ନଭେମ୍ବର ୩୦ ଯାଏଁ ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଏହି ସବୁ ଅଞ୍ଚଳରେ ନଭେମ୍ବର ୩୦ ଯାଏଁ ଲକଡାଉନ ରହିବ….

0

ଏବେ ସାରା ବିଶ୍ୱ ରେ କୋରୋନା ମହାମାରି ବଢ଼ି ଚାଲିଛି,ଆଉ ଏହି ମହାମାରି ପାଇଁ ଏବେ ସବୁ ଦେଶରେ ବହୁତ ଅସୁବିଧା ରେ ସମୁଖୀନ ହେଲେଣି। ସାରା ବିଶ୍ୱ ରେ କୋଟିଏ ପୁରେ ଲୋକ ଆକ୍ରାନ୍ତ ହେଲେଣି ଓ ଲଖ୍ୟାଧିକ ଲୋକ ମରି ସାରିଲେଣି। ତେବେ ଆମ ଦେଶ ରେ ମଧ୍ୟ ହଜାର୍ ହଜାର ଲୋକ ପ୍ରତିଦିନ ଆକ୍ରାନ୍ତ ହେଉଛନ୍ତି,ଆଉ ଅନେକ ଲୋକ ମରୁଛନ୍ତି ମଧ୍ୟ। ଏବେ ଏହି ଭୟଙ୍କର ମହମାରି କୁ ରୋକିବା ପାଇଁ କୌଣସି ଔଷଧ ବା ପ୍ରତିସେଧକ ଟୀକା ବାହାରି ନାହିଁ। ଆଉ ଏହା ଏକ ଅଜଣା ରୋଗ ହେଇ ଥିବାରୁ ଡାକ୍ତର ମାନେ ମଧ୍ୟ ଏହାର ଚିକିତ୍ସା ପଦ୍ଧତି ଜାଣି ନାହାନ୍ତି। ଯାହା ଦ୍ୱାରା ଏହି ରୋଗ କୁ ରୋକା ଯାଇ ପାରୁ ନାହିଁ,ଆଉ ଏହା ବଢ଼ି ଚାଲିଛି ଏବଂ ଅନେକ ଲୋକ ଏହି ରୋଗ ରେ ଶିକାର ହୋଇ ନିଜ ର ଜୀବନ ଦେଉଛନ୍ତି।

ତେବେ ସରକାର ଏହାକୁ କିଛି ପରିମାଣ ରେ ରୋକିବା ପାଇଁ ମାର୍ଚ୍ଚ ୨୪ ରୁ ସାରା ଦେଶ ରେ ଲକ ଡାଉନ ଘୋଷଣା କରିଥିଲେ। ତେବେ ଏହି ଲକ ଡାଉନ ଯୋଗୁ ସବୁ କିଛି ବନ୍ଦ ହୋଇ ଯାଇ ଥିଲା । ସ୍କୁଲ କଲେଜ , ରାସ୍ତା ଘାଟ , ବଜାର , ମନ୍ଦିର , ପାର୍କ , ଅଫିସ , ଅନେକ କାର୍ଯ୍ୟାଳୟ ଆଦି ବନ୍ଦ ରହି ଥିଲା, ପିଲା ଠୁ ବୁଢା ଯାଏ ଏହି ଅସୁବିଧା ରେ ସମୁଖୀନ ହେଲେ । ଛାତ୍ର ଛାତ୍ରୀ ମାନେ ପଢିବା ରେ ଅଦୁବିଧା ହେଉଛି , ଲୋକ ମାନେ ଖାଇବା କୁ ପାଇଲେ ନାହିଁ । ତେଣୁ ସରକାର ଅବସ୍ଥା କୁ ଠିକ କରିବା ପାଇଁ ଧୀରେ ଧୀରେ ଅନ୍ ଲକ୍ ଜରିଆରେ ସବୁ କିଛି ଖୋଲିବାର ବ୍ୟବସ୍ଥା କରିଲେ। 

ତେବେ ସରକାର ଗୋଟିଏ ପରେ ଗୋଟିଏ ଅନ୍ ଲୋକ ଦ୍ୱାରା ଅଳ୍ପ ଅଳ୍ପ ଖୋଲିବା ଆରମ୍ଭ କରିଥିଲେ। ତେବେ ଏବେ ଅକ୍ଟୋବର ମାସ ୩୦ ତାରିକ ଯାଏ ଅନ୍ ଲୋକ୍ ୫ ରହି ଥିଲା , ତେବେ ଆଉ କିଛି ୧୫ ତାରିକ ରୁ ଅନେକ କିଛି ଖୋଲିବର୍ ବ୍ୟବସ୍ଥା ରହି ଥିଲା ଏବଂ ଅନେକ ଗାଇଡ଼ଲାଇନ୍ ମଧ୍ୟ ଆସିଥିଲା । ତେବେ ପୁଣି ଥରେ ସରକାର ଅନ ଲକ ୬ ରହିଛି ,ସେଥିରେ ନଭେମ୍ବର୍ ୩୦ ଯାଏ ରହିଛି। ତେବେ ଏଥି ପାଇ ପୁଣି ଥରେ ସରକାର ନୂତନ ଗାଇଡ଼ଲାଇନ୍ ଜାରି କରିଛନ୍ତି,ହେଲେ ନଭେମ୍ବର୍ ୩୦ ଯାଏ କଣ୍ଟେନମେଣ୍ଟ ଜୋନ ରେ ଲକ ଡାଉନ ବଳବତ୍ତ ରହିବ 


ତେବେ ଏହି ଅନ ଲକ ୬ ରେ ରାଜ୍ୟ ଭିତରେ ବା ରାଜ୍ୟ ବାହାର କୁ ଯିବାର କଟକନା ରହିବ ନାହିଁ। ତେବେ ନୂଆ ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ରେ କଡା ନିୟମ ଜାରି ରହିବ।
ତେବେ ସରକାର ଲୋକ ଙ୍କ ସୁବିଧା ଓ ସୁରକ୍ଷା କୁ ନଜର୍ ରେ ରଖି ସବୁ କିଛି ବ୍ୟବସ୍ଥା କରିବେ। ତେବେ ଆକ୍ରାନ୍ତ ସଂଖ୍ୟା କମିବା ପାଇଁ ସରକାର ଅନେକ ଚେଷ୍ଟା କରୁଛନ୍ତି। ତେବେ ଆମେ ମଧ୍ୟ ସରକାର ଙ୍କ ନିୟମ ମାନି ରହିଲେ , ଦେଶ ରେ ଆକ୍ରାନ୍ତ ସଂଖ୍ୟା କମି ଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।