ଦେଖନ୍ତୁ ଆମର କେଶ ଏବଂ ତ୍ବଚା ପାଇଁ କର୍ପୂର ଲାଭ ଦାୟକ ଅଟେ ଏହା ରାମବାଣ ସଦୃଶ କାମ କରିଥାଏ ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

0

ଝିଅ ମାନେ ସବୁବେଳେ ନିଜର ସୁନ୍ଦରତା ଉପରେ ଟିକେ ଧ୍ୟାନ ରଖିଥାଆନ୍ତି ବଶୀ। ଝିଅ ମାନଙ୍କ ର ବି ନେଚର୍ ଥାଏ କି ସବୁବେଳେ ଟିକେ ସଜବାଜ ହେବେ ଏବଂ କିପରି ସବୁବେଳେ ଟିକେ ସୁନ୍ଦର ଦେଖାଯିବେ। ଏଥିପାଇଁ ଝିଅ ମାନେ ସବୁବେଳେ ନିଜ ଚେହେରା ର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗିପଡିଥାଆନ୍ତି, ଅନେକ ପ୍ରକାର ର ମହଙ୍ଗା ମହଙ୍ଗା କ୍ରିମ୍ ସବୁ ୟୁଜ୍ କରିଥାଆନ୍ତି, ବହୁତ ବିୟୁଟି ପ୍ରଡ୍କଟ୍ ବି ୟୁଜ୍ କରିଥାଆନ୍ତି।

ଯାହା ଦ୍ୱାରା ସେମାନଙ୍କ ମୁହଁ ର କଳା ପଣ ଦୂରେଇ ଯିବ ଏବଂ ଗୋରା ପଣ ଦେଖାଯିବ, ଯାହା ଦ୍ୱାରା ସେମାନେ ଅଧିକ ସୁନ୍ଦର ଲାଗିବେ।
ଆଉ ଆଜି କାଲି ର ଦୁନିଆ ତ କେମିକାଲ୍ ର ଯୋଗ, ସବୁକିଛି କେମିକାଲ ଦ୍ୱାରା ତିଆରି ହେଉଛି। ଆମେ ଖାଉଥିବା ଖାଦ୍ୟ ଠାରୁ ଆରମ୍ଭ କରି ବ୍ୟବହାର ଟୁ୍ଥ୍ ପେଷ୍ ପର୍ଯ୍ୟନ୍ତ ସବୁକିଛି କେମିକାଲ୍ ଦ୍ୱାରା ତିଆରି ହେଉଛି।

ଆମେ ଆଜି ଆପଣଙ୍କୁ ଏକ ଏପରି ଜିନିଷ ସମ୍ପର୍କରେ କହିବୁ ଯାହାକି କେଶ ଏବଂ ତ୍ୱଚା ପାଇଁ ରାମବାଣ ଆକାରରେ କାର୍ଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଜିନିଷ ଟି କଣ ଏବଂ ଏଥିରେ ଏପରି କଣ ରହିଛି ଯାହାକି କେଶ ଏବଂ ତ୍ୱଚା ପାଇଁ ଏତେ ଲାଭବାନ୍।

ସାଧାରଣତଃ କର୍ପୂର ର ବ୍ୟବହାର ତ ଆପଣ ମାନେ ଜାଣିଥିବେ, ଆମେ ବେଶୀ କରି ଏହାକୁ ଠାକୁର ଙ୍କ ପୂଜା ପାଇଁ ହିଁ ବ୍ୟବାହାର କରିଥାଉ। ଏହା ସହ ଏହାର ଧୂଆଁ ଘର ସାରା ଦେଲେ ସକରାତ୍ମକ ପ୍ରଭାବ ଘରେ ପଡେ। ଏହି କର୍ପୂର ଯାହାକି ପୋଷୋକ ତତ୍ତ୍ଵ ରେ ଭରପୂର ଅଟେ, ଏହା କେଶ ଏବଂ ତ୍ୱଚା ପାଇଁ ବହୁତ ଲାଭ ଦାୟକ ହୋଇଥାଏ।

ଏହି କର୍ପୂର ର ବ୍ୟବହାର ଆମ କେଶ ଏବଂ ତ୍ୱଚା ପାଇଁ କେତେ ତାହା ସମ୍ପର୍କରେ ବହୁତ କମ୍ ଲୋକ ଜାଣିଥିବେ, ସମସ୍ତେ ତ କର୍ପୂର ବ୍ୟବହାର କେବଳ ଠାକୁର ଙ୍କ ପୂଜା ପାଇଁ ହିଁ କରି ଥାଆନ୍ତି। ହେଲେ ଆମେ ମାନେ ଆଜି ଆପଣଙ୍କୁ କହିବୁ କି ଏହାର ବ୍ୟବହାର ଆମ ଶରୀର ପାଇଁ କେତେ ଲାଭବାନ୍ ହୋଇଥାଏ, ଏବଂ ଏହା ମଧ୍ୟ କହିବୁ କି ଏହାକୁ ଆପଣ ମାନେ ବ୍ୟବହାର କିପରି କରିବେ।

*।ବ୍ୟବହାର ପ୍ରଣାଳୀ:-

ଏହି କର୍ପୂର ର ବ୍ୟବହାର ଆମ କେଶର ଝଡିବା, ରୂପି ହେବା, କୁଣ୍ଡେଇ ହେବା, ଆଦି ସମସ୍ୟା କୁ ଦୂର କରିଥାଏ। ଏହାସହ ତ୍ୱଚା ଜନିତ ସମସ୍ୟା, ବ୍ରଣ, ଦାଗ ଆଦି ଦୂର କରିବା ସହ ତ୍ରଚା କୋମଳ କରିଥାଏ। ଏହାକୁ ତେଲରେ ମିଶାଇ ମୁଣ୍ଡ ରେ ଭଲ ଭାବରେ ଲଗାଇଲେ ଏହା ଦ୍ୱାରା ଆମର କୁଣ୍ଡେଇହେବା ସମସ୍ୟା ଦୂର ହୋଇଯାଏ। କର୍ପୂର କୁ କୌଣସି ତେଲରେ ମିଶାଇ ଜଳିଥିବା ସ୍ଥାନରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।

ଏହାଦ୍ବାରା ସଂକ୍ରମଣ ମଧ୍ୟ ଦୂର ହେବା ସହ ଦାଗ ମଧ୍ୟ ଦୂର ହୋଇଥାଏ। ରୂପି ସମସ୍ୟା ଥିଲେ ଆପଣ ଆପଣଙ୍କ କେଶ ଅନୁଯାୟୀ ତେଲ ନେଇ ସେଥିରେ ଗୋଟେ ରୁ ଦୁଇଟି କର୍ପୂର କୁ ଗୁଣ୍ଡ କରି ମିଶାଇ ହାଲୁକା ଗରମ କରି କେଶ ମୂଳରେ ମସାଜ୍ କରନ୍ତୁ , ଏହା ଦ୍ୱାରା ଏହି ସମସ୍ୟା ଦୂର ହୋଇଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।