ଦେଖନ୍ତୁ ଭିଡିଓ – ସୋସିଆଲ ମିଡିଆରେ ରେ ଭାଇରାଲ୍ ହେଲା ବିଚ୍ ରାସ୍ତା ଉପରେ କଙ୍ଗାରୁ କୋର୍ଟ ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ

0

ସୋସିଆଲ ମିଡିଆରେ ଆଜି ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ନେଇ ଗଣମାଧ୍ୟମ ରେ ଅନେକ ସମାଲୋଚନା ଦେଖିବାକୁ ମିଳିଛି। ଏହି ଘଟଣା କୁ ନେଇ ସାଧାରଣ ଜନତା ମଧ୍ୟ ଅବାକ୍ ହୋଇ ଯାଇଛନ୍ତି। ଏହିଭଳି ଏକ ଛାତି ଥରାଇଲା ପରି ଦୃଶ୍ୟ ସୋସିଆଲ ମିଡିଆରେ ଗୋଟିଏ ଫୋନ୍ ରୁ ଗୋଟିଏ ଫୋନ୍ କୁ ଘୁରି ବୁଲୁଛି। ବିଚ୍ ରାସ୍ତାରେ କିଛି ଅସାମାଜିକ ଯୁବ ଗୋଷ୍ଠୀ ଜଣେ ବ୍ୟକ୍ତିଙ୍କୁ ଲଙ୍ଗଳା କରି ଉଠ ବସ୍ କରୁଥିବାର ଭିଡ଼ିଓ ସାମ୍ନା କୁ ଆସିଛି।
ଏହି ଘଟଣା ଟି ଘଟିଛି ମୟୁରଭଞ୍ଜ ଜିଲ୍ଲାରେ। ସନ୍ଧ୍ୟା ସମୟରେ କିଛି ଅସାମାଜିକ ଲୋକ ମିଶି ଶେହି ରାସ୍ତା ଦେଇ ଯାଉଥିବା ଜନେ ନିରୀହ ବ୍ୟକ୍ତିଙ୍କୁ ଉଲଘ୍ନ କରି ତାଙ୍କୁ ଉଠା ବସା କରୁଥିବାର ଦେଖିବାକୁ ମିଳିଥିଲା।

ତେବେ କେଉଁ କାରଣ ପାଇଁ ଏହି ବ୍ୟକ୍ତିମାନେ ଏପରି କଲେ ତାହା ଏବେ ସୁଧା ଜଣା ପଡିନାହିଁ। ଏହି ଘଟଣା ଟି ଯାହା ଶୁଣିବାକୁ ମିଳୁଛି ତାହା ହେଲା ମୟୂରଞ୍ଜର ବାରିପଦା ଏବଂ ଉଦୂଳା ରାଜ ରାସ୍ତାରେ ଥିବା ମ୍ୟାଗ୍ନମ ନାମକ ଛକରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ହୁଏତ ଏହି ବ୍ୟକ୍ତି ମାନେ ପୂର୍ବ ଶତ୍ରୁତା କାରଣ ରୁ ରାଗ ରଖି ଏହି ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲେ। ଏହି ଭିଡ଼ିଓ ରେ ମଧ୍ୟ ଅନେକ ଖରାପ ଭାଷା କହୁଥିବା ର ଦେଖା ଯାଇଛି।

ଏହି ବ୍ୟକ୍ତି ମାନେ ମଦ୍ୟ ପାନ କରି ଏପରି ଉନ୍ମୁକ୍ତ କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ଏଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ମତ ପ୍ରକାଶ କରୁଛନ୍ତି। ତେବେ ଏହି ଲୋକ ମାନେ ସେହି ରାସ୍ତା ଦେଇ ଯାଉଥିବା ଏହି ବ୍ୟକ୍ତି ଙ୍କୁ ପ୍ରଥମେ ଅଟକାଇ ଦେଇଥିଲେ। ଆଉ ତାଙ୍କୁ ଏହି ରାସ୍ତା ଦେଇ ନ ଯିବାକୁ ମନା କରି ଥିଲେ ମଧ୍ୟ ସେ କଣ ପାଇଁ ଆସିଲେ ବୋଲି କହି ଘେରି ଯାଇଥିଲେ।

ସେ ସାଧାରଣ ବ୍ୟକ୍ତି ଜଣକ ତାଙ୍କ କଥାରେ ଡରିଯାଇ ସେମାନ ଙ୍କ ଆଜ୍ଞାକୁ ମାନିନେବାକୁ ବାଧ୍ୟ ହୋଇଥିଲେ। ତାଙ୍କୁ ପ୍ରଥମେ ରାସ୍ତା ମଝିରେ ଅଟକାଇ ଦେଇ ବସ୍ତ୍ର ଖୋଲିବାକୁ କହିଥିଲେ। ଆଉ ସେ ବସ୍ତ୍ର ଖୋଲିବା ମାତ୍ରେ ତାଙ୍କୁ ଉଠ୍ ବସ୍ କାନ ଧରି କରିବାକୁ ବାଧ୍ୟ କରୁଥିଲେ। ଆଉ ସେ ସେପରି କରିବାକୁ ଲାଗିଲେ। ଚାହୁଁ ଚାହୁଁ ଅନେକ ଭିଡ ଜମିଥିଲେ ମଧ୍ୟ କେହି ବିରୋଧ କରି ନଥିଲେ। ଏହି ସମୟରେ ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ଆସି ପହଂଚି ଥିଲେ। ମାତ୍ର ସେମାନେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ଲାଗିଲେ ।

ଏହି ଭିଡ଼ିଓ ରେ ପୋଲିସ ଦୁଇଜଣ କିଛି କାର୍ଯ୍ୟାନୁଷ୍ଠାନ ନେଉଥିବା ନଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ମୟୁରଭଂଜ ର ଏସିପି ଏହି ଦୁଇ ଜଣ ପୋଲିସ୍ କର୍ମଚାରୀ ଙ୍କୁ ସସ୍ପେଣ୍ଡ୍ କରିଦେଇଛନ୍ତି। ଏହା ସହିତ ଏହି ଲୋକ ମାନଙ୍କୁ ଖୋଜି ବାହାର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।