ରାମଲାଲାଙ୍କ ପ୍ରସାଦ ଅପେକ୍ଷାରେ ୮୧ ବର୍ଷୀୟା ମହିଳା ଉର୍ମିଳା ଉପବାସ , ଏହି ମହିଳାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ଆମ ଦେଶ ଭାରତ ଯାହା ଏକ ଧର୍ମ ପରାୟଣ ରାଷ୍ଟ୍ର ଭାବରେ ପରିଚିତ। ଏଠାରେ ବହୁ ଧର୍ମ ର ଲୋକ ବାସ କରନ୍ତି। ଆମ ଏଠାକାର ଲୋକେ ବହୁତ ଇଶ୍ୱର ବିଶ୍ବାସି ହୋଇଥାଆନ୍ତି। ସମସ୍ତ ଙ୍କ ର କେହିନା କେହି ପ୍ରିୟ ଭଗବାନ ରହିଥାନ୍ତି ଏବଂ ସେହି ଭଗବାନ ଙ୍କୁ ସେମାନେ ନିଇତି ପୂଜା କରିଥାନ୍ତି,କିନ୍ତୁ ଯିଏ ଇଶ୍ୱର ଙ୍କୁ ନିବିଡ଼ ଭାବରେ ଭଲ ପାଏ ଏବଂ ସେ ବିନା କୈଣସି ସ୍ୱାର୍ଥ ରେ ଇଶ୍ୱରଙ୍କୁ ପୂଜା କରେ ସେ ପାଲଟି ଯାଏ ଭଗବାନ ଙ୍କ ପରମ ଭକ୍ତ।

ଭକ୍ତ ସର୍ବଦା ଭଗବାନ ଙ୍କ ଉପରେ ବିଶ୍ବାସ ରଖିଥାଏ ଏବଂ ସେହି ବିଶ୍ବାସ କୁ ନେଇ ସେ ଜୀବନ ଜୀଏଁ। ତେବେ ଆଜି ଆମେ ଏମିତି ଏକ ଭକ୍ତ ବିଷୟ ରେ ଜାଣିବା ଯିଏ ନିଜର ଭଗବାନ ଙ୍କ ପାଇଁ ଅନ୍ନ ତ୍ଯାଗ କରିଛନ୍ତି।

ହଁ ଆଜ୍ଞା ମଧ୍ଯପ୍ରଦେଶ ର ଜବଲପୁର ଜିଲ୍ଲା ର ବିଜୟ ନଗର ର ୮୧ ବର୍ଷୀୟ ମହିଳା ଯାହାଙ୍କର ନାମ ଉର୍ମିଳା ଚତୁର୍ବେଦୀ ସେ ଅଯୋଧ୍ୟା ରେ ରାମ ମନ୍ଦିର ର ନିର୍ମାଣ କରି ଉର୍ମିଳା ଦୀର୍ଘ ୨୮ ବର୍ଷ ଧରି ନୀରବ ରେ ଅନ୍ନ ତ୍ୟାଗ କରିଛନ୍ତି। ୧୯୯୨ ମସିହା ଡିସେମ୍ବର ୬ ତାରିଖ ରେ ଅଯୋଧ୍ୟା ରେ ବିବାଦୀୟ ଢାଞ୍ଚା ଭାଙ୍ଗିବା ପରେ ଉର୍ମିଳା ଶପଥ ନେଇ ଥିଲେ ରାମ ମନ୍ଦିର ର ନିଅ ପଡିଲେ ସେ ଅନ୍ନ ଗ୍ରହଣ କରିବେ,

ଆଉ ଏଥିପାଇଁ ତାଙ୍କୁ ତିନି ଦଶନ୍ଧି ଅପେକ୍ଷା କରିବାକୁ ପଡିଛି। ଆସନ୍ତା ଅଗଷ୍ଟ ମାସ ୫ ତାରିଖ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରେ ରାମ ମନ୍ଦିର ପାଇଁ ଭୂମି ପୂଜନ କରିବେ,ଆଉ ସେହିଦିନ ତାଙ୍କ ଅପେକ୍ଷା ର ଅନ୍ତ ଘଟିବ ଏବଂ ଉର୍ମିଳା ଙ୍କ ଇଛା ପୂରଣ ହେବ। ଉର୍ମିଳା ଏତେ ବର୍ଷ ଧରି କେବଳ ଫଳ ମୂଳ ଆହାର କରି ଏବଂ ରାମ ନାମ ଜପି ଦିନ କାଟୁଛନ୍ତି।

ରାମ ମନ୍ଦିର ନିର୍ମାଣ କଳ୍ପନା କରି ୫୩ ବର୍ଷ ବୟସରୁ ସେ ସଂକଳ୍ପ ସହ ଉପବାସ ଆରମ୍ଭ କରିଥିଲେ । ବର୍ତ୍ତମାନ ତାଙ୍କୁ ୮୧ ବର୍ଷ। ଘର ଲୋକେ ଯେତେ ବୁଝାଇଲେ ମଧ୍ଯ ସେ କାହାରି କଥାକୁ ମାନୁ ନଥିଲେ। ତେବେ ସୁପ୍ରିମକୋର୍ଟ ରେ ରାମ ମନ୍ଦିର ନିର୍ମାଣ ପାଇଁ ରାୟ ପାଇବା ପରେ ସେ ବିଚାରପତି ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖି ଧନ୍ଯବାଦ ଜଣାଇଛନ୍ତି। ରାମ ଙ୍କୁ ଦର୍ଶନ କରିବା ପରେ ସେ ଅନ୍ନ ଗ୍ରହଣ କରିବେ ବୋଲି କହିଥିଲେ। ବର୍ତ୍ତମାନ କରୋନା ମହାମାରୀ ହେତୁ ଘର ଲୋକେ ଯିବା ପାଇଁ ବାରଣ କଲେ ମଧ୍ଯ ସେ ମାନିବା ପାଇଁ ନାରାଜ।

ନିଜର ଶେଷ ସମୟ ଅଯୋଧ୍ୟା ରେ କାଟିବା ପାଇଁ ତାଙ୍କର ଭାରି ଇଛା। ଏଥିପାଇଁ ଅଯୋଧ୍ୟା ରେ ଅଳ୍ପ ଜାଗା ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଭୂମି ପୂଜନ ସମୟରେ ଉପସ୍ଥିତ ରହିବା ପାଇଁ ସେ ଇଛା ପ୍ରକାଶ କରିଥିଲେ କିନ୍ତୁ କରୋନା କଟକଣା ପାଇଁ ତାଙ୍କୁ ଅନୁମତି ମିଳିନଥିଲା। ସେଥିପାଇଁ ତାଙ୍କ ମନରେ ଭାରି ଦୁଃଖ,କିନ୍ତୁ ଏହା ସେହି ରାମ ଙ୍କ ଇଛା ବୋଲି ଭାବି ମନକୁ ବୁଝେଇ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।