(ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ) ଭେଙ୍ଗା ଙ୍କ ଦ୍ଵାରା କରାଯାଇଥିବା ଭବିଷ୍ୟବାଣୀ ଜାଣନ୍ତୁ କ’ଣ ଘଟିବାକୁ ଯାଉଛି ୨୦୨୧ ମସିହାରେ

0

ଆପଣ ମାନେ ଜାଣିଛନ୍ତି ଆଜିର ଦୁନିଆ ରେ ଲୋକ ମାନେ ବହୁ ଶିକ୍ଷିତ ହେଲେନି। ଶିକ୍ଷିତ ହୋଇ ମଣିଷ ନିଜ ର ଞାନ ଓ କୈଶଳ କୁ ଦିନ କୁ ଦିନ ଉନ୍ନତତର କରିବାରେ ଲାଗିଛି। ଦିନ ଥିଲା ଯେତେବେଳେ ହଠାତ୍ ଝଡ ବର୍ଷା ହେଉଥିଲା ଓ ସେଥିରେ ବହୁତ ଧନ ଜୀବନ ନଷ୍ଟ ହେଉଥିଲା। ବାତ୍ଯା ଆସିବା ର କୈଣସି ଖବର ବିଷୟରେ ଆଗୁଆ ସୂଚନା ପାଇ ପାରୁନଥିଲା, କିନ୍ତୁ ବର୍ତ୍ତମାନ ସମୟରେ ନିଜର ଆଧୁନିକ ଞାନ କୈଶଳ ଲଗେଇ ସେହି ସମସ୍ୟା ର ସମାଧାନ ର ବାଟ ଫିଟେଇ ଦେଇଛି।

ତେବେ ଆପଣ ମାନେ ପୂର୍ବରୁ ଶୁଣିବାକୁ ପାଇଥିବେ ଯେ ଜଣେ ବ୍ଯକ୍ତି ଶହଶହ ବର୍ଷ ତଳେ ଏକ ଭବିଷ୍ଯ ବାଣୀ ରଚନା କରିଥିଲେ ଯାହା ବର୍ତ୍ତମାନ ଘଟିବାକୁ ଯାଉଛି। ତେବେ ଆଜି ଆମେ ସେହିଭଳି ଜଣେ ବ୍ଯକ୍ତି ଙ୍କ କଥା କହିବା ପାଇଁ ଯାଉଛୁ, ଯାହାଙ୍କ ଭବିଷ୍ଯ ବାଣୀ ସତ ହୋଇଛି, ଏବଂ ଆଗକୁ ସତ ହୋଇପାରେ। ଯେତେବେଳେ ସାରା ଦୁନିଆ ଭାବୁଛି ୨୦୨୦ ବର୍ଷ ଟି ବହୁତ ଖରାପ ରେ କଟିଛି, ତେଣୁ ୨୦୨୧ ରେ କିଛି ଭଲ ହେବ,କିନ୍ତୁ ବର୍ତ୍ତମାନ ସାମ୍ନା କୁ ଆସିଛି ଏକ ବଡ ଖବର।

