ଉକୁଣୀ ନେଲା ୧୨ ବର୍ଷ ଝିଅ ର ଜୀବନ। ଆଉ ଏଥିପାଇଁ କୋର୍ଟ ଝିଅର ବାପା ମାଆ ଙ୍କୁ ପଠାଇଲେ ଜେଲ।

0

ଉକୁଣୀ ଜୀବନ ନେବାର ପ୍ରାୟ ତ କେହି କେବେ ଶୁଣି ନଥିବେ। ମାତ୍ର ଏହା ଏକ ଝିଅର ଜୀବନ ନେଇଛି। ଆପଣଙ୍କୁ ଶୁଣିବାକୁ ଅବିଶ୍ୱାସ ହେଉ ଥିଲେ ମଧ୍ୟ ଏହା ସତ୍ୟ। ଏମିତି ରେ ଏକ ଉଷା ର ସମସ୍ୟାକୁ କେହି ଗୁରୁତ୍ୱ ର ସହ ଗ୍ରହଣ କରନ୍ତି ନାହିଁ। କାରଣ ଲୋକେ ମାନେ ଏହା ଏକ ସାଧାରଣ ସମସ୍ୟା ବୋଲି ହାଲୁକା ଭାବେ ନିଅନ୍ତି। ଏହାର ଉପଚାର ଏବଂ ମେଡିକେୟାର ମଧ୍ୟ ରହିଛି। ତେବେ ଏହି ଝିଅର ଜୀବନ ଯିବା ଏବଂ ତାର ବାପା ମାଆ ଜେଲ ଯିବା ଏକ ବଡ଼ ଘଟଣା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।


ଏହି ଘଟଣା ଘଟିଛି ଜର୍ଜିଆ ରେ । ମାତ୍ର ୧୨ ବର୍ଷ ର ଝିଅ ସହ ଘଟିଛି ଏପରି ଏକ ଅଦ୍ଭୁତ ଘଟଣା। ଏହି ଝିଅଟି ର ଏତେ ପରିମାଣରେ ଉକୁଣୀ ହୋଇଥିଲା ଯେ ତାର ଶରୀର ରେ ଗୋଟିଏ ବୁନ୍ଦା ରକ୍ତ ମଧ୍ୟ ବଞ୍ଚି ନଥିଲା। ଆଉ ଏହି କାରଣ ପାଇଁ ତାକୁ ଆମେନିଆ ରୋଗ ଦେଖିବାକୁ ମିଳିଥିଲା। ତାର ଚିକିତ୍ସା ରେ ଥିବା ଡାକ୍ତର ମଧ୍ୟ ତାର ଅବସ୍ଥା ଗୁରୁତର ଥିବା କଥା ଜଣାଇ ଦେଇଥିଲେ। କିନ୍ତୁ ସମୟ ସେତେବେଳେକୁ ଗଡି ଯାଇଥିଲା।ଆଉ ଶେଷରେ ସେହି ୧୨ ବର୍ଷର ଝିଅ ମୃତ୍ୟୁ ବରଣ କରିଥିଲା।


ଏହି ଝିଅର ନାମ ଥିଲା କେଟଲୀୟ । ଅଗଷ୍ଟ ମାସ ୨୬ ତାରିଖରେ ତାର ହୃଦ ଘାତ ପାଇଁ ମୃତ୍ୟୁ ଘଟିଥିଲା। ଝିଅ ର ବାପା ମାଆ ତାର ଚିକିତ୍ସା ପାଇଁ ଶେଷ ସମୟରେ ପ୍ରୟାସ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ନଥିଲା। ଝିଅ ଟିର ଶୋଇବା ଘରେ ଥିବା ବେଡ଼ ପଡିଥିବା କପଡା ରେ ଅନେକ ପରିମାଣରେ ଉକୁଣୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିଲା। ଆଉ ଏହି ଉକୁଣୀ ମାନେ ତାର ମୁଣ୍ଡରେ ସମ୍ପୂର୍ଣ୍ଣ କବଜା କରି ନେଇଥିଲେ। ତାର ମୁଣ୍ଡ ଦେଇ ଶରୀର ରୁ ସବୁ ରକ୍ତ ଶୋଷି ନେଇ ଥିଲେ। ଆଉ ଯାହା ଫଳରେ ତାର ଶରୀର ରେ ଥିବା ବ୍ଲଡ଼ ର୍ବ ଲୌହ ପରିମାଣ ପୁରା କମି ଯାଇଥିଲା। ଶେଷରେ ତାର ଶରୀର ରେ ବ୍ଲଡ଼ ନଥିବାରୁ ତାର ହୃଦ ଘାତ ରେ ପ୍ରାଣ ଚାଲିଗଲା।


ଏମିତି ଝିଅ ଟିର ଘରେ ମୃତ୍ୟୁ ଘଟିଥିଲା। ଆଉ ତାର ପିତା ୯୧୧ କୁ ଫୋନ କରି ଜଣାଇ ଥିଲେ। ଆଉ ଡାକ୍ତରୀ ଟିମ ସହ ପୋଲିସ ଘଟଣା ସ୍ଥଳରେ ଆସି ପହଂଚି ଥିଲା। ତେବେ ଦେଖିବାକୁ ମିଳିଥିଲା ଘରଟି ବହୁତ ଅପରିଷ୍କାର ଥିଲା। ବେଡ଼ ର କପଡା ମଇଳା ହୋଇ ପଡିଥିଲା। ଆଉ ଝିଅ ଟି ଦୁଇ ସପ୍ତାହ ହେଲା ଗାଧେଇ ନଥିଲା।  ଏମିତି ରେ ଝିଅର ଦୁଇ ଭାଇ ମଧ୍ୟ ଘରୁ ବାହାର କରି ଦିଆ ଯାଇଥିଲେ। ତାହା ସହିତ ବାପା ମାଆ ଝିଅର ଯତ୍ନ ନେଉ ନଥିଲେ। ଆଉ ତାର ସ୍କୁଲ ଶିକ୍ଷକ କହିଛନ୍ତି କି ସେ ପ୍ରାୟ ସମୟ ଚିଡ ଚିଡା ହେଉଥିଲା। ତେବେ ଏହି ସବୁ କାରଣ ପାଇଁ ତାର ବାପା ମାଆ ଦାୟୀ ବୋଲି କୋର୍ଟରେ ଶୁଣାଣି ହେବା ପରେ ତାଙ୍କୁ ଜେଲ ଦଣ୍ତ ମିଲିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।