଏପରି ଘଟଣା ଘଟେ ଯାହା କି କେହି କେବେ ଭାବି ନଥାନ୍ତି। ଆକସ୍ମିକ ମୃତ୍ୟୁ ର ଶିକାର ବର୍ତାମାନ ସମାଜ ରେ ବଢ଼ିବାରେ ଲାଗିଛି। ଅନେକ ଯୁବକ ଓ ଛୋଟ ପିଲା ମାନେ ମଧ୍ୟ ମୃତ୍ୟୁ ର ଶିକାର ହେଉଛନ୍ତି। ତେବେ ଦୁଇ ବର୍ଷ ତଳେ ଘଟିଥିଲା ଏପରି ଏକ ଦୁଘଟଣା ଯାହା କି ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା।


ଏହି ଘଟଣା ଟି ହେଉଛି ଚିଲିକା ର। ସେଠାରେ ଦଙ୍ଗା ବୁଡି ଘଟଣା ବିଷୟରେ ଆପଣ ମାନେ ନିଶ୍ଚିତ ଜାଣିଥିବେ। ଏହି ଘଟଣା ରେ ଅନେକ ଯାତ୍ରୀ ପ୍ରାଣ ହରାଇ ଥିଲେ। ତେବେ ଏହି ଲୋକ ମାନଙ୍କ ମଧ୍ୟରେ ରହିଥିଲା ଜଣେ କଅଁଳ ଶିଶୁ। ନିଷ୍ପାପ ଶିଶୁ ଟି ବାପା ମା ଙ୍କ ସହ ଦଙ୍ଗା ରେ ବସି ମା କାଲି ଯାଇଙ୍କ ମନ୍ଦିରକୁ ଯିବା ସମୟରେ ହଠାତ ଘଟଥିଲା ଦୁର୍ଘଟଣା ଯାହ ଫଳରେ ଡଙ୍ଗାଟି ବୁଡି ଯାଇଥିଲା। ଓଅନେକ ଯାତ୍ରୀ ପ୍ରାଣ ହରାଇ ଥିଲେ।

ତେବେ ଏହି ଘଟଣା ବିଷୟରେ ସେ ଶିଶୁ ଟିର ମା କୁ ପଚାରିବାରୁ ସେ ବହୁତ ଭାବ ବିହ୍ଵଳ ହୋଇ ଯାଇଥିଲେ। ସେ କହିଥିଲେ କି ତାଙ୍କ ଆଖି ସମ୍ନା ରେ ତାଙ୍କର ପୁଅ ଚାଲିଗଲା ହେଲେ ସେ କିଛି କରିପାରିଲେ ନାହିଁ। ମା ଜଣଙ୍କ ଏ କଥା କହିବା ବେଳେ ତାଙ୍କର ଆଖିରୁ ଲୁହ ଝରିପଡୁଥିବାର ଦେଖିବାକୁ ମିଳିଥିଲା ଯାହା କି ଅନେକ ଦୁଃଖ ପୂର୍ଣ ଥିଲା।


ସେହି ପିଲା ଟିର ମା କହିଛନ୍ତି କି ବହୁତ ସମୟ ପର୍ଯ୍ୟନ୍ତ ଦଙ୍ଗା ର ଅସୁବିଧା ହେବାରୁ ସେମାନେ ନାଉରିଆ ମାନଙ୍କୁ କହିଥିଲେ କି ଅନ୍ୟ ମାନଙ୍କୁ ଖବର ଦେବାପାଇଁ। କିନ୍ତୁ ନାଉରିଆ ମାନେ ତାଙ୍କ କଥା ଶୁଣି ନଥିଲେ। ଏହା ପରେ ଡଙ୍ଗା ଭିତରେ ପାଣି ପଶିବାକୁ ଆରମ୍ଭ ଜରିଥିଲା। ପାଖରେ ପାଣି କୁ ବାହା କରିବା ପାଇଁ ସେମିତି କିଛି ଜିନିଷ ନଥିବା କଥା ସେ କହିଛନ୍ତି

ଶେଷରେ ସମସ୍ତେ ଅନୁରୋଧ କରିଥିଲେ କି ଯେମିତି ହୋଉ ପିଲା ମାନଙ୍କୁ ରକ୍ଷା କରନ୍ତୁ ହେଲେ ତାଙ୍କ କଥା କେହି ଶୁଣି ନଥିବା ସେହି ମା ଜଣଙ୍କ କହିଛନ୍ତି। ନାଉରିଆ ମାନେ ଚାହିଁଥିଲେ ତାଙ୍କ ପିଲା କୁ ଉଦ୍ଧର କରି ପରିଥାନ୍ତେ ବୋଲି ସେହି ପିଲା ର ମା ଜଣଙ୍କ କହିଛନ୍ତି। ତେବେ ଏହି ଘଟଣା କୁ 2 ବର୍ଷ ପୁରି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ହୃଦୟ ବିଦାରକ ଘଟଣା ର ଦୃଶ୍ୟ ସେଠାରେ ଅନୁଭବ କରିଥିବା ଯାତ୍ରୀ ମାନଙ୍କ ମନରେ ଏବେବି ତାଜା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।