୨୦୨୧ କୁ ନେଇ ବୁଲଗେରିଆ ଜଣେ ବାବା ଭବିଷ୍ଯ ବାଣୀ କରିଛନ୍ତି। ତାଙ୍କ ଭବିଷ୍ଯ ବାଣୀ ଅନୂସାରେ ୨୦୨୧ ମସିହା ୨୦୨୦ ଠୁ ବି ଆହୁରି ଭୟଙ୍କର ହେବ। ତେବେ ଆସନ୍ତୁ ଜାଣିବା କିଏ ସେହି ବାବା, ଆଉ କଣ ତାଙ୍କର ଭବିଷ୍ଯ ବାଣୀ।  ତେବେ ସେହି ବାବାଙ୍କ ନାମ ହେଉଛି ବାବା ଭାଙ୍ଗା। ସେ ୧୯୧୧ ମସିହାରେ ବୁଲଗେରିଆ ରେ ଜନ୍ମ ଗ୍ରହଣ କରିଥିଲେ। କରୋନା କୁ ନେଇ ସେ ୯୪ ବର୍ଷ ପୂର୍ବରୁ କରିଥିଲେ ଭବିଷ୍ଯ ବାଣୀ ଏବଂ ତାଙ୍କର ସଭିଏତ ର ବିଘଟନ, ୨୦୦୧ ମସିହାରେ ୱାର୍ଲଡ ଟ୍ରେଡ୍ସ ରେ ଆତଙ୍କ ବାଦୀ ଆକ୍ରମଣ। ୧୯୯୭ ରେ ବ୍ରିନସ୍ ଡାଇନା ଙ୍କ ମ୍ଋତ୍ୟୁ, ୨୦୦୪ ରେ ଜାପାନ ର ସୁନାମୀ ଆଦି ଭବିଷ୍ଯ ବାଣୀ ତାଙ୍କର ସତ ହୋଇଛି।

ମାତ୍ର ୧୨ ବର୍ଷ ବୟସରେ ଏକ ଝଡ ରେ ବାବା ଭାଙ୍ଗା ନିଜର ଆଖି ହରେଇଥିଲେ। ତା ପରେ ସେ ଅନୁଭବ କରିପାରିଲେ ଯେ ସେ ଭବିଷ୍ଯ ଦେଖିପାରୁଛନ୍ତି। ଏହାପରେ ୧୯୬୬ ରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ୧୦୦ ଟି ଭବିଷ୍ଯ ବାଣୀ କରିଥିଲେ ଯେଉଁ ଥିରେ ୨୦୨୦ ରେ ହୋଇଥିବା ଅନେକ ଘଟଣା ର ପୂର୍ବାନୁମାନ ହୋଇଛି।ସମସ୍ତେ ଭାବୁଛନ୍ତି ୨୦୨୧ ରେ କିଛି ଭଲ ହେବ।


ତେବେ ବାବା ଭାଙ୍ଗା ଙ୍କ ଭବିଷ୍ଯ ବାଣୀ ୨୦୨୧ ରେ କିଛି ଭଲ ସଙ୍କେତ ଦେଉନାହିଁ। ଏହି ବର୍ଷ ବି ମଧ୍ଯ ବହୁ ଖରାପ ରହିବ,ପ୍ରଳୟ ଆସିବ,ଅଞ୍ୟାତ ରୋଗ ମଣିଷ କୁ ଗ୍ରାସ କରିବ। ଆକାଶ ରୁ ହଡବଡ ଉଲ୍କା ପିଣ୍ଡ ଖସିବ,ୟୁରୋପ ରେ ରାସାୟନିକ ଆକ୍ରମଣ ଆଶଙ୍କା ରହିଛି। ଋଷ୍ ର ରାଷ୍ଟ୍ରପତି ପୁଟିନ ଙ୍କ ହତ୍ଯା କରାଯିବ। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭୟଙର ରୋଗାକ୍ରାନ୍ତ ହେବେ,ତାଙ୍କର ମସ୍ତିଷ୍କ ରେ ପ୍ରଭାବ ପଡିବ। ୨୦୨୧ ରେ ଏଲିୟନ ବିଷୟରେ ସନ୍ଧାନ ମିଳିବ। କର୍କଟ ରୋଗ ର ଚିକିତ୍ସା ମିଳିବ ଏବଂ ଚାଇନା ର ଶକ୍ତି ବଢିବ ବୋଲି ବାବା ଭାଙ୍ଗା କହିଛନ୍ତି,ଏହି ଭଳି ବାବା ୫୦୭୯ ମସିହା ପର୍ଯ୍ୟନ୍ତ ୧୦୦ ଟି ଭବିଷ୍ଯ ବାଣୀ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।