ସମସ୍ତ ପ୍ରକାରର କେଶ ସମସ୍ୟା ଦୂର ହୋଇଯିବ କେବଳ 7ଦିନରେ ଏହି ଘରୋଇ ଉପାୟ 100 % କାମ କରିବ

0

କଥା ରେ ଅଛି “ନରୀ କୁ ସୁନ୍ଦର କେଶ ଏବଂ ପୁରୁଷ କୁ ସୁନ୍ଦର ନିଶ”। ଏହା ସତ ଅଟେ କାରଣ ଗଟେ ନାରୀ ର ସୌନ୍ଦର୍ଯ୍ୟ କୁ ତାର ସୁନ୍ଦର ,ଘନ ଓ ଲମ୍ବା କେଶ ହିଁ ସାହଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନ ପ୍ରାୟତଃ ସବୁ ମହିଳାଙ୍କର କେଶ ଝଡିବା ଏବଂ ପତଳା ହୋଇଯିବା ଏକ ବଡ ସମସ୍ୟା । ଏହି କେଶ ଝଡିବା ଏବଂ କେଶ ପତଳା ହେବାର ବହୁତ କାରଣ ରହିଥାଏ।

ଏହାର ସମାଧାନ ପାଇଁ ଆମେ ବହୁତ ଚେଷ୍ଟା କରିଥାଉ ଓ କେବେକେଵ ଏହା କାର୍ଯ୍ୟକାରୀ ହୋଇଥାଏ ତ କେବେକେବେ ଆମେ ନିରାଶ ମଧ୍ୟ ହୋଇଥାଉ ।ତେବେ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଛୁ କିଛି ସହଜ ଉପାୟ ଯାହା ଆପଣଙ୍କ କେଶ ଝଡ଼ିବାକୁ କମ କରିବା ସହ କେଶ କୁ ଘନ,ମଜଭୁତ ଏବଂ ଲମ୍ବା କରିବାରେ ସାହାଯ୍ୟ କରିବ ।

ଏହା ହେଉଛି ଏକ ସରଳ ଏବଂ ସହଜ ଘୋରାଇ ଉପାୟ ଯାହା ଆପଣଙ୍କ କେଶ ଜନିତ ଅସୁବିଧା କୁ ସମାଧାନ କରିବାରେ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ଉପାୟ ଟି ବିଷୟରେ ଯାହା ଆପଣ ଙ୍କୁ ଦେଇଥାଏ ଏକ ଲମ୍ବା ,ସୁନ୍ଦର ଓ ଘନ କେଶ ଆଣିଦେବ ।ସେହି ଉପାୟ ଟୀକୁ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି:-

୨.ଭୁଶୁଙ୍ଗା ପତ୍ର
୨.ଏକ ଚାମଚ ମେଥି
୩.ଏକ ଚାମଚ ନଡ଼ିଆ ତେଲ
୪.କିଛି ନିମ୍ବ ପତ୍ର

ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ:-

ପ୍ରଥମେ ଏକ ପାତ୍ର ରେ ଗୋଟିଏ ବଡ଼ ଗ୍ଲାସ ରେ ପାଣି ନିଅନ୍ତୁ ।ସେଥିରେ କିଛି ଭୁଶୁଙ୍ଗା ପତ୍ର ,ନିମ୍ବ ପତ୍ର ଏବଂ ଏକ ଚାମଚ ମେଥି ମିଶାନ୍ତୁ ।ଏହି ସବୁ ଜିନିଷ ମିଶାଇବା ପରେ ଏହାକୁ ସେହି ପାତ୍ର ଟୀକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟନ୍ତା। ତେବେ ଆମେ ଆପଣ ଙ୍କୁ କହିରଖୁଛୁ ଯେ, ନିମ୍ବ ପତ୍ର ଓ ଭୁଶୁଙ୍ଗା ପତ୍ର ରେ ବହୁ ଔଷଧିୟ ଗୁଣ ଥିବାରୁ ଏହା ଆମ କେଶ କୁ କଳା କରିବାରେ ଓ ଭିତରୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ ।

ଏହାକୁ ବ୍ୟବହାର କରିବେ କିପରି:-

ଆମର ପ୍ରାକୃତିକ ଜିନିଷ ଟି ପ୍ରସ୍ତୁତ ହୋଇସାରିଛି ।ବର୍ତ୍ତମାନ ଆପଣ ଏହାକୁ ଥଣ୍ଡା କରି ଅନ୍ୟ ଏକ ପାତ୍ର କୁ ଛାଣି ନିଅନ୍ତୁ ।ଏବଂ ଏଥିରେ ଏକ ଚାମଚ ନଡ଼ିଆ ତେଲ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।ଆପଣ ଏହାକୁ ମୁଣ୍ଡ ଧୋଇବାର ୧-୨ ଘଣ୍ଟା ପୂର୍ବରୁ ନିଜ ମୁଣ୍ଡରେ ଲଗେଇ ଏହାକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ।ଏବଂ ଏକ ଘଣ୍ଟା ପରେ ନିଜର ମୁଣ୍ଡ କୁ ସଫା କରିନିଅନ୍ତୁ ।

ତେବେ ଆପଣ ଏହାକୁ ମୁଣ୍ଡ ଧୋଇବା ର ପୁର୍ବ ରାତିରେ ମଧ୍ୟ ବ୍ୟବହାର କରିପାରିବେ ।ଏହାକୁ ବ୍ୟବହାର କରିବା ପରେ ଆପଣ ଙ୍କୁ ଆଉ ତେଲ ର ବ୍ୟବହାର କରିବାକୁ ହେବ ନାହିଁ ।ଏହା ଆପଣ ଙ୍କୁ ସୁନ୍ଦର ,ମଜବୁତ ଓ ଘନ କଳା ରଙ୍ଗର କେଶ ଦେବା ସହ ସମସ୍ତ ପ୍ରକାରର କେଶ ସମସ୍ୟା କୁ ଦୂର କରିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।