“ପରୀ” ଘଟଣାରେ ନୂଆ ମୋଡ ! ପ୍ରମାଣ ଯୋଗାଡ଼ କରିବାପରେ ଦୁର୍ବଳ ହେଉଛି SIT । କ’ଣ କରିବେ ମୁଖ୍ୟ ଅରୁଣ ବୋଥ୍ରା ?

0

ବର୍ତ୍ତମାନ ର ସମାଜ ଦିନ କୁ ଦିନ ବଳତ୍କାର ସଂଖ୍ଯା ଦିନ କୁ ଦିନ ବଢିଚାଲିଛି। ରାତି ପାହିଲେ ଆପଣ ମାନେ ଖବର କାଗଜ ରେ ବଳତ୍କାର ର ଖବର ଅନେକ ଖବର ଦେଖିବାକୁ ପାଉଥିବେ, ହେଲେ ସବୁଠାରୁ ବଢ କଥା ହେଉଛି ବଳତ୍କାରୀ ମାନେ ଛୋଟ ବଡ କିଛି ମାନନ୍ତି ନାହିଁ। ତେବେ ଏହିଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରେ। ଦୁଇ ମାସ ତଳେ ନୟାଗଡ଼ ଜିଲ୍ଲା ରେ ୫ ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରି ହତ୍ଯା କରିଛନ୍ତି କିଛି ମଣିଷ ରୂପୀ ରାକ୍ଷସ ଏବଂ ସେହି ନାବାଳିକା ର ନାମ ହେଉଛି ପରୀ।

ତେବେ ପରୀକ୍ଷା କୁ ନ୍ଯାୟ ଦେବା ପାଇଁ ସାରା ରାଜ୍ଯ ରେ ଚାଞ୍ଚଲ୍ୟ ସ୍ଋଷ୍ଟି ହୋଇଥିଲା,କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପରୀ କୁ ନ୍ଯାୟ ମିଳିନଥିବା ହେତୁ ପରୀ ର ବାପା,ମା ଏବେ ରାଜ ରାସ୍ତା କୁ ଓହ୍ଲାଇଛନ୍ତି। ନିଜର ଝିଅ କୁ ନ୍ଯାୟ ଦେବା ପାଇଁ ସେମାନେ ସିବିଆଇ ତଦନ୍ତ ଦାବୀ କରିଛନ୍ତି। ଖାଲି ଏତିକି ନୁହଁ ସେମାନେ ଆତ୍ମହୁତି ଦେବାପାଇଁ ରାଜ ରାସ୍ତା କୁ ଓହ୍ଲାଇ ଆସିଥିଲେ,ଯାହା ପରେ ପୁଲିସ ପରୀ ମାମଲା କୁ ହାତ କୁ ନେଇଥିଲେ।

ପରୀ ମାମଲା କୁ ବର୍ତ୍ତମାନ SIT ଟିମ୍ ର ମୁଖ୍ଯ ଅରୋଣ ବୋଥ୍ରା ଯାଞ୍ଚ କରୁଛନ୍ତି। ତେବେ ଏହି ମାମଲା ରେ ଅରୋଣ ବୋଥ୍ରା ସରୋଜ ସେଠୀ ନାମକ ଜଣେ ବ୍ଯକ୍ତି କୁ ଗିରଫ କରିଥିଲେ ଏବଂ ସେ ପରୀର ହତ୍ଯାକାରୀ ବୋଲି କହିଥିଲେ,କିନ୍ତୁ ବର୍ତ୍ତମାନ ପରୀ ହତ୍ଯା ଘଟଣା ମାମଲା ଅନ୍ୟ ଏକ ମୋଡ ନେଇଛି। ଅରୋଣ ବୋଥ୍ରା ଙ୍କ ପ୍ରମାଣ ଦୁର୍ବଳ ହେବାରେ ଲାଗିଛି। ଅରୁଣ ବୋଥ୍ରା ସରୋଜ ସେଠୀ ଙ୍କୁ ଦୋଷୀ ସାବ୍ଯସ୍ତ କରିଥିଲେ ଏବଂ ପ୍ରମାଣ କରିଥିଲେ ଯେ ସରୋଜ ସେଠୀ ହିଁ ପରୀ କୁ ହତ୍ଯା କରି ଦୁଷ୍କର୍ମ କରିଛି।

ସଠିକ୍ ପ୍ରମାଣ ପାଇଁ ପରୀ ର ଫ୍ରକ୍ ରେ ଲାଗିଥିବା ରକ୍ତ ଦାଗ କୁ ଯାଞ୍ଚ ପାଇଁ ଲ୍ୟାବ କୁ ପଠା ଯାଇଥିଲା। ଏହା ସହିତ ସରୋଜ ର ଗାମୁଛା ରେ ଲାଗିଥିବା ରକ୍ତ କୁ ପରୀକ୍ଷା କରିବା ପାଇଁ ଲ୍ୟାବ କୁ ପଠା ଯାଇଥିଲା। ତେବେ ଯେଉଁ ସବୁ ପ୍ରମାଣ ଅରୋଣ ବୋଥ୍ରା ଦେଇଛନ୍ତି ତାହା ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି। କାରଣ ରକ୍ତ ଲାଗିଥିବା ସରୋଜ ଙ୍କ ଗାମୁଛା କୁ ବାରମ୍ବାର ସାବୁନ ଦ୍ବାରା ଧୋଆ ଯାଇଥିବା ହେତୁ ସଠିକ୍ ରିପୋର୍ଟ ପାଇବାରେ ଅସୁବିଧା ହେଉଛି।

ତେବେ ଏ ପଟେ ପରୀ ର ପରିବାର ଏବଂ ଗ୍ରାମ ର ଲୋକ ମାନେ ମଧ୍ଯ ସରୋଜ କୁ ଦୋଷୀ ବୋଲି ମାନିବାକୁ ନାରାଜ। ପରୀର ଘର ଲୋକ ଏବଂ ଗ୍ରାମ ବାସୀ ମାନ ଙ୍କ କହିବା ଅନୁସାରେ କିଛି ବଡ ବଡିଆ ଲୋକ ମାନେ ଏହି ମାମଲା ରୁ ନିଜକୁ ବଞ୍ଚେଇବା ପାଇଁ ସରୋଜ କୁ ଦୋଷୀ ବୋଲି ସାବ୍ଯସ୍ତ କରିଛନ୍ତି। ତେବେ ଦେଖାଯାଉ କେତେଦିନ ପର୍ଯ୍ୟନ୍ତ ଏହି ଘଟଣା ଟି ଆଗକୁ ଯାଉଛି। ଅସଲ ଦୋଷୀ କିଏ ଏବଂ କେବେ ଧରା ପଡୁଛି ଏବଂ କେବେ ପରୀ କୁ ନ୍ଯାୟ ମିଳୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।